କନକ ବ୍ୟୁରୋ: ବ୍ରିଟେନକୁ ଋଷ ଏପରି ଧମକ ଦେବା ପରେ ପଶ୍ଚିମ ରାଷ୍ଟ୍ର ସବୁ ଥରହର । ଋଷ – ୟୁକ୍ରେନ ଯୁଦ୍ଧକୁ ୨ ମାସରୁ ଅଧିକ ଦିନ ବିତିଗଲାଣି । ହେଲେ ଯୁଦ୍ଧ ଥମିବା ବଦଳରେ ବଢି ଚାଲିଛି । ଏପରି ସ୍ଥିତିରେ ୟୁକ୍ରେନକୁ ସାହାଯ୍ୟର ହାତ ବଢାଉଛନ୍ତି ଆମେରିକା ,ବ୍ରିଟେନ୍ ସମେତ ଅନ୍ୟ ପଶ୍ଚିମ ରାଷ୍ଟ୍ର । ଆଉ ଏହାକୁ ନେଉ କ୍ଷୁବ୍ଧ ହୋଇଛି ଋଷ । ଯଦି ୟୁକ୍ରେନକୁ ସମର୍ଥନ ଜାରି ରଖାଯାଏ ତେବେ ବ୍ରିଟେନ ଉପରେ ପରମାଣୁ ଆକ୍ରମଣ କରିବ । ଆଉ ମାନଚିତ୍ରରୁ ଏହାର ଚିହ୍ନବର୍ଣ୍ଣ ହଟାଇ ଦେବ । ପରମାଣୁ ଯୁଦ୍ଧ କରି ବ୍ରିଟେକୁ ସମୁଦ୍ର ଭିତରେ ବୁଡାଇ ଡୁବେଇ ଦେବାକୁ ଧମକ ଦେଇଛି ଋଷର ସରକାରୀ ଟିଭି ଚ୍ୟାନେଲ ।

Advertisment

ଋଷର ସରକାରୀ ଟିଭି ଚ୍ୟାନେଲର ଉପସ୍ଥାପକ ଦିମିତ୍ରି କିସଲିଭ ଗ୍ରାଫିକ୍ ମାଧ୍ୟମରେ ବ୍ରିଟେନକୁ ସମୁଦ୍ରରେ ଡୁବାଇ ଦେବାର ଚିତ୍ର ଦେଖାଇଛନ୍ତି । ସେ କହିଛନ୍ତି ଯେ ଋଷର ସମରତ କ୍ଷେପଣାସ୍ତ୍ର ଓ ପୋସିଡନ୍ ଆଣବିକ ଡ୍ରୋନ୍ ବ୍ରିଟେନକୁ ନିଶ୍ଚିହ୍ନ କରିବାକୁ ଯଥେଷ୍ଟ । ପାଣି ଭିତରେ ଚାଲୁଥିବା ଋଷର ପୋସିଡନ୍ ଡ୍ରୋନ୍ ସମୁଦ୍ରରେ ୧୬ ଶହ ଫୁଟର ଉଚ୍ଚ ଲହରୀ ସୃଷ୍ଟି କରି ବ୍ରିଟେନକୁ ସମୁଦ୍ରରେ ଡୁବାଇ ଦେଇପାରେ । ଏହି ଡ୍ରୋନ୍ ବିକିରଣ ସୃଷ୍ଟି କରି ବ୍ରିଟେନକୁ ରେଡିଓ ଆକ୍ଟିଭ ମରୁଭୂମିରେ ପରିଣତ କରିଦେବ । ଆମେରିକା ଋଷର ଏହି ଡ୍ରୋନକୁ ‘କେନିୟନ’ ବୋଲି ନାମକରଣ କରିଛି । କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଡ୍ରୋନ୍ ଓ ଟରପିଡୋ ର ମିଶ୍ରଣରେ ପୋଡିସନକୁ ତିଆରି କରାଯାଇଛି । ଏହା ବିଶ୍ୱର ଯେକୌଣସି ସୁରକ୍ଷା ବ୍ୟବସ୍ଥାକୁ ଭେଦ କରିଦେବ । ଏହା ପରମାଣୁ ଶକ୍ତି ସମ୍ପନ୍ନ ଆଣବିକ ଅସ୍ତ୍ରଶସ୍ତ୍ର ବହନ କରିପାରୁଥିବା ସ୍ୱୟଂଚାଳିତ ଟରପିଡୋ । ଶତ୍ରୁ ଦେଶର ନୌସେନା ବେସ୍ ଓ ଉପକୂଳ ସହରକୁ ଧ୍ୱଂସ କରିବାକୁ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।ଏହା ଲସ୍ ଆଞ୍ଜେଲ୍ସ ଓ ନ୍ୟୁୟର୍କ ଭଳି ସହରକୁ ଏକାବେଳକେ ଟାର୍ଗେଟ କରିପାରେ ।

ରିପୋର୍ଟ ମୁତାବକ, ପୋସିଡନ ପ୍ରାୟ ୬୫ ଫୁଟ ଲମ୍ବର ଟ୍ୟୁବରେ ତିଆରି କରାଯାଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୧୦ ହଜାର କିଲୋମିଟର । ଘଣ୍ଟା ପ୍ରତି ଏହାର ବେଗ ୧୦୦ରୁ ୧୮୫ କିଲୋମିଟର । ଏହାର ଆକ୍ରମଣରେ ଉକୂଳ ଅଞ୍ଚଳରେ ଆସିପାରେ ୧୬ ପୁଟର ଲହଡି ।ଏହାକୁ ପାଣି ଭିତରେ ଟ୍ରାକ୍ କରିବା ଶତ୍ରୁ ପକ୍ଷେ ଅସମ୍ଭବ । ପାରମ୍ପରିକ ବୁଡା ଜାହାଜ ତୁଳନାରେ ପୋସିଡନ୍ ଦୁଇରୁ ତିନି ଗୁଣ ଅଧିକ ବେଗରେ ଗତି କରିପାରିବ । ଋଷର ଏହି ପେଡିସନକୁ ବିଶ୍ୱର କୌଣସି ଶକ୍ତି ମୁକାବିଲା କରିପାରିବ ନାହିଁ । ଏଥିରେ ୨ ମେଗାଟନ କ୍ଷମତା ବିଶିଷ୍ଟ ପରମାଣୁ ଅସ୍ତ୍ର ରହିଛି । ଯାହା ଜାପାନର ହିରୋସୀମାରେ ପକାଯାଇଥିବା ପରମାଣୁ ବୋମା ଠାରୁ ଶହେ ଗୁଣ ଅଧିକ ଶକ୍ତିଶାଳୀ ବୋଲି ଦାବି କରିଛି ଋଷ ।

ଏପରି ପୋଡିସନ୍ ଋଷ ବ୍ୟତୀତ ଆଉ କାହାରି ପାଖଷର ନାହିଁ । ତେଣୁ ଋଷ ସରକାରୀ ଟିଭି ଚ୍ୟାନେଲ ପକ୍ଷରୁ ବ୍ରିଟେକୁ ଧମକ ଦିଆଯିବା ପରେ ପାଶ୍ଚାତ୍ୟ ରାଷ୍ଟ୍ର ମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି ।