ୟୁକ୍ରେନରେ ଅସ୍ତ୍ର କିଣାରେ ବ୍ୟାପକ ଘୋଟାଲା… : ଯୁଦ୍ଧ ସମୟରେ ସେନା ଅଧିକାରୀ ଖାଇଗଲେ ଦେଶର ଟଙ୍କା

108

ୟୁକ୍ରେନରେ ସେନା ପାଇଁ ଅସ୍ତ୍ରଶସ୍ତ୍ର କିଣିବାରେ ପ୍ରାୟ ୪୦  ନିୟୁତ ଡଲାରର ଦୁର୍ନୀତିର ପର୍ଦାଫାସ ହେଇଛି । ଏହି ସ୍କାମରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସେନାର ବହୁ ବରିଷ୍ଠ ଅଧିକାରୀ ଜଡିତ ଅଛନ୍ତି । ସନ୍ଦେହ ଆଧାରରେ ୫ ଜଣଙ୍କୁ ନୋଟିସ ଜାରି କରାଯାଇଥିବାବେଳେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଫେବୃଆରୀରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତିନି ବର୍ଷ ପୂରଣ ହେବ । ଆଜି ବି ଏହି ଯୁଦ୍ଧ ନିରନ୍ତର ଜାରି ରହିଛି । ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି ଯେଉଁଥିପାଇଁ ଉଭୟ ଦେଶ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ଯୁଦ୍ଧରେ ରୁଷର ପଲା ଭାରି ରହିଛି । ଆମେରିକା ସମେତ ଅନେକ ଦେଶରୁ ୟୁକ୍ରେନ ସମର୍ଥନ ଦେଇ ଥିବାବେଳେ ରୁଷ ଏକାକୀ ଯୁଦ୍ଧ କରୁଛି। ତେବେ ଏହି ସଂଗ୍ରାମରେ ୟୁକ୍ରେନ ବହୁ ଜନଜୀବନ ଏବଂ ସମ୍ପତ୍ତି ହରାଇଛି ।

ଏହି ସମୟ ମଧ୍ୟରେ ୟୁକ୍ରେନରେ ଏକ ପ୍ରମୁଖ ସାମରିକ ଘୋଟାଲା ପ୍ରକାଶ ପାଇଛି । ୟୁକ୍ରେନ ସିକ୍ୟୁରିଟି ସର୍ଭିସ (ଏସବିୟୁ) ଅନୁଯାୟୀ ଏହା ଦେଶର ସେନା ପାଇଁ ଅସ୍ତ୍ରଶସ୍ତ୍ର କିଣିବାରେ ପ୍ରାୟ ୪୦ ନିୟୁତ ଡଲାର ଅର୍ଥାତ ପ୍ରାୟ ୩୩ ବିଲିୟନ ଟଙ୍କା ଦୁର୍ନୀତିର ଖୁଲାସା କରିଛି । ଏହି ସ୍କାମରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସେନାର ବହୁ ବରିଷ୍ଠ ଅଧିକାରୀ ଜଡିତ ଅଛନ୍ତି । ଖବର ମୁତାବକ, ଏହି ଲୋକମାନେ ଅସ୍ତ୍ରଶସ୍ତ୍ର କିଣିବା ନାମରେ ୪୦ ମିଲିୟନ ଡଲାର ଚଳୁ କରି ଦେଇଛନ୍ତି ।

ପଇସା ଦେଲାପରେ ମଧ୍ୟ ଅସ୍ତ୍ର ମିଳିନାହିଁ

ସୁରକ୍ଷା ସେବା (SBU) ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବାର ୬ ମାସ ମଧ୍ୟରେ ୨୦୨୨ ମସିହାରେ ମୋର୍ଟାର ସେଲ କିଣିବା ପାଇଁ ଲଭିଭ ଆର୍ସେନାଲ୍ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଲଭିଭ ଆର୍ସେନାଲକୁ ସଶସ୍ତ୍ର ବାହିନୀ ପାଇଁ ୧୦୦,୦୦୦ ମୋର୍ଟାର ସେଲ କିଣିବା ପାଇଁ ପ୍ରାୟ ସମସ୍ତ ଟଙ୍କା ଦେଇଥିଲା । ଏହା ସତ୍ତ୍ୱେ ୟୁକ୍ରେନ ସେନାକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇନଥିଲା । SBU କହିଛି ଯେ ଦିଆଯାଇଥିବା କିଛି ଅର୍ଥ ବାଲକାନ ସମେତ ବିଦେଶୀ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି । ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ଏହି ଠକେଇର ଖୁଲାସା ହୋଇଥିଲା ।

୫ ଜଣଙ୍କୁ ନୋଟିସ ଜାରି, ଜଣେ ଗିରଫ

ସୁରକ୍ଷା ସେବା (ଏସବିୟୁ) ଦ୍ଵାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ଏହି ମାମଲାରେ ସନ୍ଦେହ ଆଧାରରେ ୫ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି । ଏଥିରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଅନ୍ତର୍ଭୁକ୍ତ । ଜଣେ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯାଇଛି । ଲଭିଭ ଆର୍ସେନାଲର ସିଇଓ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଗୁଳି ଚୁକ୍ତି ପାଇଁ ଦାୟୀ ବ୍ୟକ୍ତିଙ୍କୁ ବରଖାସ୍ତ କରାଯାଇଛି ଏବଂ କମ୍ପାନୀ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ୟୁକ୍ରେନକୁ ଟଙ୍କା ଫେରସ୍ତ ପାଇଁ କାର୍ଯ୍ୟ କରୁଛି ।ଜେଲେନସ୍କି ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବ୍ୟକ୍ତ କରିଥିଲେଏଠାରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଜାନୁଆରୀ ୨୮, ରବିବାର ଦିନ ଜର୍ମାନ ରାଜ୍ୟ ପ୍ରସାରଣକାରୀ ARD କୁ ଦେଇଥିବା ଏକ ସାକ୍ଷାତକାରରେ ସେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ପ୍ରକାଶ କରିଥିଲେ । ସାକ୍ଷାତକାରରେ ଜେଲେନସ୍କି କହିଛନ୍ତି ଯେ ଯଦି ରୁଷ ଏକ ନାଟୋ ଦେଶ ଉପରେ ଆକ୍ରମଣ କରେ ତେବେ ଏହା ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ହେବ । ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ ଜର୍ମାନ କୁଳପତି (ଓଲାଫ ସ୍କୋଲଜ) ଏହି ବିପଦ ବିଷୟରେ ଜାଣିଛନ୍ତି ।