କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ବର୍ଷେ ପୁରିଥିବା ବେଳେ ଏବେବି ଲାଗିରହିଛି ଘମାଘୋଟ ଲଢେଇ । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନେ ୟୁକ୍ରେନର ସହାୟତା ପାଇଁ ଆଗେଇ ଆସିଥିଲେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶକ୍ରମେ ୟୁକ୍ରେନକୁ ବାରମ୍ବାର ସାମରିକ ଓ ଆର୍ଥିକ ସହାୟତା ଯୋଗାଇ ଆସୁଛି ଆମେରିକା । ଅନ୍ୟ ନାଟୋ ଦେଶଗୁଡ଼ିକ ମଧ୍ୟ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଆସୁଛନ୍ତି । ଫଳରେ ଶକ୍ତିଶାଳୀ ହୋଇଉଠିଛି ୟୁକ୍ରେନ । ରାଷ୍ଟ୍ରପତି ଭଲଦୋମିର ଜେଲେନସ୍କିଙ୍କ ନେତୃତ୍ୱରେ ଯୁଦ୍ଧ ଲଢ଼ୁଥିବା ୟୁକ୍ରେନ ସେନା ପାଶ୍ଚାତ୍ୟ ସହାୟତା ଅଧିକ ଶକ୍ତିଶାଳୀ ହୋଇଉଠିଛି । ସେପଟେ ରୁଷିଆକୁ ଘେରିବାକୁ ପୁଣି ଥରେ ଯୋଜନା ହେଉଛି । ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ ବା ଏଫଏଟିଏଫରେ ରୁଷର ସଦସ୍ୟତା ରଦ୍ଦ କରାଯାଇଛି ।

Advertisment

ୟୁକ୍ରେନକୁ ସହାୟତା, ରୁଷିଆକୁ ଘେରାବନ୍ଦୀ

- ୟୁକ୍ରେନକୁ ପୋଲାଣ୍ଡର ସାମରିକ ସହାୟତା
- ୪ଟି ଲିଓପାର୍ଡ ୨ଏ୪ ବ୍ୟାଟେଲ ଟ୍ୟାଙ୍କ ଦେଲା ପୋଲାଣ୍ଡ
- ୧୪ଟି ଜର୍ମାନୀ ଯୁଦ୍ଧଯାନ ବି ୟୁକ୍ରେନକୁ ଯୋଗାଇବ ପୋଲାଣ୍ଡ
- ୬୦ଟି ବିକଶିତ ସୋଭିଏତ ଯୁଗର ପିଟି-୯୧ ଟ୍ୟାଙ୍କ ଯୋଗାଇବ
- ଏଫ-୧୬ ଲଢୁଆ ବିମାନ ଚଳାଇବା ପାଇଁ ୟୁକ୍ରେନ ସୈନିକଙ୍କୁ ତାଲିମ ଦେବ ପୋଲାଣ୍ଡ
- ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ କିଭ ଗସ୍ତ ପରେ ସାମରିକ ସହାୟତା ନେଇ ଘୋଷଣା
- ଆମେରିକା ୨ଶହ କୋଟି ଡଲାରର ସହାୟତା ଘୋଷଣା କରିଛି
- ସ୍ପେନ ପ୍ରଧାନମନ୍ତ୍ରୀ ମଧ୍ୟ କିଭ ଗସ୍ତ କରିଛନ୍ତି
- ୧୦ଟି ଲିଓପାର୍ଡ ଟ୍ୟାଙ୍କ ୟୁକ୍ରେନକୁ ଯୋଗାଇବାକୁ ସ୍ପେନର ଘୋଷଣା
- ଜର୍ମାନୀ ମଧ୍ୟ ଆଧୁନିକ ଏ୬ ଭର୍ସନ ଟ୍ୟାଙ୍କ ଯୋଗାଇବ
- ରୁଷିଆ ଉପରେ ବଢୁଛି କଟକଣା
- ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ ବା ଏଫଏଟିଏଫରେ ରୁଷର ସଦସ୍ୟତା ରଦ୍ଦ
- ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ଅଗ୍ରହଣୀୟ ବୋଲି କହିଛି ଏଫଏଟିଏଫ
- ୟୁକ୍ରେନରୁ ରୁଷିଆ ସେନା ପ୍ରତ୍ୟାହାର ପାଇଁ ଜାତିସଂଘରେ ସଂକଳ୍ପ ପାରିତ
- ଜାତିସଂଘ ମହାସଭାରେ ହୋଇଥିଲା ଭୋଟିଂ
- ୧୯୩ସଦସ୍ୟ ବିଶିଷ୍ଟ ଜାତିସଂଘ ମହାସଭା
- ୧୪୧ଜଣ ୟୁକ୍ରେନରୁ ରୁଷ ସେନା ପ୍ରତ୍ୟାହାର ସପକ୍ଷରେ ଭୋଟ୍ ଦେଇଥିଲେ
- ୭ଟି ଦେଶ ଏହି ସଂକଳ୍ପକୁ ବିରୋଧ କରିଥିଲେ
- ଭୋଟିଂରୁ ବିରତ ରହିଲେ ଭାରତ, ଚୀନ୍ ସମେତ ୩୨ଟି ଦେଶ