ଭାରତକୁ ଋଷ ଦେବ କରୋନା ଟିିକା : ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡିକୁ ମିଳିବ ‘ସ୍ପୁଟନିକ ଭି’ର ୧୦ କୋଟି ଡୋଜ୍ : ଅନୁମୋଦନ ପରେ ବର୍ଷ ଶେଷ ସୁଦ୍ଧା ଭାରତ ଆସିପାରେ ବିଶ୍ୱର ପ୍ରଥମ ଟିକା

1,000
କନକ ବ୍ୟୁରୋ : ଭାରତ ଆସିବ ବିଶ୍ୱର ପ୍ରଥମ କରୋନା ଟିକା । ଋଷ ଏହି ଟିକା ଭାରତକୁ ଯୋଗାଇଦେବ । ଭାରତର ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡିକୁ ଋଷ ସରକାର ‘ସ୍ପୁଟନିକ-ଭି’ ଟିକାର ୧୦ କୋଟି ଡୋଜ୍ ଯୋଗାଇଦେବେ । ତେବେ ଏଥିପାଇଁ ବିଶେଷଜ୍ଞ କମିଟିର ଅନୁମୋଦନ ଆବଶ୍ୟକ । ଯଦି ସବୁ କିଛି ଠିକ୍ ରହେ ତେବେ ଚଳିତବର୍ଷ ଶେଷ ସୁଦ୍ଧା ଭାରତ ଆସିପାରେ ବିଶ୍ୱର ପ୍ରଥମ ଟିକା ।
ଋଷିଆନ୍ ଡିରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ଟିକା ଯୋଗାଇବା ନେଇ ଭାରତ ସରକାରଙ୍କ ସହ ସମ୍ପର୍କରେ ରହିଛି । ଏହାପୂର୍ବରୁ କାଜାଖସ୍ତାନ, ବ୍ରାଜିଲ ଏବଂ ମେକ୍ସିକୋ ସହ ଡିଲ୍ କରିସାରିଛି ଆରଡିଆଇଏଫ୍ । ଏପରିକି ଭାରତରେ ‘ସ୍ପୁଟନିକ-ଭି’ ଟିକାର ୩୦ କୋଟି ଡୋଜ୍ ପ୍ରସ୍ତୁତି ନେଇ ମଧ୍ୟ ଚୁକ୍ତି ହୋଇସାରିଛି ।
ବିଶ୍ୱରେ ପ୍ରଥମ କରୋନା ଟିକା ଭାବେ ‘ସ୍ପୁଟନିକ-ଭି’କୁ ଋଷ ସରକାର ରେଜିଷ୍ଟର କରିସାରିଛନ୍ତି । ଅଗଷ୍ଟ ୨୬ ତାରିଖରୁ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇସାରିଛି । ଏଥିରେ ୪୦ ହଜାର ଲୋକଙ୍କୁ ସାମିଲ କରାଯାଇଛି । ବର୍ତ୍ତର୍ମାନ ମଧ୍ୟ ଏହାର ପରୀକ୍ଷଣ ଜାରି ରହିଛି ।

Comments are closed.