କନକ ବ୍ୟୁରୋ : ଭାରତ ଆସିବ ବିଶ୍ୱର ପ୍ରଥମ କରୋନା ଟିକା । ଋଷ ଏହି ଟିକା ଭାରତକୁ ଯୋଗାଇଦେବ । ଭାରତର ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡିକୁ ଋଷ ସରକାର ‘ସ୍ପୁଟନିକ-ଭି’ ଟିକାର ୧୦ କୋଟି ଡୋଜ୍ ଯୋଗାଇଦେବେ । ତେବେ ଏଥିପାଇଁ ବିଶେଷଜ୍ଞ କମିଟିର ଅନୁମୋଦନ ଆବଶ୍ୟକ । ଯଦି ସବୁ କିଛି ଠିକ୍ ରହେ ତେବେ ଚଳିତବର୍ଷ ଶେଷ ସୁଦ୍ଧା ଭାରତ ଆସିପାରେ ବିଶ୍ୱର ପ୍ରଥମ ଟିକା ।
ଋଷିଆନ୍ ଡିରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ଟିକା ଯୋଗାଇବା ନେଇ ଭାରତ ସରକାରଙ୍କ ସହ ସମ୍ପର୍କରେ ରହିଛି । ଏହାପୂର୍ବରୁ କାଜାଖସ୍ତାନ, ବ୍ରାଜିଲ ଏବଂ ମେକ୍ସିକୋ ସହ ଡିଲ୍ କରିସାରିଛି ଆରଡିଆଇଏଫ୍ । ଏପରିକି ଭାରତରେ ‘ସ୍ପୁଟନିକ-ଭି’ ଟିକାର ୩୦ କୋଟି ଡୋଜ୍ ପ୍ରସ୍ତୁତି ନେଇ ମଧ୍ୟ ଚୁକ୍ତି ହୋଇସାରିଛି ।
ବିଶ୍ୱରେ ପ୍ରଥମ କରୋନା ଟିକା ଭାବେ ‘ସ୍ପୁଟନିକ-ଭି’କୁ ଋଷ ସରକାର ରେଜିଷ୍ଟର କରିସାରିଛନ୍ତି । ଅଗଷ୍ଟ ୨୬ ତାରିଖରୁ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇସାରିଛି । ଏଥିରେ ୪୦ ହଜାର ଲୋକଙ୍କୁ ସାମିଲ କରାଯାଇଛି । ବର୍ତ୍ତର୍ମାନ ମଧ୍ୟ ଏହାର ପରୀକ୍ଷଣ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/7-19.jpg)