ସାରା ବିଶ୍ୱକୁ ଡରାଉଛି କରୋନା । ଭୂତାଣୁ ବ୍ୟାପୁଥିବାରୁ ଚୀନ ନାଗରିକଙ୍କୁ ଋଷ ଆସିବା ମନା

Advertisment
ବିଶ୍ୱର ୧୭୦ ଦେଶକୁ ବ୍ୟାପିଲାଣି କରୋନା । ୨ ଲକ୍ଷ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ :  କରୋନାଭାଇରସ୍‌ ସଂକ୍ରମଣ ଆଶଙ୍କାରେ ରୁଷ୍‌ ସରକାର ଚୀନ୍‌ ନାଗରିକମାନଙ୍କୁ ରୁଷ୍‌କୁ ଛାଡ଼ିବେ ନାହିଁ। ଆରମ୍ଭ ହେଉଥିବା ଏହି କଟକଣା ସାମୟିକ ଭାବେ ଲାଗୁ କରାଯିବ ବୋଲି ରୁଷ୍‌ର ଜଣେ ସରକାରୀ କର୍ତ୍ତୃପକ୍ଷ କହିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରୀରୁ ଅନିର୍ଦ୍ଦିଷ୍ଟ କାଳ ଚୀନ୍‌ ନାଗରିକମାନଙ୍କ ପାଇଁ ରୁଷ୍‌ ପ୍ରବେଶ ନିଷିଦ୍ଧ କରାଯାଇଥିବା କଥା ଏକ ଘୋଷଣାନାମାରୁ ଜଣାପଡ଼ିଛି। ଏହି ଘୋଷଣାନାମାରେ ସ୍ୱାକ୍ଷର କରିଛନ୍ତି ରୁଷ୍‌ର ପ୍ରଧାନମନ୍ତ୍ରୀ ମିଖାଇଲ୍‌ ମିସୁତିଆନ୍‌। କରୋନାଭାଇରସ୍‌ ଯୋଗୁଁ ଚୀନ୍‌ରେ ମହାମାରୀ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କାରଣରୁ ରୁଷ୍‌ ଏଭଳି ପଦକ୍ଷେପ ନେଇଥିବା କଥା ଜଣାପଡ଼ିଛି।

ଏହା ପୂର୍ବରୁ ମଧ୍ୟ ରୁଷ୍‌ ପ୍ରବେଶ ଉପରେ ଚୀନ୍‌ ନାଗରିକମାନଙ୍କ ଉପରେ କଟକଣା ଲାଗିସାରିଛି। ଚୀନ୍‌ ଓ ମଙ୍ଗୋଲିଆ ସହ ରୁଷ୍‌ର ସୁଦୀର୍ଘ ସୀମାନ୍ତ ଲାଗି ଥିବାରୁ ସ୍ଥଳ ପଥ ଦେଇ ଅନେକ ଚୀନ୍‌ ନାଗରିକ ରୁଷ୍‌ ମଧ୍ୟକୁ ପ୍ରବେଶ କରନ୍ତି। ସୀମାନ୍ତ ପଥରେ କଡ଼ା ଯାଞ୍ଚ ବ୍ୟବସ୍ଥା ଲାଗୁ କରାଯାଇଛି। ଫଳରେ ସେ ବାଟ ଦେଇ ଖୁବ୍‌ ଅଳ୍ପ ସଂଖ୍ୟକ ଚୀନ୍‌ ନାଗରିକଙ୍କୁ ଛଡ଼ାଯାଉଥିଲା। ଏ ପର୍ଯ୍ୟନ୍ତ ରୁଷ୍‌ରେ ମାତ୍ର ତିନି ଜଣ କରୋନାଭାଇରସ୍‌ (କୋଭିଡ୍‌-୧୯) ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ଚୀନ୍‌ର ନାଗରିକ। ଚିକିତ୍ସା ପରେ ସେ ଦୁଇଜଣଙ୍କୁ ଛାଡ଼ି ଦିଆଯାଇଛି। ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନାଭାଇରସ୍‌ ଯୋଗୁଁ ବିଶ୍ୱର ପ୍ରାୟ ୭୩୦୦୦ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe