ୟୁକ୍ରେନ୍ ସଙ୍କଟ: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବାକୁ କଣ ପ୍ଲାନ୍ କରିଛନ୍ତି ଭାରତୀୟ ସରକାର? ଏମିତି ଉତ୍ତର ରଖିଲା ବୈଦେଶିକ ମନ୍ତ୍ରାଳୟ...

ୟୁକ୍ରେନ୍ ସଙ୍କଟ: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବାକୁ କଣ ପ୍ଲାନ୍ କରିଛନ୍ତି ଭାରତୀୟ ସରକାର? ଏମିତି ଉତ୍ତର ରଖିଲା ବୈଦେଶିକ ମନ୍ତ୍ରାଳୟ...

କନକ ବ୍ୟୁରୋ: ଋଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ସଙ୍କଟ ଏବେ ବି ଟଳିନି । ଆଉ ଏହାରି ଭିତରେ ୟୁକ୍ରେନରୁ କେମିତି ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯିବ ସେନେଇ ତକ୍ରାଳ କିଛି ବି ଯୋଜନା ହୋଇନାହିଁ । ଏଥିପାଇଁ କୌଣସି ବିଶେଷ ଉଡାଣ କରାଯାଉନାହିଁ । ତେବେ ଭାରତ-ୟୁକ୍ରେନ୍ ଭିତରେ ଚାର୍ଟାର୍ଡ ଉଡାଣକୁ ଅନୁମତି ଦିଆଯାଇଛି । ଗୁରୁବାର ୟୁକ୍ରେନ୍ ସମ୍ପର୍କରେ ଏଭଳି ପ୍ରତିକ୍ରିୟା ରଖିଛି ଭାରତର ବୈଦେଶିକ ମନ୍ତ୍ରାଳୟ ।

ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀଙ୍କ ସୂଚନା ଅନୁସାରେ, ଭାରତୀୟ ଦୂତାବାସ ୟୁକେନର ସ୍ଥିତି ଉପରେ ଲଗାତାର ନଜର ରଖିଛି । ଏଥିପାଇଁ ଏକ କଣ୍ଟ୍ରୋଲ ରୁମ ମଧ୍ୟ ସ୍ଥାପନ କରାଯାଇଛି । ତେବେ ଏପର୍ଯ୍ୟନ୍ତ ସେଠାରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ କୌଣସି ନିର୍ଣ୍ଣୟ ହୋଇନାହିଁ । ଭାରତୀୟ ଦୂତାବାସ ସେଠାରେ ସାମାନ୍ୟ ଭାବେ କାମ କରୁଛି ଏବଂ ୟୁକ୍ରେନରେ ରହୁଥିବା ଭାରତୀୟ ନାଗରିକଙ୍କୁ ସେବା ପ୍ରଦାନ କରୁଛି ବୋଲି ସେ କହିଛନ୍ତି ।

ଖାଲି ସେତିକି ନୁହେଁ ଏମଇଏର କହିବା କଥା, ଯେତେବେଳେ ଆମେ କିଛି ଆଡଭାଇଜରି ଜାରି କରୁଛୁ, ସେତେବେଳେ ଆମେ ସେଠାରେ ରହୁଥିବା ନାଗରିକଙ୍କ ସହାୟତା କେମିତି କରିବୁ ସେନେଇ ମଧ୍ୟ ଉଲ୍ଲେଖ କରୁଛୁ । ତେବେ ୟୁକ୍ରେନର ସ୍ଥିତି ସହ ଭାରତୀୟ ନାଗରିକଙ୍କ ଉପରେ ଧ୍ୟାନ ରଖାଯାଇଛି ବୋଲି ସେ କହିଛନ୍ତି ।

ଗତକାଲି ଅର୍ଥାତ ବୁଧବାର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଏକ ହେଲ୍ପଲାଇନ୍ ନମ୍ବର ଜାରି କରିଥିଲେ । ଯଦି କୌଣସି ଲୋକଙ୍କୁ ୟୁକ୍ରେନରୁ ନିଜର ପରିଜନଙ୍କୁ କିଛି ସାହାଯ୍ୟ କରିବାକୁ ଥାଏ ତେବେ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଥିଲା । ତା ସହିତ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଥିଲା । ଯେଉଁଥିରେ କଲ୍ କରି ପରିବାର ଲୋକ ୟକ୍ରେନରେ ରହୁଥିବା ନିଜର ପରିଜନଙ୍କ କଥା ବୁଝିପାରିବେ ।

ଅନ୍ୟପଟେ ୟୁକ୍ରେନରୁ ଭାରତ ଆସିବାକୁ ପ୍ରୟାସ କରୁଥିବା ନାଗରିକଙ୍କ ପାଇଁ ମଧ୍ୟ ଭାରତ ସରକାର ଦୂତାବାସର ଏକ ହେଲ୍ପଲାଇନ୍ ନମ୍ବର ଜାରିି କରିଛନ୍ତି । ଏହି ନମ୍ବରରେ କଲ୍ କରି ୟୁକ୍ରେନରେ ରହୁଥିବା ଭାରତୀୟ ନାଗରିକମାନେ ସମସ୍ତ ସୁବିଧା ପାଇପାରିବେ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe