କନକ ବ୍ୟୁରୋ : ପ୍ରଚଣ୍ଡ ମିସାଇଲ ଆକ୍ରମଣରେ ଟଳି ପଡୁଛି ଜୀବନ । ଉଜୁଡି ଯାଉଛି ଘର ପରିବାର । ଭୁଷୁଡି ପଡୁଛି ସାଧାରଣ ଜନଜୀବନ । ରୁଷ ସେନା ବିରୁଦ୍ଧରେ ୟୁକ୍ରେନ ଯୁଦ୍ଧ ଲଢୁଛି ନୁହେଁ, ବରାବର ଲଢି ଚାଲିଛି । ଦୀର୍ଘ ୧୦ ମାସ ପାଖାପାଖି ଏହି ସାମରିକ ଲଢେଇରେ ଅଧିକାଂଶ ମାତ୍ରାରେ ୟୁକ୍ରେନ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ତଥାପି ରୁଷ ସେନାକୁ ନିଜ ମାଟିରୁ ବେଦଖଲ କରିବାକୁ ଯଥା ସମ୍ଭବ ପ୍ରୟାସ ଜାରି ରଖିଛି । ୟୁକ୍ରେନ ଉପରେ ପତିଆରା ଦେଖାଇବା ପାଇଁ ଆକ୍ରମଣ ପରେ ଆକ୍ରମଣ କରୁଛି କ୍ରେମଲିନ୍ ସେନା ।

Advertisment

ପୁଟିନଙ୍କ ପ୍ରତିଶୋଧ

- ୨ ଦିନର ଯୁଦ୍ଧବିରତି ପରେ ୟୁକ୍ରେନ୍ ଉପରେ ପ୍ରଚଣ୍ଡ ଆକ୍ରମଣ
- ୟୁକ୍ରେନ୍ ଉପରେ ଘନଘନ ମିଜାଇଲ୍ ଓ ରକେଟ୍ ମାଡ଼
- ୟୁକ୍ରେନର ୬୦୦ରୁ ଅଧିକ ସୈନ୍ୟଙ୍କୁ ମାରିଲା ରୁଷ୍
- କ୍ରାମାଟୋର୍ସୋରେ ଥିବା ୟୁକ୍ରେନ୍ ସେନାର ଅସ୍ଥାୟୀ ଶିବିରକୁ ଟାର୍ଗେଟ୍
- ରକେଟ୍ ଦ୍ୱାରା ୨ଟି ବିଶାଳ କୋଠା ଉଡ଼ାଇଲା ରୁଷ୍
-ଏହି ୨ଟି କୋଠାରେ ୧୨ ଶହରୁ ଅଧିକ ୟୁକ୍ରେନ୍ ସୈନ୍ୟ ରହୁଥିଲେ
- ଦିନକରେ ଏତେ ସଂଖ୍ୟକ ୟୁକ୍ରେନ୍ ସୈନ୍ୟ ନିହତ ହେବା ପ୍ରଥମ ଘଟଣା
- ରୁଷ୍ ଆକ୍ରମଣରେ ୨ଶହରୁ ଅଧିକ ସୈନ୍ୟ ଗୁରୁତର ଆହତ ବି ହୋଇଛନ୍ତି
- ତେଣୁ ମୃତ୍ୟୁ ସଂଖ୍ୟା ୭ଶହ ଟପିବା ଆଶଙ୍କା କରାଯାଉଛି
- କିଛିଦିନ ତଳେ ରୁଷ୍ ସେନା ଶିବିରରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା ୟୁକ୍ରେନ୍
- ଆମେରିକାର ହିମାର୍ସ ମିଜାଇଲ୍ ଦ୍ୱାରା ହୋଇଥିଲା ଆକ୍ରମଣ
- ଏଥିରେ ୮୯ ରୁଷୀୟ ସୈନ୍ୟ ପ୍ରାଣ ହରାଇଥିଲେ
- ଏହାର ଜବାବରେ ବଡ଼ ପ୍ରତିଶୋଧ ନେଇଛି ରୁଷ୍

୨୪ରେ ପୁଟିନ୍ କରିବେ ବଡ଼ ଆକ୍ରମଣ

- ଦିନକୁ ଦିନ ଅଧିକ ଉଗ୍ର ହେଉଛି ରୁଷ୍-ୟୁକ୍ରେନ୍ ଯୁଦ୍ଧ
- ୟୁକ୍ରେନର ଗୁଇନ୍ଦା ବିଭାଗ ଦେଇଛି ଚିନ୍ତାଜନକ ରିପୋର୍ଟ
- ଫେବୃୟାରୀରେ ବଡ଼ ଆକ୍ରମଣର ଯୋଜନା କରୁଛନ୍ତି ପୁଟିନ୍
- ଫେବୃୟାରୀ ୨୪ରେ ହୋଇପାରେ ଭୟଙ୍କର ଆକ୍ରମଣ
- ୟୁକ୍ରେନ୍ର ଦକ୍ଷିଣ ଏବଂ ପୂର୍ବ ସୀମାରୁ ଆକ୍ରମଣ କରିପାରେ ରୁଷ୍
- ୟୁକ୍ରେନ୍ରେ ଥିବା ରୁଷ୍ ସେନା ଏହି ଆକ୍ରମଣ କରିପାରନ୍ତି
- ୫ଲକ୍ଷ ସଂଖ୍ୟକ ବିଶାଳ ସେନା ପ୍ରସ୍ତୁତ କରୁଛି ରୁଷ୍

ଆମେରିକା ବଳରେ ବଳିୟାନ୍ ୟୁକ୍ରେନ୍

- ରୁଷ୍ ଆକ୍ରମଣର ଜବାବ ପାଇଁ ଅଧିକ ଶକ୍ତିଶାଳୀ ହେବ ୟୁକ୍ରେନ୍
- ୟୁକ୍ରେନକୁ ୫୦ଟି ‘ଟ୍ୟାଙ୍କ୍ କିଲର୍’ ଯୋଗାଇଦେବ ଆମେରିକା
- ୟୁକ୍ରେନକୁ ୩୦୦କୋଟି ଡଲାରର ସାମରିକ ପ୍ୟାକେଜ୍ ଦେବାକୁ ନିଷ୍ପତ୍ତି
- ଜର୍ମାନୀ ବି ଯୋଗାଇଦେବ ସାମରିକ ସହାୟତା
- ୪୦ଟି ମାର୍ଡର ଇନଫ୍ୟାଣ୍ଟ୍ରି ଫାଇଟିଂ ଯାନ ୟୁକ୍ରେନକୁ ଦେବ ଜର୍ମାନୀ
- ଫ୍ରାନ୍ସ ମଧ୍ୟ ଏଏମ୍ଏକ୍ସ-୧୦ ଆର୍ସି ପ୍ରଦାନ କରିବ
- ପ୍ରଥମ ଥର ପାଇଁ ୟୁକ୍ରେନରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର ଟ୍ୟାଙ୍କ୍ ମୁତୟନ ହେବ