କନକ ବ୍ୟୁରୋ: ଭାରତ ସହ ସୁସମ୍ପର୍କର ଆଉ ଏକ ପ୍ରମାଣ ଦେଇଛି ରୁଷ । ଜାତିସଂଘରେ ଭାରତକୁ ସ୍ଥାୟୀ ସଦସ୍ୟ କରିବାକୁ ପୁଣିଥରେ ଦାବି ରଖିଛନ୍ତି ଋଷ ବିଦେଶ ମନ୍ତ୍ରୀ ସର୍ଗେଈ ଲାବରୋବ୍ । ଆଫ୍ରିକା, ଏସୀୟା, ଓ ଲାଟିନ ଆମେରିକା ଦେଶ ଗୁଡିକର ପ୍ରତିନିଧିତ୍ୱ ମାଧ୍ୟମରେ ସୁରକ୍ଷା ପରିଷଦକୁ ଅଧିକ ଲୋକତାନ୍ତ୍ରୀକ କରାଯାଇପାରିବ । ତେଣୁ ଭାରତ ଓ ବ୍ରାଜିଲକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଯିବା ଉଚିତ ବୋଲି ସର୍ଗେଇ କହିଛନ୍ତି ।

Advertisment

ଋଷ ପୂର୍ବରୁ ଆମେରିକା ମଧ୍ୟ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ବନାଇବା ପାଇଁ ଭାରତକୁ ସମର୍ଥନ ଦେଇଥିଲା। ବାଇଡେନ୍ ଭାରତ ସହିତ ଜାପାନ ଓ ଜର୍ମାନୀକୁ ସ୍ଥାୟୀ ସଦସ୍ୟତା ଦେବା କଥା କହିଥିଲେ। ଜାତିସଂଘର ସାଧାରଣ ସଭାରେ ଯୋଗ ଦେଇ ସୁରକ୍ଷା ପରିଷଦରେ ସୁଧାର ଆଣିବା ଦିଗକୁ ଗୁରୁତ୍ୱ ଦେଇ ଏପରି କହିଥିଲେ ଆମେରିକା ରାଷ୍ଟ୍ରପତି ବାଇଡେନ୍।