କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନରେ ଥିବା ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ୨୪ ଘଂଟା ମଧ୍ୟରେ ୬ ବିମାନରେ ଭାରତକୁ ୧୩୭୭ ଜଣ ଭାରତୀୟ ୟୁକ୍ରେନରୁ ଭାରତ ଫେରିଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ୟୁକ୍ରେନରୁ ପୋଲାଣ୍ଡ ଦେଇ ଫେରିଥିବା ଭାରତୀୟଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି । ସ୍ମୃତି ଇରାନୀ ଭାରତୀୟଙ୍କୁ ସ୍ୱାଗତ କରି କହିଛନ୍ତି, ତୁମର ପରିବାର ବ୍ୟାକୁଳ ଭାବେ ତୁମକୁ ଅପେକ୍ଷା କରିଛନ୍ତି । ଆପଣମାନେ ସାହସିକତା ପଦର୍ଶନ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ ବୋଲି ସେ କହିଛନ୍ତି ।

Advertisment

ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ଭାରତୀୟଙ୍କୁ ନେଇ ଦୁଇଟି ବିମାନ ଭାରତରେ ପହଂଚିଛି । ୟୁକ୍ରେନରୁ ରୋମାନିଆରୁ ଦେଇ ଭାରତ ଫେରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ  ଜିତେନ୍ଦ୍ର ସିଂ । ରୋମାନିଆରୁ ଆଜି ଏକ ବିମାନ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ସ୍ୱାଗତ କରିଛନ୍ତି ଜିତେନ୍ଦ୍ର ସିଂ । ୟୁକ୍ରେନରୁ ପଡୋସୀ ଦେଶଙ୍କ ସହାୟତାରେ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ୟୁକ୍ରେନର ୪ ପଡୋସୀ ରାଷ୍ଟ୍ରକୁ ୪ କେନ୍ଦ୍ର ମନ୍ତ୍ରୀଙ୍କୁ ପଠାଇଛନ୍ତି । ଅପରେସନ୍ ଗଙ୍ଗା ମଧ୍ୟମରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟମାନଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଜାରିରହିଛି ।

ଏୟାର ଲିପ୍ଟ ହେବେ ୟୁକ୍ରେନରେ ଫସିଥିବା ଭାରତୀୟ । ଅପରେସନ୍ ଗଙ୍ଗାରେ ସାମଲ ହୋଇଛି ଭାରତୀୟ ବାୟୁସେନା । ରୋମାନିଆରୁ ଭାରତୀୟଙ୍କୁ ନେଇ ଆସିବ ସି-୧୭ ଏୟାରକ୍ରାଫ୍ଟ । ସି-୧୭ ଗ୍ଲୋବ ମାଷ୍ଟର ହିଣ୍ଡନ ଏୟାରବେସରୁ ରୋମାନିଆ ପାଇଁ ଉଡାଣ ଭରିଛି । ବାୟୁସେନାର ବିମାନରେ ଭାରତୀୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।