ଆମେରିକାର ସତର୍କ ସୂଚନା: ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍‌ ଆକ୍ରମଣ କରିପାରେ ରୁଷ୍‌

Advertisment
ଆମେରିକାର ସତର୍କ ସୂଚନା: ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍‌ ଆକ୍ରମଣ କରିପାରେ ରୁଷ୍‌

କନକ ବ୍ୟୁରୋ : ଅବିଳମ୍ବେ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିପାରେ ବୋଲି ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ସତର୍କ ସୂଚନା ଦେଇ କହିଥିବା ବେଳେ ପ୍ରେସ୍‌ ସଚିବ ଜେନ୍‌ ସାକି କହିଛନ୍ତି, ୟୁକ୍ରେନ୍‌ ସୀମାନ୍ତରେ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଉଛି।

ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ସୀମାନ୍ତକୁ ୧ ଲକ୍ଷ ସୈନିକ ପଠାଇ ସଙ୍କଟ ସୃଷ୍ଟି କରିଛନ୍ତି ବୋଲି ସାକି ଦୋଷାରୋପ କରିଛନ୍ତି। ଏଥିରେ ମିଳିତ ସମରାଭ୍ୟାସ ପାଇଁ ବେଲାରୁଷ୍‌ ଏବଂ ଅତିରିକ୍ତ ସମରାଭ୍ୟାସ ପାଇଁ ୟୁକ୍ରେନ୍‌ର ପୂର୍ବାଞ୍ଚଳ ସୀମାନ୍ତକୁ ପଠାଯାଇଥିବା ସୈନିକମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି। ସ୍ପଷ୍ଟ ରୂପେ କହିବାକୁ ଗଲେ, ଏହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ବୋଲି ଆମର ମନେହୁଏ। ଆମେ ଏଭଳି ପରିସ୍ଥିତିରେ ପହଞ୍ଚିଛୁ ଯେ, ଯେକୌଣସି ମୁହୂର୍ତ୍ତରେ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିପାରେ। ଆମ କଳନା ଠାରୁ ଏହି ଆକ୍ରମଣ ଆହୁରି ସାଙ୍ଘାତିକ ହୋଇପାରେ।

କୂଟନୀତି ଅବଲମ୍ବନ ନ କଲେ ରୁଷ୍‌ ଚରମ ଆର୍ଥିକ ପରିଣତି ଭୋଗିବ। ଆର୍ଥିକ କଟକଣା ଭୋଗିବେ କି, ନାହିଁ ତାହା ଏବେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏବଂ ରୁଷୀୟମାନଙ୍କ ଉପରେ ନିର୍ଭର କରେ ବୋଲି ସାକି ପୁନର୍ବାର କହିଛନ୍ତି।

ଆମେରିକାର ବରିଷ୍ଠ ବୈଦେଶିକ ବିଭାଗର ଅଧିକାରୀମାନ‌ଙ୍କ କହିବା ଅନୁସାରେ, ୟୁକ୍ରେନ୍‌ର ସାର୍ବଭୌମତ୍ବ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମର୍ଥନ ଜଣାଇବା ପାଇଁ ବ୍ଲିଙ୍କେନ୍‌ ପ୍ରଥମେ ୟୁକ୍ରେନ୍‌ ଗସ୍ତରେ ଯିବେ। ଏହାପରେ ସେ ଜର୍ମାନି ଗସ୍ତ କରି ରୁଷ୍‌ର କାର୍ଯ୍ୟକଳାପକୁ ମିଳିତ ଭାବେ ପ୍ରତିରୋଧ କରିବା ଲାଗି ୟୁରୋପୀୟ ମିତ୍ରରାଷ୍ଟ୍ରଙ୍କ ସହ ବ୍ୟପକ ମନ୍ତ୍ରଣା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe