ସର୍ବାଧିକ ଦିନ ଅନ୍ତରୀକ୍ଷରେ ରହି ବିଶ୍ୱ ରେକର୍ଡ କଲେ ଋଷର ଏହି ବୈଜ୍ଞାନିକ । ଜାଣନ୍ତୁ ଅନ୍ତରୀକ୍ଷରେ ରହିଲେ କେତେ ଦିନ ?

98

କନକ ବ୍ୟୁରୋ : ଋଶର ମହାକାଶଯାତ୍ରୀ ଓଲେଗ କେନୋନେନକୋ ବିଶ୍ୱ ରେକର୍ଡ କରିଛନ୍ତି । ସେ ମହାକାଶରେ ସର୍ବାଧିକ ୮୭୯ ଦିନ ବିତାଇବାର ରେକର୍ଡ କରିଛନ୍ତି । ଏହା ଏକା ସାଥିରେ ନୁହେଁ ବରଂ ଅନେକ ଥର ମହାକାଶ ଯାତ୍ରା କରି ଏହି ରେକର୍ଡ କରିଛନ୍ତି । ସେ ଋଶର ଜେନେଡି ଫଡାଲକାଙ୍କ ୮୭୮ ଦିନ,୧୧ ଘଣ୍ଟା ୩୦ ମିନିଟର ରେକର୍ଡ ଭାଙ୍ଗିଛନ୍ତି । ଏହାପରେ ମଧ୍ୟ ଓଲେଗ କେନୋନେନକୋ ପୁଣି ଅନ୍ତରୀକ୍ଷ ଯାତ୍ରା କରିବେ ।

ଓଲେଗ କେନୋନେନକୋ ଜୁନ ୫ ତାରିଖରେ ପୁଣି ଅନ୍ତରୀକ୍ଷ ଷ୍ଟେସନ ଯିବେ । ଏହାପରେ ଓଲେଗ କେନୋନେନକୋ ମହାକାଶରେ ୧ ହଜାର ଦିନ ବିତାଇବାର ରେକର୍ଡ କରିବେ । ଏନେଇ ଋଷ ସ୍ପେଶ ଏଜେନ୍ସି ତରଫରୁ ସୂଚନା ଦିଆଯାଇଛି ।

ପୂର୍ବରୁ ମଧ୍ୟ ଋଶ ମହାକାଶଯାତ୍ରୀମାନେ ମହାକାଶରେ ସର୍ବାଧିକ ଦିନ ବିତାଇବାର ରେକର୍ଡ ବଜାୟ ରଖିଛନ୍ତି । ସାରା ବିଶ୍ୱର ଅନ୍ତରୀକ୍ଷ ଯାତ୍ରୀଙ୍କ ମଧ୍ୟରୁ ସର୍ବଧିକ ସମୟ ମହାକାଶରେ କାଟିଥିବା ଯାତ୍ରୀଙ୍କ ତାଲିକାର ପ୍ରଥମ ୮ଟି ସ୍ଥାନରେ ଋଷର ମହାକାଶଚାରୀମାନଙ୍କ ନାମ ରହିଛି । ୯ମ ସ୍ଥାନରେ ଆମେରିକା ଅର୍ଥାତ ନାସାର ପେଗୀ ହ୍ୱିଟସନଙ୍କ ନାମ ରହିଛି । ଯେ କି, ୬୭୫ ଦିନ ଅନ୍ତରୀକ୍ଷରେ ବିତାଇଛନ୍ତି ।

କେବଳ ସେତିକି ନୁହେଁ ଋଷ ମହାକାଶଚାରୀ ପୋଲିୟାକୋବଙ୍କ ନାମରେ ମଧ୍ୟ ରହିଛି । ସେ ଗୋଟିଏ ଉଡାଣରେ ୪୩୮ ଦିନ ମହାକାଶରେ କଟାଇଥିବାର ରେକର୍ଡ  ରହିଛି । ଏହା ୧୯୯୪ ଜାନୁଆରୀରୁ ୧୯୯୫ ମଧ୍ୟର । ସେହିଭଳି ଆମେରିକାର ମହାକାଶଚାରୀ ଫ୍ରେଙ୍କ ରୁବିୟା ମଧ୍ୟ ଅର୍ନ୍ତଜାତୀୟ ସ୍ପେଶ ଷ୍ଟେସନରେ ଲଗାତର ୩୭୧ ରହିବାର ରେକର୍ଡ କରିଛନ୍ତି ।