ବର୍ତ୍ତମାନ ସମୟରେ ମହିଳା ଏବଂ ଯୁବତୀମାନଙ୍କ ମଧ୍ୟରେ ନେଲ୍ ଆର୍ଟର କ୍ରେଜ୍ ଦେଖିବାକୁ ମିଳୁଛି । ଚେହେରାକୁ ଚମକାଇବା ସହ ମହିଳାମାନେ ନିଜ ନଖକୁ ମଧ୍ୟ ସୌନ୍ଦର୍ଯ୍ୟର ସ୍ପର୍ଶ ଦେବା ପାଇଁ ବିଭିନ୍ନ ପ୍ରକାର ନେଲ୍ ଆର୍ଟ କରନ୍ତି । ତେବେ ନିକଟରେ ସୋସିଆଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଠି ନଖର ସୁନ୍ଦରତାକୁ ବଢାଇବା ପାଇଁ ଜନ୍ଦାଙ୍କ ସାହାରା ନେବାକୁ ପଡିଛି । ଏହି ଭିଡିଓ ଋଷରୁ ଆସିଥିବା ବେଳେ ସନ୍ନୀ ନାମକ ଜଣେ ଡିଜାଇନର୍ ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
ନଖରେ ଏକ୍ଟ୍ରିଲିକର ଟ୍ୟୁବ୍ ଦେଇ ଜିଅନ୍ତା ଜନ୍ଦା ଛଡାଯାଇ ଏହି ଡିଜାଇନକୁ ପ୍ରସ୍ତୁତ କରାଯାଏ । ଏହି ସେଲୁନର ନାଁ ନେଲ୍ ସନ୍ନୀ ସେଲୁନ୍ । ତେବେ ଲୋକ ଏହି ଭିଡିଓକୁ ଦେଖି ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି । କେହି କେହିଏହାକୁ ପସନ୍ଦ କହୁଥିବା ବେଳେ ଆଉ କିଏ ଏହାକୁ ଅମାନବିକତା କହି ତାତ୍ସଲ୍ୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/4F71697E00000578-0-image-a-266_1535399608212.jpg)
/kanak/media/post_attachments/wp-content/uploads/2018/08/pohreinboc17q-300x169.png)