ଋଷ- ୟୁକ୍ରେନ ଯୁଦ୍ଧ। ୟୁକ୍ରେନରେ ପହଞ୍ଚିଲେ ୩ ରାଷ୍ଟ୍ରନେତା । 

252

କନକ ବ୍ୟୁରୋ: ୟୁକ୍ରେନ ରାଜଧାନୀ କିଭରେ ପହଞ୍ଚିଲେ ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀ ରାଷ୍ଟ୍ରନେତା । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଜର୍ମାନ ଚାନସଲର ଓଲାଫ ସ୍କୋଲଜ ଓ ଇଟାଲୀ ପ୍ରଧାନମନ୍ତ୍ରୀ ମୋରିଓ ଡ୍ରେଗୀ ପୋଲାଣ୍ଡରୁ  ମିଳିତ ଟ୍ରେନ ଯାତ୍ରା କରି କିଭରେ ପହଞ୍ଚିଲେ । ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଏହି ୩ଦେଶ ପ୍ରଥମ ଦିନରୁ ହିଁ ବିରୋଧ କରିବା ସହ ୟୁକ୍ରେନକୁ ନିଜର ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନ୍ସିଙ୍କୁ ୩ଦେଶର ରାଷ୍ଟ୍ରନେତା ଭେଟିବେ ଓ ରୁଷ ବିରୋଧୀ ଲଢେଇରେ ନିଜର ପୂର୍ଣ୍ଣ ସମର୍ଥନ ଦେବେ । ୩ ଦେଶ କହିଛନ୍ତି ସାରା ବିଶ୍ୱକୁ ଏକତାର ବାର୍ତ୍ତା ଦିଆଯାଉଛି ଓ ୟୁରୋପୀୟ ସଂଘର ଶିଖର ସମ୍ମିଳନୀ ପୂର୍ବରୁ ଏହି ଗସ୍ତ ବେଶ ଗୁରୁତ୍ୱବହନ କରୁଛିା