କନକ ବ୍ୟୁରୋ : ୮ ଦିନ ହେବ ୠଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ଏକ ଭିଡିଓ ଜାରି କରିଛି ୟୁକ୍ରେନ୍ । ଋଷ ରଚିଥିବା ତାଣ୍ଡବର ଭିଡ଼ିଓ ଜାରି କରିଛି ୟୁକ୍ରେନ୍ ନ୍ୟାସନାଲ ଗାର୍ଡ । ଏଥିରେ ୮ ଦିନରେ କିପରି ଛାରଖାର ହୋଇଯାଇଛି ୟୁକ୍ରେନର ଅନେକ ସହର ତାହା ଦେଖାଯାଇଛି । ମିଲିଟାରୀ ଏକାଡେମୀରେ ବିସ୍ଫୋରଣ, ମଲିଟାରୀ ହସ୍ପିଟାଲରେ ଆକ୍ରମଣର ଦୃଶ୍ୟ ଦେଖିବାକୁ ମିଳିଛି । ଋଷ ବୋମାମାଡ଼ ଓ ମିସାଇଲ ମାଡ କରୁଥିବାର ଭିଡ଼ିଓ ଜାରି ହୋଇଛି । ଭିଡିଓରେ ୟୁକ୍ରେନର ଜଣେ ମହିଳାଙ୍କ ଭାବବିହ୍ୱଳ ଅପିଲ କରିଥିବା ଦେଖିବାକୁ ମିଳିଛି । ଋଷ ବିରୋଧରେ ୟୁକ୍ରେନବାସୀ ଆଗକୁ ଆସିବାକୁ ସେ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି ।

Advertisment

ଏସବୁ ଭିତରେ ଆଉ ଏକ ବଡ ଖବର ମଧ୍ୟ ସାମ୍ନାକୁ ଆସିଛି । ଆକାଶପଥ ଓ ସ୍ଥଳପଥରୁ ଆକ୍ରମଣ ପରେ ଏବେ ଜଳପଥରୁ ଆକ୍ରମଣ କରିବାକୁ ଆରମ୍ଭ ହୋଇଛି ଜୋରଦାର ଉଦ୍ୟମ । ଏଥିପାଇଁ ଋଷର ଯୁଦ୍ଧ ଜାହାଜ ଗୁଡିକ ଆଗକୁ  କଳାସାଗର ଦେଇ ଆଗକୁ ବଢୁଛି । କ୍ରିମିଆ ବାଟ ଦେଇ ୟୁକ୍ରେନରେ ବଡ ଧରଣର ଆକ୍ରମଣ କରିବାକୁ ଋଷ ଆଗକୁ ବଢୁଥିବା କୁହାଯାଉଛି । ଏହାବାଦ୍ ୟୁରୋପର ଗଣମାଧ୍ୟମର ସୂଚନା ଅନୁଯାୟୀ, ଋଷ ନିଜର ଏସ-୪୦୦ ଡିଫେନ୍ସ ସିଷ୍ଟମକୁ ମଧ୍ୟ ପ୍ରସ୍ତୁତ ରଖିଛି । ଏସ-୪୦୦ ଡିଫେନ୍ସ ସିଷ୍ଟମ ମାଧ୍ୟମରେ ସଠିକ ଟାର୍ଗେଟ ପାଇଁ ଋଷ ଅଭ୍ୟାସ ଆରମ୍ଭ କରିଥିବା କୁହାଯାଉଛି ।