କନକ ବ୍ୟୁରୋ : ୟୁକ୍ରେନ୍- ଋଷ ବିବାଦ ମଧ୍ୟରେ ବର୍ତ୍ତମାନର ସବୁଠୁ ବଡ ଖବର ସାମ୍ନାକୁ ଆସିଛି । ୟୁକ୍ରେନ୍ ରାଜଧାନୀ ସମେତ ୧୩ଟି ସ୍ଥାନରେ ଋଷ ଆକ୍ରମଣ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । କିବ, ଖାରକିବ ସମେତ ୧୩ଟି ବଡ ସହର ଉପରେ ଆକ୍ରମଣ କରିଛି ଋଷ ।

Advertisment

ମିଳିଥିବା ସୂଚନା ଅନୁସାରେ, ମିଜାଇଲ୍ ଏବଂ ମାନବ ବିହିନ ଡ୍ରୋନ୍ ଜରିଆରେ ପ୍ରଥମେ ୟୁକ୍ରେନ ୧୩ଟି ସ୍ଥାନ ଉପରେ ଆକ୍ରମଣ କରିଛି ଋଷ । ସେପଟେ ବ୍ଲାକ୍ ସି’ରେ ଋଷ ନୌସେନା ଅପରେସନ୍ ଆରମ୍ଭ କରିଥିବା ସୂଚନାରୁ ଜଣାପଡିଛି ।