କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ୭ ଦିନ ଧରି ଲଗାତାର ଭୀଷଣ ଯୁଦ୍ଧ ଲାଗିରହିଛି । ଆଜି ଋଷ ଆକ୍ରମଣକୁ ଆହୁରି ତୀବ୍ର କରିଛି । ଏପରି ସ୍ଥଳେ ଭାରତ ମାନବିକତା ଦୃଷ୍ଟିକୋଣରୁ ୟୁକ୍ରେନକୁ ସହାୟତାର ହାତ ବଢାଇଛି । ଆଜି ଭାରତୀୟ ବାୟୁ ସେନାର ଏକ ବିମାନରେ ଟେଂଟ୍ , ଚାଦର, ମେଡିସିନ୍ ଏବଂ ଅନ୍ୟାନ୍ୟ ମାନବତାବାଦୀ ସହାୟତା ପଠାଇଯାଇଛି ।

Advertisment

ଏହି ବିମାନ ଆଜି ଦିଲ୍ଲୀର ହିନ୍ଦୋଲ ବିମାନ ବନ୍ଦରରୁ ୟୁକ୍ରେନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଋଷ ପକ୍ଷରୁ ଆଜି ୟୁକ୍ରେନର ମିଲିଟାରୀ ହସ୍ପିଟାଲକୁ ଆକ୍ରମଣ କରାଯାଇଛି । ଖାରକିଭ୍ ଏବଂ କିଭ୍ ସହର ଦଖଲ କରିବା ପାଇଁ ଆଜି ଋଷ ପାରା ମିଲିଟାରୀ ଫୋର୍ସ ପଠାଇଛନ୍ତି । ଏହି ଦୁଇ ସହରରେ ବିଭିନ୍ନ ସ୍ଥାନରେ ଋଷ ପକ୍ଷରୁ ଏୟାରଷ୍ଟ୍ରାଇକ ମଧ୍ୟ କରାଯାଇଛି ।