ଟଳିନାହିଁ ଯୁଦ୍ଧ ଆଶଙ୍କା ! ପୁଟିନ୍ ଖେଳୁଛନ୍ତି ମାଇଣ୍ଡ ଗେମ୍ : ଆମେରିକା

ଟଳିନାହିଁ ଯୁଦ୍ଧ ଆଶଙ୍କା ! ପୁଟିନ୍ ଖେଳୁଛନ୍ତି ମାଇଣ୍ଡ ଗେମ୍ : ଆମେରିକା

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ବିବାଦରେ ଏକ ମୋଡ ସାମ୍ନାକୁ ଆସିଛି । ୟୁକ୍ରେନ୍ ସୀମାରୁ ସୈନ୍ୟବଳ ପ୍ରତ୍ୟାହାର ପାଇଁ ପୁଟିନଙ୍କ ଘୋଷଣା ପରେ ଲାଗିଥିଲା, ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଟଳିଗଲା । କିନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ବୟାନ କିଛି ଅଲଗା ସଂକେତ ଦେଇଛି ।
ଆମେରିକା କହିଛି, ଏବେ ବି ଯୁଦ୍ଧ ପରିସ୍ଥିତି ଟଳିନାହିଁ । ବିଶ୍ୱର ଧ୍ୟାନ ହଟାଇବା ପାଇଁ ଋଷ ସୈନ୍ୟ ପ୍ରତ୍ୟାହାରର ନାଟକ କରୁଛି । ଆମେରିକା ରାଷ୍ଟ୍ରପତି ଏପରି କହିବା ପଛର କାରଣ ହେଉଛି, ବେଲାଋଷରେ ଋଷର ସେନା ଦୁଇଟି ମିଜାଇଲର ପରୀକ୍ଷଣ କରିଥିବା ଚିତ୍ର ସାମ୍ନାକୁ ଆସିଛି । ଋଷ ଯେଉଁ ମିଜାଇଲର ପରୀକ୍ଷଣ କରିଛି, ତାହା କୌଣସି ସାଧାରଣ ମିଜାଇଲ ନୁହେଁ । ପରମାଣୁ ଅସ୍ତ୍ରକୁ ସାଙ୍ଗରେ ନେଇଯିବାର କ୍ଷମତା ରଖୁଥିବା ‘ଟୋଚକା ବାଲାଷ୍ଟିକ୍ ମିଜାଇଲ୍’ । ଋଷ ଏହି ବାଲାଷ୍ଟିକ୍ ମିଜାଇଲର ପରୀକ୍ଷଣ ପରେ ପ୍ରଶ୍ନ ଉଠିଛି, ଯଦି ଋଷ ଯୁଦ୍ଧ ଚାହୁଁନି... ଶାନ୍ତିର କଥା କହୁଛି ତାହେଲେ ସାମାରେ ମିଜାଇଲ୍ ପରୀକ୍ଷଣ କରିବାର ଅର୍ଥ କଣ ? ଏହାର ଆଉ ଏକ କାରଣ ହେଉଛି ୟୁକ୍ରେନ୍ ସୀମାରେ ଋଷର ଯୁଦ୍ଧ ବିମାନ ପଇଁତରା ମାରୁଛି । ଯୁଦ୍ଧାଭ୍ୟାସ କରୁଛି । ପୁଟିନଙ୍କ ଗୋଟିଆ ଇସାରାରେ ୟୁକ୍ରେନ୍ ଉପରେ ବମ୍ ବର୍ଷା କରିବା ପାଇଁ ସଜାଗ ହୋଇ ରହିଛି । କେବଳ ଏତିକି ନୁହେଁ, ସୀମାରେ ଦେଢ ଲକ୍ଷ ସୈନ୍ୟ, ୧୬୮୦ ତୋପ, ୧୩୦୦ ଟ୍ୟାଙ୍କ ଏବଂ ୩୭୦୦ ଆର୍ମୀଡ ଟ୍ୟାଙ୍କର ମୁତୟନ କରି ରଖିଛି ଋଷ ।
ଏହିସବୁ ଦିଗକୁ ଦୃଷ୍ଟିରେ ରଖି ନାଟୋ କହିଛି, ଋଷ ପଛକୁ ହଟିବାର କୌଣସି ସ୍ପଷ୍ଟ ପ୍ରମାଣ ମିଳିପାରିନି । ତେଣୁ ସୀମାରୁ ସୈନ୍ୟବଳ ହଟାଇବା ଘୋଷଣା ଋଷ ରାଷ୍ଟ୍ରପତି ପୁଟିନଙ୍କ ଏକ କୁଟନୈତିକ ଚାଲ ହୋଇପାରେ ବୋଲି କୁହାଯାଉଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe