କନକ ବ୍ୟୁରୋ: ଆଜିର ଜାତିସଂଘ ବୈଠକରେ ସବୁ ଦେଶର କଥାକୁ ପଛରେ ପକାଇ ନିଜର ଜିଦକୁ ସ୍ପଷ୍ଟ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ । ୟୁକ୍ରେନ ସେନା ଅସ୍ତ୍ର ନଛାଡିଲେ ଯୁଦ୍ଧ ନିଶ୍ଚିତ । କେବଳ ଏତିକି ନୂହେଁ ଯେଉଁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ୟୁକ୍ରେନକୁ ସାହାଯ୍ୟ କରିବେ ସେମାନେ ଭୟାବହ ପରିଣତି ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି ପୁଟିନ୍ ।
ଆଜିର ଜାତିସଂଘ ବୈଠକ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲେ ବି ପୁଟିନଙ୍କ ଏହି ଚେତାବନୀ ସାରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧକୁ ଯେପରି ଆହ୍ୱାନ ଦେଇଛି । ଅନ୍ୟପଟେ ଏବେବି ସମୟ ଅଛି । ଏହାକୁ କୂଟନୈତିକ ସ୍ତରରେ ଆଲୋଚନା କରି ସମାଧାନ କରିବାକୁ ପଡିବ । ନଚେତ୍ ଏହାର ଭୟଙ୍କର ପରିଣତି ସାରା ବିଶ୍ୱକୁ ଭୋଗିବାକୁ ପଡିବ ବୋଲି କହଇଛି ଭାରତ ।
Follow Us