ଆମେରିକା ଓ ନାଟୋକୁ ରୁଷିଆର ଧମକ: ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଭ୍ଲାଦିମିର ପୁଟିନଙ୍କ ଚେତାବନୀ

228

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷିଆର ଲଗାତର ଆକ୍ରମଣ ପରେ ବି ୟୁକ୍ରେନ ଏହାର କଡାକଡି ଜବାବ ଦେଉଛି । ମୁଖ୍ୟତଃ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକୁ ୟୁକ୍ରେନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛନ୍ତି । ଯାହାଫଳରେ ୟୁକ୍ରେନ ବିଜୟ ରୁଷିଆ ପାଇଁ କଷ୍ଟକର ହୋଇପଡୁଛି । ଏଥିରେ ଉତକ୍ଷିପ୍ତ ହୋଇ ଆମେରିକା ଓ ନାଟୋକୁ ଧମକ ଦେଇଛି ରୁଷିଆ । ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ ନକଲେ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାଇ ଦେଇଛି ରୁଷିଆ । ପୂର୍ବରୁ ୟୁକ୍ରେନକୁ ୮ଶହ ମିଲିୟନ ଡଲାର ଯୋଗାଇ ଦେଇଥିଲା ଆମେରିକା । ଏହାସହ ଯୁଦ୍ଧାସ୍ତ୍ର ବାବଦରେ ୮ଶହ ମିଲିୟନ ଡଲାର ପୁଣି ଯୋଗାଇ ଦିଆଯିବ ବୋଲି ବୁଧବାର ଦିନ ଘୋଷଣା କରିଛି ପେଂଟାଗନ । ଏହାପରେ ପରେ ଆମେରିକାକୁ ଧମକ ଦେଇଛି ରୁଷିଆ । ଆମେରିକା, ବ୍ରିଟେନ୍, ସୁଜରଲ୍ୟାଣ୍ଡ ଭଳି ବିଭିନ୍ନ ପାଶ୍ଚାତ୍ୟ ଦେଶର ସାମରିକ ସହଯୋଗ ଫଳରେ ରୁଷ ସେନା ଆଗରେ ଚଟ୍ଟାଣ ଭଳି ଛିଡା ହୋଇ ପାରିଛି ଜେଲେନସ୍କି ସେନା ।

୫୨ ଦିନ ଧରି ୟୁକ୍ରେନରେ ଯୁଦ୍ଧ ଚାଲିଥିବାବେଳେ ଏତେ ଛୋଟ ଦେଶ ଉପରେ ଦଖଲ କରିପାରୁନାହାଁନ୍ତି ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ ଭ୍ଲାଦିମିର ପୁଟିନ । ବିପୁଳ ସେନାବଳ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିଲେ ବି ୟୁକ୍ରେନ ସେନା ଆଗରେ ରୁଷ ସେନା ହାର ମାନୁଥିବା ଦେଖିବାକୁ ମିଳିଛି । ଏହାପଛରେ ପାଶ୍ଚାତ୍ୟ ଦେଶର ସହଯୋଗ ମୁଖ୍ୟ କାରଣ ବୋଲି କୁହାଯାଉଛି ।

ସେପଟେ ବୁଧବାର ରାତିରେ ବ୍ଲାକ ସି’ରେ ରୁଷିଆର ଦୁର୍ଦ୍ଦର୍ଶ ଯୁଦ୍ଧ ଜାହାଜ ମସ୍କୋଭାକୁ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ସୂଚନା ଅନୁସାରେ ମସ୍କୋଭା ସହ ବୁଡି ଯାଇଛି ପ୍ରାୟ ୫୦ଟି ପରମାଣୁ ବୋମା । ରୁଷିଆର ଯୁଦ୍ଧ ଜାହାଜକୁ ଶିକାର କରିବା ପାଇଁ ଅତି ସତର୍କତାର ସହିତ ରଣନୀତି ପ୍ରସ୍ତୁତ କରିଥିଲା ୟୁକ୍ରେନ ସେନା । ପ୍ରଥମେ ବ୍ଲାକ ସିରେ ମସ୍କୋଭାର ନଜର ହଟାଇବାକୁ ଟିବି-ଟୁ ଡ୍ରୋନ ଉଡାଇଥିଲା ୟୁକ୍ରେନ ସେନା । ୟୁକ୍ରେନର ବନ୍ଦର ସହର ଓଡେଶା ଆଖାପାଖରେ ରୁଷିଆ ଯୁଦ୍ଧ ଜାହାଜ ମକ୍ସୋଭାର ଗତିବିଧି ଜାରି ରହିଥିବାବେଳେ ୟୁକ୍ରେନ ସେନା କେତେକ ଟିବି-ଟୁ ଡ୍ରୋନ ଉଡାଇ ଏହାର ନଜର ହଟାଇଥିଲା । ଫଳରେ ମସ୍କୋଭାରେ ମୁତୟନ ମିଜାଇ ସିଷ୍ଟମ ଏହି ଡ୍ରୋନଗୁଡିକୁ ଟାର୍ଗେଟ କରିଥିଲେ । ଆଉ ସେପଟେ ନଜର ହଟାଇ ୟୁକ୍ରେନ ଏହାର ନ୍ୟାପଚୁନ କ୍ରୁଜ ମିଜାଇଲରେ ମକ୍ସୋଭା ଉପରେ ଆକ୍ରମଣ କରିଦେଲା ।

‘ମସ୍କୋଭା’ ସହ ବୁଡିଗଲା ପରମାଣୁ ବୋମା
– ଯୁଦ୍ଧ ଜାହାଜ ‘ମସ୍କୋଭା’ ସହ ସମୁଦ୍ରରେ ୫୦ ପରମାଣୁ ବୋମା ବୁଡି ଯାଇଥିବା ରିପୋର୍ଟ
– ଜାହାଜରେ ଥିବା ୫୧୦ ଜଣଙ୍କ ଭିତରୁ କେବଳ ୫୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା
– ଅର୍ଥାତ ଜାହାଜରେ ଥିବା ରୁଷିଆର ପ୍ରାୟ ୪୫୦ ଲୋକଙ୍କ କୌଣସି ଖୋଜଖବର ମିଳୁନାହିଁ
– ସମୁଦ୍ରରେ ବୁଡିଗଲା ୧୨ ହଜାର ୫୦୦ ଟନ୍ ଓଜନ ଏବଂ ୬୦୦ ଫୁଟ ଲମ୍ବ ‘ମକ୍ସୋଭା’ ଜାହାଜ
– ସୋଭିଏତ ସଂଘ ସମୟରୁ ତିଆରି ହୋଇଥିବା ଯୁଦ୍ଧ ଜାହାଜ ‘ମସ୍କୋଭା’ ଥିଲା ରୁଷିଆର ଗୌରବ
– ରୁଷିଆର ବିଶାଳ ଯୁଦ୍ଧା ଜାହାଜକୁ ନଷ୍ଟ କରିଦେବା ପରେ ୟୁକ୍ରେନ ସେନାର ମନୋବଳ ବଢିଛି
– ନ୍ୟାପଚୁନ୍ କ୍ରୁଜ ମିଜାଇଲ ଓ ତୁର୍କୀ ନିର୍ମିତ ଟିବି-୨ ଡ୍ରୋନ ସହାୟତାରେ ନଷ୍ଟ କରିଛି ୟୁକ୍ରେନ
– ଟିବି-୨ ଡ୍ରୋନରୁ ଆକ୍ରମଣ ଫଳରେ ମସ୍କୋଭାର ରାଡାର କ୍ରୁଜ ମିଜାଇଲକୁ ଠାବ କରିପାରିଲାନି