କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧକୁ ଏହା ମଧ୍ୟରେ ବର୍ଷେ ପୁରିବାକୁ ଯାଉଛି । ସ୍ଥିତି ଏବେ ମଧ୍ୟ ବିସ୍ଫୋରକ ରୂପରେ ରହିଛି । ତେବେ ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କିଭରେ ପହଞ୍ଚିଛନ୍ତି । ସେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସାକ୍ଷାତ କରିବାକୁ ଯାଉଛନ୍ତି । ପ୍ରଥମ ଥର ବାଇଡେନ କିଭରେ ପହଞ୍ଚିଛନ୍ତି । ତାଙ୍କର ଏଠି ପହଞ୍ଚିବା ଅନେକ ଗୁରୁତ୍ୱ ରଖୁଛି । ଏନେଇ ରାଜନୈତିକ ବିଶ୍ଳେଷକ ମଧ୍ୟ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Advertisment

ଜୋ ବାଇଡେନଙ୍କ ଏ ଗସ୍ତ ଅଚାନକ ଥିଲା । ଏନେଇ କୌଣସି ପ୍ରକାର ସୂଚନା ମଧ୍ୟ ପୂର୍ବରୁ ଦିଆଯାଇନଥିଲା । ବାଇଡେନ କିଭ ପହଞ୍ଚିବା ପରେ ୟୁକ୍ରେନ ପାଇଁ ଏକ ନୂଆ ଆରମ୍ଭର ଆଶା ସଞ୍ଚାର ହୋଇଛି । ଏନେଇ ଜାରିହୋଇଥିବା ବୟାନରେ ସ୍ପଷ୍ଟ କରାଯାଇଛି । ବିବୃତିରେ ଏହା ମଧ୍ୟ କୁହାଯାଇଛି, ଆମେରିକା ଲଗାତର ଭାବେ ୟୁକ୍ରେନକୁ ସହଯୋଗ କରିଆସୁଛି । ସବୁ ସମୟରେ ସହାୟତା ଦେବା ପାଇଁ ମଧ୍ୟ ପ୍ରସ୍ତୁତ ରହିଛି । ଜେଲେନସ୍କି ମଧ୍ୟ ବାଇଡେନଙ୍କ ଗସ୍ତ ନେଇ ଖୁସି ପ୍ରକାଶ କରିଛନ୍ତି ।