କନକ ବ୍ୟୁରୋ: ଅସ୍ତ୍ରଶସ୍ତ୍ରର ପ୍ରୟୋଗଶାଳା ପାଲଟିଛି ୟୁକ୍ରେନ । ୟୁକ୍ରେନକୁ ଋଷ ସହ ଯୁଦ୍ଧ ଲଢାଇ ନିଜ ଯୁଦ୍ଧାସ୍ତ୍ରର ପରୀକ୍ଷା ନିରୀକ୍ଷା କରୁଛନ୍ତି ପାଶ୍ଚାତ୍ୟ ଦେଶ । ୟୁକ୍ରେନକୁ ନିଜ ସୁବିଧା ଓ ଫାଇଦା ଅନୁସାରେ ବ୍ୟବହାର କରୁଛନ୍ତି କିଛି ଦେଶ । ଆମେରିକା ବ୍ରିଟେନ୍ ଦେଶ ଏମିତି ଏକ ଚିନ୍ତାଧାରାରେ ଆଗୁଆ ଅଛନ୍ତି । ରୁଷ ସହ ଯୁଦ୍ଧ ଭୁମିରେ ଲହୁଲୁହାଣ ହେଉଛି ୟୁକ୍ରେନ । ୟୁକ୍ରେନକୁ ସାମରିକ ସହାୟତା ଆଳରେ, ନିଜ ଦେଶ ନିର୍ମିତ ଯୁଦ୍ଧାସ୍ତ୍ର ଗୁଡିକର ଟେଷ୍ଟିଂ ଲାବରୋଟୋରୀ କରି ଦେଇଛନ୍ତି ଅନେକ ଦେଶ । ୟୁକ୍ରେନ ଯୁଦ୍ଧରେ ଆମେରିକା, ସମେତ ୟୁରୋପ ଓ ଅନ୍ୟ ସହଯୋଗୀ ଦେଶ ଗୁଡିକ ନିଜ ଯୁଦ୍ଧାସ୍ତ୍ରକୁ ପରୀକ୍ଷା କରିବାକୁ ୟୁକ୍ରେନ ମାଟିକୁ ବ୍ୟବହାର କରିବାରେ ଲାଗିଛନ୍ତି । ସେହି ସବୁ ମାରଣାସ୍ତ୍ର ଗୁଡିକର ଯୁଦ୍ଧ କରିବାର କ୍ଷମତା ତଥା ଯୁଦ୍ଧକୁ ନିଜ ସପକ୍ଷରେ ନେବାର ଶକ୍ତି ସାମର୍ଥ୍ୟକୁ ପରୀକ୍ଷା କରିବାରେ ଲାଗିଛନ୍ତି । ସେଥିପାଇଁ ୟୁକ୍ରେନକୁ ସାମରିକ ମାରଣାସ୍ତ୍ରର ଲାବରୋଟୋରୀ କରିସାରିଛନ୍ତି ।