ଉଗ୍ର ରୂପ ଧାରଣ କରିଛି ଋଷ-ୟୁକ୍ରେନ ଯୁଦ୍ଧ । ଋଷ ସେନା ଉପରେ ଭାରି ପଡୁଛନ୍ତି ୟୁକ୍ରେନ ସେନା

193

କନକ ବ୍ୟୁରୋ : ପୁଣି ଉଗ୍ର ରୂପ ଧାରଣ କରିଛି ଋଷ-ୟୁକ୍ରେନ ଯୁଦ୍ଧ । ଋଷ ସେନା ଉପରେ ଭାରି ପଡୁଛନ୍ତି ୟୁକ୍ରେନ ସେନା । ଫଳରେ ଋଷ ୟୁକ୍ରେନର ସହର ଉପରେ ମିଶାଇଲ ଆକ୍ରମଣ ଜୋରଦାର କରିଛି । ୟୁକ୍ରେନରେ ଥିବା ୩୦ ପ୍ରତିଶତରୁ ଅଧିକ ବିଦ୍ୟୁତ୍ କେନ୍ଦ୍ର ଉପରେ ଋଷ ମିଶାଇଲ ମାଡ କରିଛି ।ୟୁକ୍ରେନର ବିଦ୍ୟୁତ କେନ୍ଦ୍ର ଉପରେ ପ୍ରାୟ ଋଷ ସେନା ପ୍ରାୟ ୩୦୦ ରୁ ଅଧିକ ମିଶାଇଲ ମାଡ କରିଛି । ଫଳରେ ୟୁକ୍ରେନରେ ପ୍ରଥମ ଥର ପାଇଁ ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି । ହେଲେ ଖେରସେନ ଅଂଚଳର କିଛି ଅଂଚଳରେ ୟୁକ୍ରେନ ସେନା ଋଷ ସେନାକୁ ବିତାଡିତ କରିବାରେ ସକ୍ଷମ ହୋଇଛି ।

ଋଷର ସ୍ୱତନ୍ତ୍ର ସାମରିକ ଅପରେସନର ନୂଆ କମାଣ୍ଡର ସେର୍ଗି ସୁରୋଭିକିନ କହିଛନ୍ତି, ଖେରସେନରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ରହିଛି । ୟୁକ୍ରେନ ସେନା ଭିତିଭୂମି ଏବଂ ସାଧାରଣ ଜନବସତିକୁ ଟାର୍ଗେଟ କରି ଆକ୍ରମଣ କରୁଛି । ତେଣୁ ୟୁକ୍ରେନର ପ୍ରମୁଖ ସହର ଗୁଡିକରୁ ଜନସାଧାରଣଙ୍କୁ ଖାଲି କରିବାକୁ ଋଷ ଘୋଷଣା କରିଛି । ଉପରେ ଦେଶର ସେନା ଏବେ ସାଧାରଣ ଲୋକଙ୍କୁ ଆକ୍ରମଣ କରିବାକୁ ପଛାଉନଥିବାରୁ ତୁରନ୍ତ ୟୁକ୍ରେନ ଛାଡିବାକୁ ଭାରତ ସମେତ ଅନ୍ୟ ଦେଶମାନେ ସେମାନଙ୍କ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଭାରତୀୟ ନାଗରିକ ଏବେ ୟ୍ରୁକ୍ରେନ ନଯିବାକୁ ଭାରତ ପକ୍ଷରୁ କୁହାଯାଇଛି । ୟୁକ୍ରେନରେ ଥିବା ଛାତ୍ର ଏବଂ ଭାରତୀୟମ।।ନଙ୍କୁ ତରନ୍ତ ଯେକୌଣସି ଉପାୟରେ ୟୁକ୍ରେନ ଛାଡିବାକୁ ୟୁକ୍ରେନରେ ଥିବା ଭାରତୀୟ ଦୂତାବସ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।