କନକ ବ୍ୟୁରୋ : ଅବିଳମ୍ବେ ରୁଷ୍ ୟୁକ୍ରେନ୍ ଆକ୍ରମଣ କରିପାରେ ବୋଲି ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ସତର୍କ ସୂଚନା ଦେଇ କହିଥିବା ବେଳେ ପ୍ରେସ୍ ସଚିବ ଜେନ୍ ସାକି କହିଛନ୍ତି, ୟୁକ୍ରେନ୍ ସୀମାନ୍ତରେ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଉଛି।
କୂଟନୀତି ଅବଲମ୍ବନ ନ କଲେ ରୁଷ୍ ଚରମ ଆର୍ଥିକ ପରିଣତି ଭୋଗିବ। ଆର୍ଥିକ କଟକଣା ଭୋଗିବେ କି, ନାହିଁ ତାହା ଏବେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏବଂ ରୁଷୀୟମାନଙ୍କ ଉପରେ ନିର୍ଭର କରେ ବୋଲି ସାକି ପୁନର୍ବାର କହିଛନ୍ତି।
ଆମେରିକାର ବରିଷ୍ଠ ବୈଦେଶିକ ବିଭାଗର ଅଧିକାରୀମାନଙ୍କ କହିବା ଅନୁସାରେ, ୟୁକ୍ରେନ୍ର ସାର୍ବଭୌମତ୍ବ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମର୍ଥନ ଜଣାଇବା ପାଇଁ ବ୍ଲିଙ୍କେନ୍ ପ୍ରଥମେ ୟୁକ୍ରେନ୍ ଗସ୍ତରେ ଯିବେ। ଏହାପରେ ସେ ଜର୍ମାନି ଗସ୍ତ କରି ରୁଷ୍ର କାର୍ଯ୍ୟକଳାପକୁ ମିଳିତ ଭାବେ ପ୍ରତିରୋଧ କରିବା ଲାଗି ୟୁରୋପୀୟ ମିତ୍ରରାଷ୍ଟ୍ରଙ୍କ ସହ ବ୍ୟପକ ମନ୍ତ୍ରଣା କରିବେ।