ଚୀନ୍ ପରେ ତାଲିବାନକୁ ସମର୍ଥନ କଲା ଋଷ: ପୁତିନ କହିଲେ ଏମିତି କଥା…

241

କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ ନୂଆ ସରକାର ଗଢି ସାରିଛି । କିଛି ଦେଶ ଏହି ତାଲିବାନ ସରକାରକୁ ବିରୋଧ କରୁଥିବା ବେଳେ ଆଉ କିଛି ଦେଶ ଏହାକୁ ସମର୍ଥନ କରୁଛନ୍ତି । ଚୀନ ଆଉ ପାକିସ୍ତାନ ତାଲିବାନ ସରକାରକୁ ସମର୍ଥନ କରୁଥିବା ଖବର ଆଗରୁ ଆସିଥିବା ବେଳେ ଋଷ ବି ତାଲିବାନ ସରକାରକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏନେଇ ପୁତିନ ସରକାର କହିଛନ୍ତି ଆଗାମୀ ଦିନରେ ଋଷକୁ ତାଲିବାନ ସହ ମିଶି କାମ କରିବାକୁ ହେବ ।

ଚୀନ ଓ ଋଷ ନେତ୍ୱତ୍ୱାଧିନ ସୁରକ୍ଷା ବ୍ଲକ, ସଂଘାୟୀ କୋପରେସନ ଅରଗାନାଇଜେସନର ବୈଠକରେ ଏହି କଥା କହିଛନ୍ତି ପୁତିନ । ତାଜାକିସ୍ତାନରେ ଆୟୋଜିତ ଏହି ସମ୍ମିଳନୀରେ ଭିଡିଓ ଲିଙ୍କ ଦ୍ୱାରା ପୁତିନ ଯୋଗ ଦେଇଛନ୍ତି । କୁହାଯାଉଛି ଚୀନ ପରେ ଋଷ ଏଭଳି ଶକ୍ତିଶାଳୀ ଦେଶ ଯିଏ ଖୁଲମଖୁଲା ତାଲିବାନକୁ ସମର୍ଥନ ଜଣାଉଛି ।

ଆଫଗାନିସ୍ତାନରୁ ଆମେରିକା ସେନା ଫେରାଇବା ପରେ ଋଷ ଓ ଚୀନ ସେଠାରେ ପ୍ରଭାବ ବିସ୍ତାର ପାଇଁ ଲାଗି ପଡିଛନ୍ତି । ଚୀନ ତ ପୂର୍ବରୁ ଏହି ପ୍ରୟାସ କରିଆସିଛି । ୟୁରୋପ ଓ ଏସିଆରେ ନିଜ ପ୍ରଭାବ ରଖିବା ପାଇଁ ଚୀନ ଏକ ବଡ ଯୋଜନା ବିଆରଆଇରେ କାମ କରୁଛି । ଏହାର ଏକ ଅଂଶ ହେଉଛି ଚୀନ-ପାକିସ୍ତାନ ଇକୋନୋମିକ କରିଡର ।