ପାକିସ୍ତାନକୁ ଶସ୍ତା ଦରରେ ତେଲ ବିକିବ ଋଷ। ବଡ ସାହାଯ୍ୟ କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ପୁଟିନ।

250

କନକ ବ୍ୟୁରୋ: ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଶସ୍ତା ଦରରେ ତେଲ ବିକିବ ଋଷ । ଯାହା ପାକିସ୍ତାନକୁ କିଛି ମାତ୍ରାରେ ଆଶ୍ୱସ୍ତି ଦେବ । ପ୍ରତି ବ୍ୟାରେଲ ପିଛା ୫୦ ଡଲାରରେ ପାକିସ୍ତାନକୁ ତେଲ ବିକ୍ରି କରିବାକୁ ଋଷ ବିଚାର କରୁଥିବା ସୂଚନା ରହିଛି । ଅନ୍ୟ ଦେଶମାନଙ୍କ ୠଷ ଯେଉଁ ଦରରେ ତେଲ ବିକୁଛି ତାଠୁ ଖୁବ କମ ଦରରେ ପାକିସ୍ତାନକୁ ତେଲ ବିକି ବଡ ସାହାଯ୍ୟ କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ପୁଟିନ ।

ୟୁକ୍ରେନ ସହ ଯୁଦ୍ଧ ଚାଲିଥିବା ଯୋଗୁଁ ଆମେରିକା ଓ ପଶ୍ଚିମ ଦେଶମାନେ ଋଷ ଉପରେ କଟକଣା ଲଗାଇଛନ୍ତି । ଏଭଳି ସ୍ଥିତିରେ ନିଜର ଅର୍ଥବ୍ୟବସ୍ଥାକୁ ମଜବୁତ ରଖିବାକୁ ୠଷ ଭାରତ ସମେତ କିଛି ଦେଶକୁ କମଦରରେ ତେଲ ବିକୁଛି ।