କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଭିତରେ ବଡ ଖବର ସାମ୍ନାକୁ ଆସିଛି । ଋଷ ଉପରେ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି ଆରମ୍ଭ କରିଛି । ବ୍ରିଟେନ୍ ଏୟାରଫୋର୍ସ ବେସରୁ ଆମେରିକା ବିମାନ ବାହାରିଛି । ଆମେରିକାର ୨ଟି ବୋମା ବର୍ଷଣକାରୀ ବିମାନ ଉଡିଛି । ଯେକୌଣସି ମୂର୍ହୂତ୍ତରେ ଆମେରିକା ଆକ୍ରମଣ କରିପାରେ ବୋଲ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

Advertisment

 ସେପଟେ, ଏହି ମାମଲାରେ ଅଧିକ ମୁଣ୍ଡ ଖେଳାଉଥିବାରୁ ଆମେରିକାକୁ ସିଧାସଳଖ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଋଷ ରାଷ୍ଟ୍ରପତି କହିଛନ୍ତି, ରେଡ ଲାଇନ ପାର କରିଛି ଆମେରିକା । ୟୁକ୍ରେନ ମାମଲାରେ ହସ୍ତକ୍ଷେପ କଲେ ଛାଡିବୁ ନାହିଁ । ଏହାପୂର୍ବରୁ ବିଶ୍ୱର ଅନ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଚେତାବନୀ ପୂର୍ଣ୍ଣ ବାର୍ତ୍ତା ଜାରି କରିଥିଲେ ଋଷ ରାଷ୍ଟ୍ରପତି । ଭ୍ଲାଦିମିର ପୁଟିନ୍ କହିଥିଲେ ୟୁକ୍ରେନ ମାମଲାରେ କେହି ମୁଣ୍ଡ ଖେଳାନ୍ତୁ ନାହିଁ । ଯଦି କେହି ମୁଣ୍ଡ ଖେଳାଇବ ତେବେ ପରିଣାମ ଭୟାବହ ହେବ । ଏମିତି ଭୋଗିବ ଯେ ଇତିହାସରେ କେବେ ଭୋଗିନଥିବ । ଏଭଳି କହି କଡା ଚେତାବନୀ ଦେଇଛନ୍ତି ପୁଟିନ୍ ।