କନକ ବ୍ୟୁରୋ : ସମୁଦ୍ର ରାସ୍ତାରେ ୟୁକ୍ରେନ୍ ଉପରେ ହୋଇପାରେ ବଡ଼ ଆକ୍ରମଣ । ‘ବ୍ଲାକ୍ ସି’ରେ ଅନେକ ସଂଖ୍ୟାରେ ଋଷ ସୈନିକ ଏକାଠି ହେଉଥିବା ସୂଚନା ମିଳିଛି । କ୍ରିମିୟାରୁ ୟୁକ୍ରେନ୍ ଆଡକୁ ୠଷ ଯୁଦ୍ଧ ଜାହାଜ ଆଗକୁ ବଢୁଥିବାର ଭିଡିଓ ଦେଖିବାକୁ ମିଳିଛି । ଦକ୍ଷିଣ ପଟୁ ୟୁକ୍ରେନ୍ ଉପରେ ବଡ଼ ଆକ୍ରମଣ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ଲଗାତର ୮ ଦିନ ହେବ ୟୁକ୍ରେନ୍ ଉପରେ ଆକ୍ରମଣ ହେଉଛି । ରକେଟ୍ ଓ ବୋମାମାଡ଼ରେ ଅନେକ ଅଂଚଳ କ୍ଷତିଗ୍ରସ୍ତ ହୋଇଛି । ଏବେ ଋଷ ସେନା ଜଳପଥରେ ଯାଇ ୟୁକ୍ରେନ୍ ଉପରେ ବଡ଼ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ।
ତେବେ ଏସବୁ ଭିତରେ ୟୁକ୍ରେନ ଉପରେ ଋଷିଆ ଆକ୍ରମଣକୁ ଏକ ସପ୍ତାହ ବିତିଛି । ଉଭୟ ରାଷ୍ଟ୍ର ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ସ୍ଥଳ, ଜଳ ଓ ଆକାଶପଥରୁ ପ୍ରଚଣ୍ଡ ଆକ୍ରମଣ କରିବାକୁ ଯୋଜନା କରିଛି ଋଷିଆ । ଏହାରି ଭିତରେ ୟୁକ୍ରେନର କିଭ୍ ଓ ଖାରକିଭ ସମେତ ଅନେକ ଅଂଚଳରେ ଘମାଘୋଟ କରିଛି ଆକ୍ରମଣ ଋଷ । ନ୍ୟୁଜ ଏଜେନ୍ସି ରଏଟର୍ସ ପକ୍ଷରୁ ଜାରି କରାଯାଇଥିବା ଫଟୋରେ ଆକାଶପଥରେ ଆକ୍ରମଣକୁ ଆହୁରି ଜୋରଦାର କରିବା ପାଇଁ ଋଷୀୟ ସୈନିକ ପ୍ରସ୍ତୁତ ହୋଇ ଅଛନ୍ତି ।ୠଷିଆର ଯୁଦ୍ଧ ବିମାନରେ ସୈନିକଙ୍କ ହାତରେ ରହିଛି ଅସ୍ତ୍ରଶସ୍ତ୍ର । ତେବେ ଏହା ୟୁକ୍ରେନର କେଉଁ ଅଂଚଳ ତାହା ଜଣାପଡିନଥିଲେ ମଧ୍ୟ ଯୁଦ୍ଧଭୂମି ୟୁକ୍ରେନର ବିଭିନ୍ନ ଅଂଚଳକୁ ଅକ୍ତିଆର କରିବା ପାଇଁ ଏପରି ରଣନୀତି ପ୍ରସ୍ତୁତ କରିଛି ଋଷିଆ ।