କନକ ବ୍ୟୁରୋ :
#କୁନିପିଲାଙ୍କ_ପ୍ରାର୍ଥନା_ଶୁଣ_ଭଗବାନ
ୟୁକ୍ରେନ-ଋଷ ଯୁଦ୍ଧ ମଝିରେ ପଡୁ ଯବନିକା । ହାଇଦ୍ରାବାଦରେ ହାତଯୋଡ଼ି ପ୍ରାର୍ଥନା କଲେ ସ୍କୁଲ ପିଲା । #Ukraine#UkraineRussia#KanakNewspic.twitter.com/W7QMYXdmT7— Kanak News (@kanak_news) February 25, 2022
ଚୀନ ବୈଦେଶିକ ମନ୍ତ୍ରାଳୟର ବଡ ବୟାନ
ଚୀନ ବୈଦେଶିକ ମନ୍ତ୍ରାଳୟର ବଡ ବୟାନ
‘ୟୁକ୍ରେନ୍ ସହ ଆଲୋଚନା ପାଇଁ ରାଜି ରୁଷ ରାଷ୍ଟ୍ରପତି’
ପୁତିନଙ୍କ ସହ କଥା ହେଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍#UkraineRussia#UkraineUnderAttack#UkraineWar#KanakNewspic.twitter.com/xNRj28KUXj— Kanak News (@kanak_news) February 25, 2022
#ୟୁକ୍ରେନ୍_ବାହାରିଲା_ସ୍ୱତନ୍ତ୍ର_ବିମାନ
ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପ୍ରୟାସ ଜାରି । ଖର୍ଚ୍ଚ ବହନ କରିବେ ସରକାର । #Ukraine#UkraineRussia#KanakNewspic.twitter.com/SSpwuxkb1h— Kanak News (@kanak_news) February 25, 2022
#BigBreaking#ଯୁଦ୍ଧରେ_ପଡ଼ିବ_କି_ଯବନିକା?
ଆଲୋଚନା ପାଇଁ ଋଷକୁ ପ୍ରସ୍ତାବ ଦେଲା ୟୁକ୍ରେନ । ଆଲୋଚନା ମାଧ୍ୟମରେ କ’ଣ କହିବ ୟୁକ୍ରେନ୍? #Ukraine#UkraineRussia#RussiaUkraineConflictpic.twitter.com/078WtpSC2W— Kanak News (@kanak_news) February 25, 2022
ଋଷକୁ ଆଲୋଚନା ପାଇଁ ପ୍ରସ୍ତାବ ଦେଲା ୟୁକ୍ରେନ୍ । ଋଷ ରାଷ୍ଟ୍ରପତିଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ୟୁକ୍ରେନ୍ ରାଷ୍ଟ୍ରପତି
ଋଷକୁ ଆଲୋଚନା ପାଇଁ ପ୍ରସ୍ତାବ ଦେଲା ୟୁକ୍ରେନ୍
ଋଷ ରାଷ୍ଟ୍ରପତିଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ୟୁକ୍ରେନ୍ ରାଷ୍ଟ୍ରପତି#Ukraine#UkraineRussia#KanakNewspic.twitter.com/QsZeW9EN4f— Kanak News (@kanak_news) February 25, 2022
ଅମିତ ଶାହାଙ୍କ ସହ କଥା ହେଲେ ନବୀନ । ୟୁକ୍ରେନରେ ଫଶିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ କଲେ ଅନୁରୋଧ । ଶାହା କହିଲେ… । #KanakNews#MaskUpOdisha@Naveen_Odisha@AmitShah
https://t.co/6iaJbplbpDpic.twitter.com/HhJPaQmSFC— Kanak News (@kanak_news) February 25, 2022
ୟୁକ୍ରେନର ରାଜଧାନୀ କିବରେ ପ୍ରବେଶ କଲା ଋଷ ସେନା । ଋଷିଆ ସେନାର ପ୍ରବେଶ ନେଇ ସୂଚନା ଦେଲେ ୟୁକ୍ରେନ୍ ରାଷ୍ଟ୍ରପତି । ଅନୁପ୍ରବେଶକାରୀଙ୍କ ସହ ଋଷିଆ ସେନା ସାମିଲ୍ । ୯୬ ଘଣ୍ଟାରେ ପୂରା ରାଜଧାନୀକୁ ଦଖଲ କରିନେବ ଋଷିଆ । ୟୁକ୍ରେନ୍ ନାଗରିକଙ୍କୁ କର୍ଫ୍ୟୁ ନିୟମ ପାଳନ ପାଇଁ କଲେ ଅନୁରୋଧ ।
ଭାବବିହ୍ୱଳ ହେଲେ ୟୁକ୍ରେନ୍ ରାଷ୍ଟ୍ରପତି । କହିଲେ ଋଷକୁ ସମସ୍ତେ ଡରୁଛନ୍ତି, ଆମକୁ ଏକଲା ଲଢିବାକୁ ଛାଡି ଦିଆଗଲା । #KanakNews#MaskUpOdisha#RussiaUkraineConflicthttps://t.co/rZFzkZDYcKpic.twitter.com/Rx1hYfphjV
— Kanak News (@kanak_news) February 25, 2022
ଋଷର ପ୍ରଥମ ଦିନ ଆକ୍ରମଣରେ ୟୁକ୍ରେନର ୧୩୭ ଜଣଙ୍କର ମୃତ୍ୟୁ ଘଟିଛି । ଯେଉଁଥିରେ ୧୦ ଜଣ ସେନା ଅଧିକାରୀ ରହିଛନ୍ତି । ସେହିପରି ୩୧୬ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜଲେନସ୍କି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଆମ ସହିତ ଏକାଠି ହୋଇ ଲଢେଇ କରିବାକୁ କେହି ନାହାନ୍ତି । ଋଷକୁ ୟୁକ୍ରେନ ସହ ଲଢେଇ କରିବାକୁ ଏକୁଟିଆ ଛଡା ଯାଇଛି ।
#ଯୁଦ୍ଧ_ହିଁ_ଯଥାର୍ଥ : #ଋଷ
ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ : ଋଷ ରାଷ୍ଟ୍ରପତି କହିଲେ ଅସ୍ଥିତ୍ୱ ବିପଦରେ ଥିଲା, ଯୁଦ୍ଧ ବ୍ୟତୀତ ନଥିଲା କୌଣସି ବିକଳ୍ପ #UkraineRussiaCrisispic.twitter.com/F7q0c9zPCD— Kanak News (@kanak_news) February 25, 2022
#ଋଷ_ପରିଣାମ_ଭୋଗିବ : #ବାଇଡେନ୍
ୟୁକ୍ରେନ୍ ଉପରେ ଆକ୍ରମଣ ନେଇ ଋଷ ଉପରେ ବର୍ଷିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ପୁଟିନ୍ ଆକ୍ରମଣକାରୀ ଯୁଦ୍ଧ ବାଛିଛନ୍ତି, ପରିଣାମ ଭୋଗିବେ #JoeBiden#UkraineRussiaCrisispic.twitter.com/ASWDzPiCvE— Kanak News (@kanak_news) February 25, 2022
#ବଢିଲା_ଅଶୋଧିତ_ତେଲ_ଦର
ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ବଢିଲା ଅଶୋଧିତ ତେଲ ଦର । ୧୦୫ ଡଲାର ଟପିଲା ଅଶୋଧିତ ତୈଳ ଦର #UkraineRussiaCrisis#RussiaUkraineConflictpic.twitter.com/nZL2W1P53e— Kanak News (@kanak_news) February 25, 2022
#ପୁଟିନଙ୍କ_ସହ#କଥା_ହେଲେ_ମୋଦି
ମୋଦି-ପୁଟିନ ଆଲୋଚନା: ଯୁଦ୍ଧ ରୋକି, ଶାନ୍ତି ଆଣିବାକୁ ପୁଟିନଙ୍କୁ ମନ୍ତ୍ର ଦେଲେ ମୋଦି #UkraineRussiaCrisis@PMOIndia@KremlinRussia_Epic.twitter.com/BzaVLkCZbc— Kanak News (@kanak_news) February 24, 2022
#ୟୁକ୍ରେନ୍_ସଙ୍କଟ: #ମୋଦି_ପୁଟିନ୍_ଆଲୋଚନା
ଯୁଦ୍ଧ ରୋକିବାକୁ ପୁଟିନଙ୍କୁ ମୋଦିଙ୍କ ଅନୁରୋଧ । ହିଂସାର ପଥ ଛାଡ଼ି ଆଲୋଚନା ଦ୍ୱାରା ବିବାଦର ସମାଧାନ ପାଇଁ ଋଷ ରାଷ୍ଟ୍ରପତିଙ୍କୁ ଅପିଲ । pic.twitter.com/K3pIRFYDjb— Kanak News (@kanak_news) February 24, 2022
#ଉଦ୍ଧାରକାରୀ_ଟିମ୍_ପଠାଯାଇଛି: ଏମଇଏ
ୟୁକ୍ରେନ୍ ସଂକଟ: ଭାରତୀୟଙ୍କୁ ସ୍ୱଦେଶ ଆଣିବାକୁ ପ୍ରୟାସ ଜାରି, କ’ଣ କହିଲା ବିଦେଶ ମନ୍ତ୍ରଣାଳୟ ଶୁଣନ୍ତୁ... #UkraineRussiaCrisis#Ukraine#Russiapic.twitter.com/pKBz2MkcJ8— Kanak News (@kanak_news) February 24, 2022
#ପୁଟିନଙ୍କ_ସହ_କଥା_ହୋଇପାରନ୍ତି_ମୋଦି: ସୂତ୍ର
ୟୁକ୍ରେନ୍ ସଙ୍କଟ: ଋଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି: ସୂତ୍ର #UkraineRussiaCrisis#Ukraine#Russiapic.twitter.com/8UdafrELit— Kanak News (@kanak_news) February 24, 2022
#ୟୁକ୍ରେନ୍_ସଂକଟ: #ଭାରତର_ଜରୁରୀ_ବୈଠକ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଜରୁରୀ ବୈଠକ । ବୈଠକରେ କେନ୍ଦ୍ର ରକ୍ଷାମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଉପସ୍ଥିତ । #UkraineRussiaCrisis#Ukraine#Russiapic.twitter.com/yAwC909R75— Kanak News (@kanak_news) February 24, 2022
ir="ltr" lang="or">‘#ଭାରତ_ଚାହୁଁଛି_ଶାନ୍ତି’
ଭାରତୀୟଙ୍କୁ ସୁରକ୍ଷିତ ଆଣିବା ପାଇଁ ଆମ ସରକାର ଚେଷ୍ଟା ଚଳାଇଛି । ଯେମିତି ବି ହେଉ ସମସ୍ତଙ୍କୁ ସୁରକ୍ଷିତ ଭାରତ ଅଣାଯିବ । ଆମେ ଚାହୁଁଛୁ ଶାନ୍ତି, ଭୟଙ୍କର ଯୁଦ୍ଧ ପରିସ୍ଥିତି ନସୃଷ୍ଟି ହେଉ: ରାଜନାଥ ସିଂହ #RussiaUkraineWar@rajnathsinghpic.twitter.com/RkBdCI7Y9x
— Kanak News (@kanak_news) February 24, 2022
ଆମେ ଭାରତଠୁ ସମର୍ଥନ ଲୋଡିଛୁ, ଏ ଯୁଦ୍ଧ ପରିସ୍ଥିତି ରୋକିବା ପାଇଁ ଆମ ସହ ଭାରତ ଛିଡ଼ା ହେବ ବୋଲି ଆଶା: ୟୂକ୍ରେନ ରାଷ୍ଟ୍ରଦୂତ #RussiaUkraineWarpic.twitter.com/NzccwyEiZ7
— Kanak News (@kanak_news) February 24, 2022
ୟୁକ୍ରେନର ବିମାନବନ୍ଦର ନିକଟରେ ନିଆଁ । ଋଷର ଆକ୍ରମଣ ପରେ ୟୁକ୍ରେନରେ ଆତଙ୍କ । #RussiaUkraineWarpic.twitter.com/j6YfmfVG45
— Kanak News (@kanak_news) February 24, 2022
ୟୁକ୍ରେନ୍-ଋଷ ଯୁଦ୍ଧ । ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଲେ, ୟୁକ୍ରେନରେ ଏବେ ସ୍ଥିତି ଗମ୍ଭୀର ଅଛି । ୟୁକ୍ରେନ ସ୍ଥିତି ଉପରେ ଆମର ନଜର ରହିଛି । ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି । ଭାରତ ଚାହୁଁଛି ଶାନ୍ତି ବଜାୟ ରହୁ, ଯୁଦ୍ଧ ଭଳି ସ୍ଥିତି ଉପୁଜିବାର ଆବଶ୍ୟକତା ନଥିଲା ।
ଯୁଦ୍ଧ ନେଉଛି ଜୀବନ । ଋଷର ୫୦ ସୈନିକଙ୍କୁ ମାରିଥିବା ଦାବି କଲା ୟୁକ୍ରେନ, ୫ ବିମାନକୁ ଆକାଶପଥରେ ଧ୍ୱଂସ କରିଥିବା କହିଲା । #KanakNews#MaskUpOdisha#RussiaUkraineConflicthttps://t.co/OeAy7UnxTHpic.twitter.com/ZsvzQceS1A
— Kanak News (@kanak_news) February 24, 2022
ୟୁକ୍ରେନ୍ ରକ୍ଷା ମନ୍ତ୍ରଣାଳୟ ବାହାରେ ଉଠୁଛି ଧୂଆଁ । ଋଷ ସେନା ପକ୍ଷରୁ ଆକ୍ରମଣ ପରେ ଏମିତି ରହିଛି କିବର ସ୍ଥିତି । #RussiaUkraineWarpic.twitter.com/ARv2k3dGSc
— Kanak News (@kanak_news) February 24, 2022
ପୁଟିନଙ୍କ ପାୱାରର ରାଜ୍ କଣ? କାହିଁକି ପୁଟିନଙ୍କୁ ଭୟ କରନ୍ତି ବଡ ବଡ ରାଷ୍ଟ୍ର? ଜାଣନ୍ତୁ… #RussiaUkraineWarhttps://t.co/DbRQRWVfIxpic.twitter.com/A4w3R0dQvQ
— Kanak News (@kanak_news) February 24, 2022
ଆମେରିକାରେ ଜରୁରୀକାଳୀନ ବୈଠକ ଡାକିଲେ ରାଷ୍ଟ୍ରପତି ଜୋ ବାଇଡେନ । ୱାଂସିଟନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଉପରାଷ୍ଟ୍ରପତି, ବୈଦଶିକ ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ସାମିଲ । ୟୁକେନ୍ ଉପରେ ଆକ୍ରମଣକୁ ନେଇ ଚୁପ୍ ବସିବୁ ନାହିଁ : ଜୋ ବାଇଡେନ
ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ବଡ ବୟାନ । କହିଲେ, ୟୁକ୍ରେନ ପଛକୁ ହଟିବ ନାହିଁ, ଋଷ ଆଗରେ ମୁଣ୍ଡ ନୁଆଇଁବ ନାହିଁ ।
ୟୁକ୍ରେନ ଆକ୍ରମଣ ନେଇ ଋଷ ଗଣମାଧ୍ୟମର ବଡ ଦାବି । ଏବେ ଖାଲି ଅସ୍ତ୍ରଶସ୍ତ୍ରରେ ନୁହେଁ ବରଂ ୟୁକ୍ରେନ ଭିରତକୁ ଧସେଇ ପଶିଛି ଋଷ ସେନା । ୟୁକ୍ରେନର ୬ଟି ଏୟାରଫିଲ୍ଡକୁ ଟାର୍ଗେଟ କରିଛି ଋଷ ସେନା । ଏହା ମଧ୍ୟରେ ଫ୍ରାଙ୍କକ୍ୱିସ୍କ ଏୟାରପୋର୍ଟରେ ମିସାଇଲ ଆକ୍ରମଣ କରିଛି ଋଷ ।
ୠଷ-ୟୁକ୍ରେନ ଯୁଦ୍ଧ ଭିତରେ ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ସହ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ । ଭାରତ ଓ ଋଷର ସମ୍ପର୍କ ଅତି ଭଲ, ତେଣୁ ଏହି ବିବାଦକୁ ନିୟନ୍ତ୍ରଣ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ । ତେଣୁ ଭାରତର ପ୍ରଧାନମନ୍ତ୍ରୀ ତୁରନ୍ତ ଋଷ ରାଷ୍ଟ୍ରପତି ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରନ୍ତୁ ।
ୟୁକ୍ରେନବାସୀଙ୍କ ସୁରକ୍ଷାକବଚ । ଋଷର ଆକ୍ରମଣରୁ ରକ୍ଷା ପାଇବାକୁ ଏହି ସ୍ଥାନରେ ଆଶ୍ରୟ ନେଇଛନ୍ତି ଦେଶର ଅନେକ ନାଗରିକ । https://t.co/Gs6Xyjl81c#KanakNews#MaskUpOdisha#RussiaUkraineConflictpic.twitter.com/976f1NCpwk
— Kanak News (@kanak_news) February 24, 2022
ଋଷିଆର ଆକ୍ରମଣ ; ବିଶ୍ୱ ନେତାଙ୍କ ନିନ୍ଦା । ଜରୁରୀ ବୈଠକ ଡକାଇଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନକ୍ସିଙ୍କ ସହ କଥା ହେଲେ ବୋରିସ୍ ଜନସନ୍ ।ବ୍ରିଟେନ୍ ଓ ସହ ଯୋଗୀ ଦେଶ ଏକାଠି ଋଷକୁ ଜବାବ ଦେବୁ । ଋଷିଆର ଆକ୍ରମଣକୁ ଜର୍ମାନ ଚାନସେଲରଙ୍କ ନିନ୍ଦା । ୟୁରୋପ ପାଇଁ କଳା ଦିନ କହିଲେ ଚାନସେଲର ଓଲାଫ ସ୍କଲଜ୍ । ୟୁକ୍ରେନରୁ ଋଷିଆ ସେନା ପ୍ରତ୍ୟାହାର ପାଇଁ ଦାବି କଲା କାନାଡା । ସେପଟେ,ଆମେରିକା ରାଷ୍ଟ୍ରପତିଙ୍କ ସହ କଥା ହେଲେ ଜେଲେନକ୍ସି ।
ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି । ୟୁକ୍ରେନ୍ ପରିସ୍ଥିତି ଚିନ୍ତାଜନକ ରହିଛି । ଭାରତୀୟମାନଙ୍କୁ ଘରେ ରହିବାକୁ ପରାମର୍ଶ । ଯେଉଁଠି ଅଛ ସେଠି ସୁରକ୍ଷିତ ଓ ଶାନ୍ତ ଭାବେ ରୁହ ।
ଯୁଦ୍ଧ ମଧ୍ୟରେ ୟୁକ୍ରେନ ନାଗରିକଙ୍କ ସୁରକ୍ଷା ଦାୟିତ୍ୱକୁ ଗୁରୁତ୍ୱ ଦେଇଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍ । ତାଙ୍କର ଯୁଦ୍ଧ ୟୁକ୍ରେନ୍ ସରକାର ସହ ୟୁକ୍ରେନବାସୀଙ୍କ ସହ ନୁହେଁ । ତେଣୁ ୟୁକ୍ରେନ ନାଗରିକଙ୍କ ଯେପରି କିଛି କ୍ଷତି ନହୁଏ ସେଥିପାଇଁ ଋଷ ସଜାଗ ବୋଲି ପୁଟିନ୍ କହିଛନ୍ତି ।
ଋଷ ବିରୋଧରେ ଲଢିବେ ନାଟୋ ଦେଶ । ନାଟୋରେ ଅଛନ୍ତି ଆମେରିକା, ଫ୍ରାନ୍ସ, କାନାଡା, ବିଟ୍ରେନ ସମେତ ୩୦ ଦେଶ ।
ଋଷ ଉପରେ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି । ବ୍ରିଟେନ୍ ଏୟାରଫୋର୍ସ ବେସରୁ ବାହାରିଲା ଆମେରିକା ବିମାନ । ଆମେରିକାର ୨ଟି ବୋମା ବର୍ଷଣକାରୀ ବିମାନ ଉଡିଲା । ଯେକୌଣସି ମୂର୍ହୂତ୍ତରେ ଆମେରିକା ଆକ୍ରମଣ କରିପାରେ ବୋଲି ସୂତ୍ରରୁ ଜଣାପଡିଛି ।
ଆମେରିକାକୁ ପୁଟିନଙ୍କ ନାଲି ଆଖି । ୟୁକ୍ରେନ ମାମଲାରେ ହସ୍ତକ୍ଷେପ କଲେ ଛାଡିବୁ ନାହିଁ । ରେଡ ଲାଇନ ପାର କରିଛି ଆମେରିକା ।
ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ । ପ୍ରଥମେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଆଉ ଏହାସହ ୟୁକ୍ରେନର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବାଲାଷ୍ଟିକ ମିସାଇଲ ଆକ୍ରମଣ । କେବଳ ଆକ୍ରମଣ ନୁହେଁ ଋଷ ରାଷ୍ଟ୍ରପତି ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ଚେତାବନୀ ଦେଇ କହିଛନ୍ତି, ଏହି ମାମଲାରେ ମୁଣ୍ଡ ନ ଖେଳାଇବା ପାଇଁ । ଯେଉଁ ଦେଶ ମୁଣ୍ଡ ଖେଳାଇବ ସିଏ ଭୟାବହ ପରିଣାମ ଭୋଗିବ । ଏମିତି ପରିଣାମ ଭୋଗିବ ଯାହା ପୂର୍ବରୁ ଇତିହାସରେ ମଧ୍ୟ ଭୋଗିନଥିବେ । ସେହିଭଳି ୟୁକ୍ରେନ ମଧ୍ୟ ଋଷ ବିରୋଧରେ ଯୁଦ୍ଧ ଘୋଷଣା କରିଛି । ୟୁକ୍ରେନ ଆକାଶରେ ଏବେ ଫାଇଟର ଜେଟ ଉଡିବା ଆରମ୍ଭ କରିଛି । ଏହାସହ ତୁର୍କୀ ଠାରୁ ସୈନ୍ୟ ସହାୟତା ମଧ୍ୟ ମାଗିଛି ୟୁକ୍ରେନ । ବିପଦ ସମୟରେ ସୈନ୍ୟ ସହାୟତା କରିବାକୁ ତୁର୍କୀକୁ ଅପିଲ କରିଛି ୟୁକ୍ରେନ ।
ୟୁକ୍ରେନର ବିଭିନ୍ନ ସ୍ଥାନରେ ରକେଟ୍ ମାଡ । ୩୦୦ରୁ ଉର୍ଦ୍ଧ୍ୱ ୟୁକ୍ରେନବାସୀ ମୃତ https://t.co/GhUdSNMkbI#russiaukrainewarpic.twitter.com/MtwzLT2iCA
— Kanak News (@kanak_news) February 24, 2022
ଅନ୍ୟପଟେ ୟୁକ୍ରେନର ବୈଦଶିକ ମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବା ସହ ପୂରା ସ୍ଥିତି ବାବଦରେ ଅବଗତ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଏହି ଯୁଦ୍ଧରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଋଷ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବ । ଆମେରିକା ଓ ଏହାର ସହଯୋଗୀ ଏକାଠି ହୋଇ ଏହାର ଜବାବ ଦେବେ । ଆଉ ପୂରା ବିଶ୍ୱ ଏଥିପାଇଁ ଋଷକୁ ଦାୟୀ କରିବ ।
ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକୁ ପୁଟିନଙ୍କ ଧମକ । ‘ୟୁକ୍ରେନକୁ ସମର୍ଥନ କଲେ ପରିଣାମ ଭୋଗିବ’ https://t.co/Hj7BHXvyf7#UkraineRussiaConflictpic.twitter.com/C0SPlXCGuC
— Kanak News (@kanak_news) February 24, 2022
କଡା ଜବାବ ଦେବୁ, ଆଉ ଜିତିବୁ : କଡା ଆଭିମୁଖ୍ୟ ଦେଖାଇଲା ୟୁକ୍ରେନ୍ https://t.co/GF1DvqrYxU#UkraineRussiaConflictpic.twitter.com/U4tegSLrHg
— Kanak News (@kanak_news) February 24, 2022
#ୟୁକ୍ରେନରେ_ମିଜାଇଲ_ମାଡ...
ୟୁକ୍ରେନରେ ଭୟଙ୍କର ସ୍ଥିତି... ରାତିର ଅନ୍ଧାରରେ ୟୁକ୍ରେନର ୧୩ଟି ସ୍ଥାନରେ ଋଷର ମିଜାଇଲ ମାଡ #RussiaUkraineWarpic.twitter.com/H2pqWo8pnO— Kanak News (@kanak_news) February 24, 2022
#ଯୁଦ୍ଧ_ଭୂମିକୁ_ଓହ୍ଲାଇଲା_ୟୁକ୍ରେନ୍
ଋଷକୁ ଜବାବ ଦେବାକୁ ଆଗକୁ ଆସିଲା ୟୁକ୍ରେନ୍ । ଆକାଶରେ ଉଡିଲା ଫାଇଟର ଜେଟ୍ #RussiaUkraineWarpic.twitter.com/kegk7voZLa— Kanak News (@kanak_news) February 24, 2022
ୟୁକ୍ରେନ-ଋଷ ସଙ୍କଟକୁ ନେଇ ‘ନାଟୋ’ର ପ୍ରେସମିଟ୍ । ନାଟୋ କହିଛି ଅନ୍ତରାଷ୍ଟ୍ରୀୟ ଆଇନ୍ ଉଲ୍ଲଂଘନ ନକରୁ ଋଷ । ଋଷର କାର୍ଯ୍ୟକଳାପ ବିଶ୍ୱ ସମୁଦାୟ ଦେଖୁଛି, ଆକ୍ରମଣ ପାଇଁ ଋଷକୁ ପରିଣାମ ଭୋଗିବାକୁ ପଡିବ । ସୈନ୍ୟଙ୍କୁ ଆଗକୁ ବଢ଼ାଇବାରୁ ନିବୃର୍ତ୍ତ ରହୁ ଋଷ ।
ୟୁକ୍ରେନ ଓ ଋଷ ଭିତରେ ଯୁଦ୍ଧ ଧିରେ ଧିରେ ବଢିବାରେ ଲାଗିଛି । ଆଉ ଏହାରି ଭିତରେ ସେଠାରେ ଫଶିଥିବା ଭାରତୀୟ ନାଗରିକ ଓ ଛାତ୍ରଙ୍କୁ ନେଇ ଏବେ ଭାରତ ସରକାର ଗମ୍ଭୀରତା ପ୍ରକାଶ କରିଛନ୍ତି । ୟୁକ୍ରେନର ରାଜଧାନୀରେ ଅବସ୍ଥିତ ଭାରତୀୟ ଦୂତାବାସ ଏବେ ପୁଣି ତୃତୀୟ ଥର ପାଇଁ ଆଡଭାଇଜରୀ ଜାରି କରିଛନ୍ତି । ଆଉ କହିଛନ୍ତି ୟୁକ୍ରେନ ରାଜଧାନୀ କିଭରେ ଫଶିଥିବା ସମସ୍ତ ଭାରତୀୟ ନାଗରିକ ଜରୁରୀ ପରିସ୍ଥିତିରେ ପାଖରେ ଥିବା ବମ ସଲ୍ଟେର୍ସରେ ଆଶ୍ରୟ ନିଅନ୍ତୁ । ଏହି ବମ ସେଲ୍ଟର କିଭର ମେଟ୍ରୋ ଷ୍ଟେସନର ଅଣ୍ଡର ଗ୍ରାଉଣ୍ଡରେ ତିଆରି ହୋଇଛି ।
#ବଡ_ଖବର
ଯୁଦ୍ଧର ଭୟ ଭିତରେ ଭାରତୀୟଙ୍କ ପାଇଁ ଭଲ ଖବର । ୟୁକ୍ରେନରୁ ସ୍ୱଦେଶ ଫେରିବେ ଫସିଥିବା ଭାରତୀୟ ।https://t.co/vaGmsGEtkj#UkraineRussiaCrisis#Ukraine#Russiapic.twitter.com/gWrKgS1b8k— Kanak News (@kanak_news) February 24, 2022