ଘନଉଛି ଋଷ ଓ ୟୁକ୍ରେନ ବିବାଦ, ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଏଭଳି ହେଉଛି ପ୍ରସ୍ତୁତି

ଘନଉଛି ଋଷ ଓ ୟୁକ୍ରେନ ବିବାଦ, ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଏଭଳି ହେଉଛି ପ୍ରସ୍ତୁତି

କନକ ବ୍ୟୁରୋ : ୟୁକ୍ରେନ ଓ ଋଷ ବିବାଦ ଏବେ ଉଗ୍ରରୂପ ନେବାକୁ ବସିଛି । ଗୋଟିଏ ପଟେ ଋଷର ଲକ୍ଷ ଲକ୍ଷ ସେନା ଯବାନ ଏବେ ୟୁକ୍ରେନକୁ ଘେରି ରହିଥିବା ବେଳେ ୟୁକ୍ରେନ ଓ ଆମେରିକା ମିଳିତ ଭାବେ ଏହାକୁ ସାମ୍ନା କରିବାକୁ ସୀମାରେ ଜଗି ବସିଛନ୍ତି । ଏହାରି ଭିତରେ ୟୁକ୍ରେନରେ ରହୁଥିବା ଆମେରିକୀୟଙ୍କ ତୁରନ୍ତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ରାଷ୍ଟ୍ରପତି ଜୋ ବାଇଡେନ ଅନୁରୋଧ କରିଥିବା ବେଳେ ୨୦ ହଜାର ଭାରତୀୟ ଛାତ୍ର କିଭଳି ସୁରକ୍ଷିତ ଭାବେ ନିଜ ଦେଶକୁ ଫେରିବେ ସେନେଇ ଭାରତ ତରଫରୁ ପ୍ରସ୍ତୁତ ଆରମ୍ଭ ହୋଇଛି ।

ୟୁକ୍ରେନ ସବୁଠାରୁ ଅଧିକ ଆନ୍ଧ୍ର ପ୍ରଦେଶ, କେରଳ, ତେଲେଙ୍ଗାନା, ପଞ୍ଜାବ ଓ ରାଜସ୍ଥାନର ଛାତ୍ରମାନେ ରହିଛନ୍ତି । ସେମାନଙ୍କୁ ତୁରନ୍ତ ଦେଶକୁ ଫେରାଇଆଣିବାକୁ ରାଷ୍ଟ୍ରପତିଙ୍କ ସଚିବାଳୟରେ ଯାଚିକା ଦାଖଲ ହୋଇସାରିଛି । ରାଜସ୍ଥାନ କଂଗ୍ରେସ ନେତା ଚର୍ମେଶ ଶର୍ମା ଏନେଇ ଦାଖଲ କରିଥିବା ଯାଚିକାରେ କୁହାଯାଇଛି କି,ସାରା ଦେଶରୁ ୧୮-୨୦ ହଜାର ଭାରତୀୟ ଛାତ୍ର ୟୁକ୍ରେନରେ ରହୁଛନ୍ତି । ଗଣମାଧ୍ୟମର ରିପୋର୍ଟ ମୁତାବକ ଅଧିକାଂଶ ଭାରତୀୟ ଛାତ୍ର ୟୁକ୍ରେନର ପଶ୍ଚିମାଞ୍ଚଳରେ ଥିବା ୟୁନିଭରସିଟିରେ ପଢୁଛନ୍ତି ।

ଅନ୍ୟପଟେ ଋଷ ଆକ୍ରମଣକୁ ନଜରରେ ରଖି ଅନେକ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ସେମାନଙ୍କ ବିମାନ ଓଡାଣ ୟୁକ୍ରେନକୁ ବନ୍ଦ କରିଦେଇଛନ୍ତି । ଅନେକ ଦେଶ ସେମାନଙ୍କର ଦୂତାବାସରେ ଥିବା ଅନେକ କର୍ମଚାରୀଙ୍କୁ ଫେରାଇ ଆଣିଛି । ଆମେରିକା ପରେ ବ୍ରିଟେନ ନରୱେ, ଜାପାନ, ଲତାବିୟା ଓ ଡେନମାର୍କ ଭଳି ଦେଶମାନେ ସେମାନଙ୍କ ନାଗରିକଙ୍କୁ ତୁରନ୍ତ ଫେରିଆସିବାକୁ ଆହ୍ୱାନ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe