କନକ ବ୍ୟୁରୋ : କିଛି ମାସ ବ୍ୟବଧାନ ପରେ ୟୁକ୍ରେନ ଉପରେ ପୁଣି ଆକ୍ରମଣକୁ ତିବ୍ର କରିଛି ଋଷ । ଜାତିସଂଘରେ ଅଧିକାଂଶ ଦେଶର ବିରୋଧ ସତ୍ୱେ ଦକ୍ଷିଣ ୟୁକ୍ରେନରେ ୧୦ଟି ଯୁଦ୍ଧବିମାନରୁ ବୋମା ମାଡ କରିଛି ଋଷ ସେନା । କ୍ଷେପଣାସ୍ତ୍ର ମାଡରେ ଜାପୁରଝିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆକ୍ରମଣକୁ ନେଇ ଦୁଇ ଦେଶ ପରସ୍ପରକୁ ଦୋଷରୋପ କରିଛନ୍ତି । ଋଷ କ୍ଷେପଣାସ୍ତ୍ର ମାଡ କରିଥିବା କିଭ ଅଭିଯୋଗ କରିଥିବା ବେଳେ ଋଷ କହିଛି ୟୁକ୍ରେନ ସେନା ଖାଦ୍ୟଭଣ୍ଡାର ଏବଂ ସାର ଗୋଦାମ ଉପରେ ଆକ୍ରମଣ କରିଛି ।

Advertisment

ଏପଟେ ଜଙ୍ଗଲ ଭିତରେ ୠଷ ସେନାର ବଡ଼ କ୍ୟାମ୍ପ ଦେଖିବାକୁ ମିଳିଛି । ହଜାର ହଜାର ବେଡ ପଡିଥିବା ଦେଖିବାକୁ ମିଳିଛି । ତେବେ ୭ ମାସର ଯୁଦ୍ଧରେ ଋଷ ଅକ୍ତିଆର କରିଥିବା ୟୁକ୍ରେନର ୪ଟି ପ୍ରଦେଶରେ ଗଣଭୋଟ ଚଳାଇଛି । ସେଠାକାର ବିଚ୍ଛନ୍ନତାବାଦୀ ନେତାଙ୍କୁ ଧରି ଋଷ ମିଶିବାକୁ କେଉଁମାନେ ଚାହୁଁଛନ୍ତି ସେନେଇ ଭୋଟି କରାଯାଉଛି । ଋଷର ବିଦେଶ ମନ୍ତ୍ରୀ ସର୍ଗି ଲଭରୋଭ କହିଛନ୍ତି ଯେ, ୟୁକ୍ରେନର ଯେଉଁ ସବୁ ଅଞ୍ଚଳରେ ଗଣଭୋଟ ଚାଲିଛି ସେହି ପ୍ରଦେଶଗୁଡିକ ଋଷରେ ମିଶିଲେ ମସ୍କୋ ସେସବୁ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିବ । ହେଲେ ଶିଳ୍ପସମୃଦ୍ଧ ଜି-୭ ଦେଶ ଗଣଭୋଟର ଫଳାଫଳକୁ ସ୍ୱୀକୃତି ଦେବେନାହିଁ ବୋଲି କହିଛନ୍ତି ।