ନିଜ ଯବାନଙ୍କୁ ନିଜେ ମାରୁଛନ୍ତି ଋଷ ସେନା । ମୁହଁ ଖୋଲୁନି ପୁଟିନ୍ ସରକାର

Advertisment
ନିଜ ଯବାନଙ୍କୁ ନିଜେ ମାରୁଛନ୍ତି ଋଷ ସେନା । ମୁହଁ ଖୋଲୁନି ପୁଟିନ୍ ସରକାର

କନକ ବ୍ୟୁରୋ: ଋଷ ଓ ୟୁକ୍ରେନ ମଧ୍ୟରେ ଲଢେଇ ଜାରି ରହିଛି । ଯୁଦ୍ଧ ସମୟରେ ଛାତିଥରା ଖବର ସାମନାକୁ ଆସୁଛି । ଏପରି ଏକ ଖବର ପୁଣି ଚର୍ଚ୍ଚାକୁ ଆସିଛି । ଋଷ ସେନା ନିଜ ଯବାନଙ୍କୁ ମାରୁଥିବା ଖବର ସାମ୍ନାକୁ ଆସିଛି । କେତେବେଳେ ନିଜ ସେନାର ଟ୍ୟାଙ୍କର ମୁହାଁମୁହିଁ ହୋଇଛନ୍ତି ତ ଆଉ କେତେବେଳେ ପରସ୍ପର ଗୁଳିରେ ପ୍ରାଣ ହରାଉଛନ୍ତି ଋଷ ସୈନିକ । ଏହି କ୍ରମରେ ଋଷର ଅନେକ ଯବାନ ନିଜ ସେନା ଦ୍ୱାରା ନିଆଁ ଫିଙ୍ଗା ମେସିନରେ ପ୍ରାଣ ହରାଇଥିବା ଜଣାପଡିଛି ।

ୟୁକ୍ରେନର ସୈନ୍ୟ ପ୍ରମୁଖ କହିଛନ୍ତି ଯେ, ନିଆଁ ଫିଙ୍ଗା ମେସିନ ଧରି ପରସ୍ପରକୁ ଆକ୍ରମଣ କରିବା ଅତି ଭୟଙ୍କର ସ୍ଥିତି ଥିଲା । ଏଥିରେ ଅନେକ ଋଷ ସୈନିକଙ୍କର ମୃତ୍ୟୁ ଘଟିଛି । ନିଜ ଭିତରେ ଋଷ ସୈନିକଙ୍କ ଏପରି ମୃତ୍ୟୁର ଖେଳ ରବିବାର ଜାପୋରିଝିଆ ଜିଲ୍ଲାରେ ଘଟିଥିବା ଜଣାପଡିଛି ।

ୟୁକ୍ରେନର ୯୭ତମ ଇନଫାଣ୍ଟ୍ରି ବାଟାଲିଅନ୍ ଫେସବୁକ୍ ପୋଷ୍ଟ କରି ଘଟଣା ବିଷୟରେ ସୂଚନା ଦେଇଛି । ଜାପୋରିଝିଆ ବର୍ତ୍ତମାନ ଋଷ ସେପାର କବଜାରେ ରହିଛି । ରିପୋର୍ଟ ମୁତାବକ, ଥର୍ମୋବାରିକ୍ ଫ୍ଲେମ ଥ୍ରୋ ଏବଂ ଟିଓଏସ୍-୧ ରକେଟ୍ ଲଞ୍ଚର ବ୍ୟବହାର କରି ଋଷ ସେନା ପରସ୍ପର ଉପରେ ଆକ୍ରମଣ କରିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe