ହିନ୍ଦୀ ଡାଇଲଗ କହିଲେ, ଭାରତକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରଦୂତ: କହିଲେ ସବୁଠୁ ବଡ ସମ୍ପର୍କ ହେଉଛି ବନ୍ଧୁତା

111

କନକ ବ୍ୟୁରୋ: ହିନ୍ଦୀ ଡାଇଲଗ କହିଲେ ଭାରତକୁ ପ୍ରଶଂସା କଲେ । ଏଥିସହ ଭାରତ ଓ ରୁଷର ସମ୍ପର୍କକୁ ନେଇ ବଡ ବୟାନ ଦେଲେ । ୭୫ବର୍ଷରେ ପହଁଚି ଭାରତ-ରୁଷର କୁଟନୀତି ସମ୍ପର୍କ । ଏହା ଭିତରେ ଭାରତ ସହ ନିଜ ସମ୍ପର୍କକୁ ନେଇ ବଡ ବୟାନ ଦେଇଛନ୍ତି ରୁଷ ରାଷ୍ଟ୍ରଦୂତ ଡୋନିସ ଆଲିପିବେ । ରୁଷ ରାଷ୍ଟ୍ରଦୂତ କହିଛନ୍ତି ବନ୍ଧୁତାରୁ ବଡ ଆଉ କିଛି ନୁହେଁ । ଭାରତ ଓ ରୁଷ ସମ୍ପର୍କ ସାରା ବିଶ୍ୱ ପାଇଏକ ବଡ ଉଦହହାରଣ ବୋଲିି ରୁଷ ରାଷ୍ଟ୍ରଦୂତ କହିଛନ୍ତି । ଏଥିସହ ସେ କହିଛନ୍ତି କି ଦୁଇ ଦେଶ ମଧ୍ୟରେ ସମ୍ପର୍କଠୁ ନେଇ ବୁଝାମଣା ମିତ୍ରତାପୂର୍ଣ୍ଣ ରହିଛିଏହି ଅବସରରେ ଦିଲ୍ଲୀରେ ରୁଷ ସଂସ୍କୃତି ମହୋତ୍ସବ ଆରମ୍ଭ ହୋଇଛି । ଦିଲ୍ଲୀ, ମୁମ୍ବାଇ,କୋଲକାତାରେ ୨୯ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ ।