କନକ ବ୍ୟୁରୋ :  ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ଼ ଦାବି । ଜେଲେନସ୍କି କହିଛନ୍ତି ୟୁକ୍ରେନକୁ କେହି ହରାଇ ପାରିବେ ନାହିଁ । ଋଷ ଯେତେ ଅସ୍ତ୍ରଶସ୍ତ୍ର ଠୁଳ କଲେ ବି ୟୁକ୍ରେନଠାରୁ ବିଜୟୀ ହୋଇପାରିବନି ।ୠଷ-ୟ୍ରୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନବାସୀଙ୍କୁ ଏପରି ଆଶ୍ୱାସନା ଦେଇଛନ୍ତି ଜେଲେନସ୍କି । ଋୁଷ ସେନାକୁ କଡ଼ା ଜବାବ ଦିଆଯିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି । ୠଷର ୩୦ ଯୁଦ୍ଧ ବିମାନ ଓ ୩୧ଟି ହେଲିକପ୍ଟର ମାରି ଖରାଇ ଦେଇଥିବା ଜେଲେନସ୍କି ଦାବି କରିଛନ୍ତି ।

Advertisment

ଅନ୍ୟପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ଉପରେ ବର୍ଷିଛନ୍ତି ଋଷ ବୈଦେଶିକ ବ୍ୟାପାର ମନ୍ତ୍ରୀ ଲାବରୋବ । ସେ କହିଛନ୍ତି, ୟୁକ୍ରେନର ଭବିଷ୍ୟତ ନେଇ ସେଠାକାର ଲୋକ ନିଷ୍ପତି ନେବେ । ଆମେରିକାର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଋଷ-ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ । ଏହାରି ଭିତରେ ୠଷ ବ୍ୟାପାର ମନ୍ତ୍ରୀଙ୍କ ଏପରି ବୟାନ ସମାଧାନର ଆଶଙ୍କାକୁ ଆହୁରି ବଢାଇ ଦେଇଛି । କିବ୍ ଓ ଖାରକିଭକୁ ଟାର୍ଗେଟ୍ କରି ଋଷ ଲଗାତର ଆକ୍ରମଣ ଜାରି ରଖିଛି । ଗୋଳାମାଡ଼ ଯୋଗୁ ଖାରକିଭରେ ବିପୁଳ କ୍ଷୟକ୍ଷତି ହୋଇଛି  । ଆକ୍ରମଣ ବନ୍ଦ କରିବାକୁ ଦାବି କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି  । କିନ୍ତୁ ଅନ୍ୟପଟେ ଯୁଦ୍ଧକୁ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି ଋଷ ସେନା । କିବକୁ ଚାରିପଟୁ ଘେରିଯିବା ସହ ବିଭିନ୍ନ ସହରକୁ କବଜା କରିଛି ଋଷ । ଏହାସହ ଆଜି ରାତିରେ ଏକ ବଡ ଧରଣର ଆକ୍ରମଣ ସହ କିବ କବଜା କରିବାକୁ ପୁଟିନ ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି । ଆକାଶପଥ ଓ ସ୍ଥଳପଥରୁ ଆକ୍ରମଣ ପରେ ଏବେ ଜଳପଥରୁ ଆକ୍ରମଣ କରିବାକୁ ଆରମ୍ଭ ହୋଇଛି ଜୋରଦାର ଉଦ୍ୟମ । ଏଥିପାଇଁ ଋଷର ଯୁଦ୍ଧ ଜାହାଜ ଗୁଡିକ ଆଗକୁ  ବ୍ଲାକ ସି ଦେଇ ଆଗକୁ ବଢୁଛି । କ୍ରିମିଆ ବାଟ ଦେଇ ୟୁକ୍ରେନରେ ବଡ ଧରଣର ଆକ୍ରମଣ କରିବାକୁ ଋଷ ଆଗକୁ ବଢୁଥିବା କୁହାଯାଉଛି । ଏହାବାଦ୍ ୟୁରୋପର ଗଣମାଧ୍ୟମର ସୂଚନା ଅନୁଯାୟୀ, ଋଷ ନିଜର ଏସ-୪୦୦ ଡିଫେନ୍ସ ସିଷ୍ଟମକୁ ମଧ୍ୟ ପ୍ରସ୍ତୁତ ରଖିଛି । ଏସ-୪୦୦ ଡିଫେନ୍ସ ସିଷ୍ଟମ ମାଧ୍ୟମରେ ଟାର୍ଗେଟକୁ ନଷ୍ଟ କରିବାକୁ ଋଷ ଅଭ୍ୟାସ ଆରମ୍ଭ କରିଥିବା କୁହାଯାଉଛି ।