କନକ ବ୍ୟୁରୋ : 

Advertisment

ir="ltr" lang="or">ପୁଣି ସ୍ୱର ବଦଳାଇଲେ ଜେଲେନସ୍କି । କହିଲେ ଆତ୍ମସର୍ମପଣ କରିବୁନି, ଋଷ ସୈନିକ ଅସ୍ତ୍ର ତ୍ୟାଗ କରି ୟୁକ୍ରେନ ଛାଡନ୍ତୁ । #KanakNews#MaskUpOdisha#Ukraine#Russiahttps://t.co/BuUji95Inhpic.twitter.com/zoB0VYQS2r

— Kanak News (@kanak_news) March 9, 2022

ଯୁଦ୍ଧ ବାବଦରେ ସବୁ ଜାଣିଥିଲା ଚୀନ୍! ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଥିବା ରିପୋର୍ଟର ସତ୍ୟତା କଣ? #KanakNews #MaskUpOdisha #Ukraine #Russia https://kanaknews.com/china-known-all-details-of-russia-ukraine-war/

ରୋଷେଇଶାଳାରେ ଋଷ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ । ସପ୍ତାହକ ଭିତରେ ୫୦ ଟଙ୍କା ବଢ଼ିଲାଣି ଖାଇବା ତେଲ, ଆହୁରି ବି ବଢ଼ିପାରେ… #RussianUkrainianWar#Ukraine

ଦକ୍ଷିଣ ପଟରୁ ୟୁକ୍ରେନକୁ ଘେରିଲାଣି ଋଷ । ମିକାଲବେ ସହରରେ ଆକାଶ ପଥରୁ ଆକ୍ରମଣ ନେଇ ଆଲର୍ଟ ଜାରି । ୟୁକ୍ରେନର ୧୫ ସହର ଉପରେ ଆକ୍ରମଣ ନେଇ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପଟେ ୟୁକ୍ରେନ୍ ବାସିନ୍ଦାଙ୍କୁ ଆକ୍ରମଣ ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣକ ହେଉଛନ୍ତି ଚନ୍ଦନ ଜିନ୍ଦଲ ତାଙ୍କର ଘର ପଞ୍ଜାବରେ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ଚନ୍ଦନଙ୍କୁ ବ୍ରେନଷ୍ଟ୍ରୋକ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ ଶରୀରକୁ ଭାରତ ଫେରାଇ ଆଣିବାକୁ ସରକାରଙ୍କୁ ଚିଠି ଲେଖିଛନ୍ତି ଚନ୍ଦନଙ୍କ ପରିବାର ।

ୟୁକ୍ରେନ-ଋଷ ମଧ୍ୟରେ ଚାଲିଛି ଘମୋଘୋଟ ଲଢେଇ । ଋଷ ସେନାଙ୍କ ଆକ୍ରମଣରେ ୟୁକ୍ରେନ ଧ୍ୱଂସ ଅବସ୍ଥାରେ ପହଞ୍ଚିଲାଣି । ଏଥିରେ ଅନେକ ବଡ ବଡ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ତେବେ ଏହାରି ମଧ୍ୟରେ ସବୁଠାରୁ ଚିନ୍ତାର କାରଣ ହେଉଛି ସେଠାରେ ଫଶି ରହିଥିବା ବିଦେଶୀ ଛାତ୍ରଛାତ୍ରୀ ।

ଯୁଦ୍ଧ କରିବାକୁ ଚାହୁଁନାହାଁନ୍ତି ଋଷ ସେନା । ଦିନକୁ ଦିନ ତୁଟିଯାଉଛି ସେମାନଙ୍କ ମନୋବଳ । ଯୁଦ୍ଧକୁ ଏଡାଇବାକୁ କରୁଛନ୍ତି ଆତ୍ମଘାତୀ କାର୍ଯ୍ୟ । ଏକଥା ପ୍ରକାଶ କରିଛନ୍ତି ଆମେରିକାର ଜଣେ ବରିଷ୍ଠ ପେଣ୍ଟାଗନ ଅଧିକାରୀ ।

ଖାରକିଭରେ ଜୋରଦାର ଆକ୍ରମଣ ଜାରି ରହିଛି । ଖାରକିଭରେ ରୁଷର ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୧୨ ଜଣ ଆହତ ହୋଇଥିବା ଖାରକିଭ୍ ମେୟର ସୂଚନା ଦେଇଛନ୍ତି । ସେପଟେ ରାଜଧାନୀ କିଭରେ ଘନ ଘନ ବୋମାମାଡ଼ ହେଉଛି । ଅନେକ ଅଂଚଳ ଛାରଖାର ହୋଇଯାଇଛି ।

ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନରେ ଥିବା ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ୨୪ ଘଂଟା ମଧ୍ୟରେ ୬ ବିମାନରେ ଭାରତକୁ ୧୩୭୭ ଜଣ ଭାରତୀୟ ୟୁକ୍ରେନରୁ ଭାରତ ଫେରିଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ୟୁକ୍ରେନରୁ ପୋଲାଣ୍ଡ ଦେଇ ଫେରିଥିବା ଭାରତୀୟଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି । ସ୍ମୃତି ଇରାନୀ ଭାରତୀୟଙ୍କୁ ସ୍ୱାଗତ କରି କହିଛନ୍ତି, ତୁମର ପରିବାର ବ୍ୟାକୁଳ ଭାବେ ତୁମକୁ ଅପେକ୍ଷା କରିଛନ୍ତି । ଆପଣମାନେ ସାହସିକତା ପଦର୍ଶନ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ ବୋଲି ସେ କହିଛନ୍ତି ।

ଋଷ-ୟୁକ୍ରେନ ମଧ୍ୟରେ ୭ମ ଦିନରେ ପହଞ୍ଚିଛି ଯୁଦ୍ଧ । ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହର ଆକାଶରେ ଏବେ କଳା ଧୂଆଁ ରାଜ କରୁଛି । ଆକାଶ ପଥରୁ ମିସାଇଲ ମାଡ ଓ ସ୍ଥଳଭାଗରେ ଟ୍ୟାଙ୍କରେ ଆକ୍ରମଣ କରି ଋଷ ସେନା ତାଣ୍ଡବଲୀଳା ରଚି ଚାଲିଛି । ରାଜଧାନୀ କିବ ଅଭିମୁଖେ ଋଷ ସେନା ଅଗ୍ରସର ହେଉଥିବା ବେଳେ ୟୁକ୍ରେନ୍ ରାଷ୍ଟ୍ରପତି ସାଧାରଣ ଲୋକଙ୍କୁ ବଙ୍କରକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି । ଆଉ ଯେଉଁମାନେ ସେନା ସହ ମିଶି ଋଷ ବିରୋଧରେ ଲଢେଇ କରିବାକୁ ଚାହୁଁଛନ୍ତି ସେମାନଙ୍କ ହାତରେ ଅସ୍ତ୍ର ଧରାଇଛନ୍ତି ୟୁକ୍ରେନ ସରକାର । ଯୁଦ୍ଧକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଏଯାବତ୍ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପଛଘୁଞ୍ଚା ଦେଇନାହାନ୍ତି । ବରଂ ଋଷ ଭଳି ମହାଶକ୍ତି ବିରୋଧରେ ଶେଷ ପର୍ଯ୍ୟନ୍ତ ଲଢେଇ କରିବା ଉପରେ ଜୋର ଦେଇଛନ୍ତି । ଅନ୍ୟପଟେ ୟୁକ୍ରେନରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଜୋରଦାର ଅପରେସନ ଆରମ୍ଭ ହୋଇଛି ।