ନ୍ୟୁକ୍ଲିୟର ଡ୍ରିଲ୍ କରି ଶକ୍ତି ଦେଖାଇଲା ଋଷ । ୟୁକ୍ରେନରେ ଭୟର ବାତାବରଣ

181

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସଂଗୀନ ହେବାରେ ଲାଗିଛି । କୌଣସି ମୁହିର୍ତ୍ତରେ ବି ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । କାହିଁକି ନା ବେଲାରୁଷରେ ଋଷ ତାର ନ୍ୟୁକ୍ଲିୟର ଡ୍ରିଲ୍ କରି ଶକ୍ତି ପ୍ରଦର୍ଶନ କରିଛି । ଏହାସହିତ ସମୁଦ୍ର ମାଗ୍ରରୁ ୟୁକ୍ରେନକୁ ଘେରିବା ପାଇଁ ‘ବ୍ଲାକ୍ ସି’ରେ ଋଷର ନୌସେନା ଯୁଦ୍ଧାଭ୍ୟାସ କରୁଥିବା ନଜର ଆସିଛି ।
ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଋଷ ୟୁକ୍ରେନକୁ ତିନି ଦିଗରୁ ଘରି ରଖିଛି । ୟୁକ୍ରେନ୍ ସୀମାରେ ପ୍ରାୟ ୧.୫୦ ଲକ୍ଷ ସୈନ୍ୟ ମୁତୟନ ହୋଇ ରହିଛନ୍ତି । ଗତ କିଛିଦିନ ପୂର୍ବରୁ ସୀମାରୁ ଋଷ ସେନା ପ୍ରତ୍ୟାହାର ପାଇଁ ଘୋଷଣା କରିଥିଲା । ଧିରେ ଧିରେ ସୈନ୍ୟବଳ ପ୍ରତ୍ୟାହାର ହୋଇଥିଲା କିନ୍ତୁ ବର୍ତ୍ତମାନ ସୀମାରେ ସୈନ୍ୟସଂଖ୍ୟା କମିବା ବଦଳରେ ବଢିବାରେ ଲାଗିଛି । ସୀମାରେ ଯୁଦ୍ଧ ବିମାନ, ଟ୍ୟାଙ୍କର ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମୁତୟନ ହୋଇଛି ।
ସେପଟେ ଋଷ-ୟୁକ୍ରେନ୍ ସୀମାବର୍ତ୍ତି ଅଞ୍ଚଳଗୁଡିକରୁ ଲୋକଙ୍କୁ ସ୍ଥାନାନ୍ତରଣ କାମ ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ପ୍ରାୟ ୭ଲକ୍ଷ ଲୋକଙ୍କୁ ପାସପୋର୍ଟ ଜାରି କରିଦିଆଯାଇଛି । ୟୁକ୍ରେନରେ ଥିବା ଅନ୍ୟ ଦେଶର ନାଗରିକଙ୍କୁ ୟୁକ୍ରେନ୍ ଛାଡିବାକୁ ନିର୍ଦ୍ଦେସ ଜାରି କରିଦିଆଯାଇଛି । ଅନ୍ୟପଟେ, ସୀମାବର୍ତ୍ତି ଅଞ୍ଚଳରୁ ସ୍ଥାନାନ୍ତର କରୁଥିବା ଲୋକଙ୍କୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେଇଛି ଋଷ ।