କନକ ବ୍ୟୁରୋ : ଉଗ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ । ଡିନପ୍ରୋରେ ରୁଷ ବଡ ଧରଣର ମିସାଇଲ ଆକ୍ରମଣ ପରେ ୩୦ରୁ ଅଧିକ ଲୋକ ନିଖୋଜ ଥିବା ୟୁକ୍ରେନ ଦାବି କରିଛି । ସୋମବାର ଆକ୍ରମଣରେ ୪୧ଜଣ ମୃତ୍ୟୁ ହୋଇଛି । ୟୁକ୍ରେନ ଏଭଳି ସମୟରେ ପଶ୍ଚିମ ଦେଶମାନଙ୍କୁ ହତିଆର ସହଯୋଗ ପାଇଁ ଅପିଲ କରିଛି । ଯଥାଶୀଘ୍ର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ୟୁକ୍ରେନ ଅନୁରୋଧ କରିଛି । ୟୁକ୍ରେନ ସେନା ଜେନରାଲ ଷ୍ଟାପ କହିଛନ୍ତି ଯେ ରୁଷ ଏବେ ସହର ଛାଡି ଗାଁ ଆଡକୁ ମାଡୁଛି । ସେପଟେ ସହର ଗୁଡିକରେ ମିସାଇଲ ଓ ତୋପରେ ମାଡ କରୁଛି । ୟୁକ୍ରେନର ଅପିଲ ପରେ ବିଟ୍ରେନ ତୁରନ୍ତ ହତିଆର ପଠାଇବା ଆରମ୍ଭ କରିଛି ।

Advertisment

ୟୁକ୍ରେନକୁ ବ୍ରିଟେନକ ବଡ଼ ସହାୟତା

- ଉଗ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ
- ଡିନପ୍ରୋରେ ରୁଷର ବଡ ଧରଣର ମିଜାଇଲ ଆକ୍ରମଣ
- ୩୦ରୁ ଅଧିକ ଲୋକ ନିଖୋଜ ଥିବା ଦାବି କରିଛି ୟୁକ୍ରେନ
- ସୋମବାର ଆକ୍ରମଣରେ ୪୧ଜଣଙ୍କର ମୃତ୍ୟୁ ହୋଇଛି
- ପଶ୍ଚିମ ଦେଶଗୁଡ଼ିକୁ ହତିଆର ସହଯୋଗ ପାଇଁ ୟୁକ୍ରେନର ଅପିଲ
- ଯଥାଶୀଘ୍ର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଅନୁରୋଧ କରିଛି ୟୁକ୍ରେନ
- ଏବେ ସହର ଛାଡି ଗାଁ ଆଡକୁ ମାଡୁଛି ରୁଷ୍
-୨୫ଟି ଗାଁକୁ ଟାର୍ଗେଟ କରି ଏହାକୁ କ୍ଷତିଗ୍ରସ୍ତ କରିଛି
- ୩୦ରୁ ଅଧିକ ବସ୍ତି ଇଲାକାକୁ ଟାର୍ଗେଟ କରି ଗୁଳିମାଡ କରୁଛି କ୍ରେମଲିନ୍
- ସେପଟେ ସହର ଗୁଡିକରେ ମିସାଇଲ ଓ ତୋପ ମାଡ
- ୟୁକ୍ରେନର ଅପିଲ ପରେ ବିଟ୍ରେନ ତୁରନ୍ତ ହତିଆର ପଠାଇବା ଆରମ୍ଭ କରିଛି
- ୟୁକ୍ରେନକୁ ଲିଓପାଡ୍-୨ ଟ୍ୟାଙ୍କ୍ ଯୋଗାଇଦେବାକୁ ଜର୍ମାନୀକୁ କହିଛି ବ୍ରିଟେନ୍
- ୟୁକ୍ରେନକୁ ୧୪ଟି ଚ୍ୟାଲେଞ୍ଜର-୨ ଟ୍ୟାଙ୍କ୍ ଯୋଗାଇଦେବ ୟୁକ୍ରେନ୍

ଲିଓପାର୍ଡ-୨ ଓ ଚ୍ୟାଲେଞ୍ଜର-୨ ଟ୍ୟାଙ୍କର ବ୍ୟବହାର ?

ଲିଓପାର୍ଡ-୨ ଟ୍ୟାଙ୍କ

ଲିଓପାର୍ଡ-୨ ହେଉଛି ତୃତୀୟ ଜେନେରେସନ୍ ଯୁଦ୍ଧ ଟ୍ୟାଙ୍କ
୧୯୭୦ରେ ଏହା କ୍ରାଉସ-ମାଫେଇଙ୍କ ଦ୍ୱାରା ପଶ୍ଚିମ ଜର୍ମାନୀ ସେନା ପାଇଁ ବିକଶିତ ହୋଇଥିଲା
ଏହି ଟ୍ୟାଙ୍କ ପ୍ରଥମେ ୧୯୭୯ରେ କାର୍ଯ୍ୟକାରୀ ହୋଇଥିଲା
ପଶ୍ଚିମ ଜର୍ମାନୀ ସେନାର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଭାବେ ପୂର୍ବରୁ ଲିଓପାର୍ଡ-୧ ସଫଳତା ପାଇଥିଲା
ଏଥିରେ ରାଇନମେଟାଲ ଦ୍ୱାରା ନିର୍ମିତ ୧୨୦ ମିଲିଲିଟର ସ୍ମୁଥବୋର ତୋପ ରହିଛି
ଏହାସହ ଏଥିରେ ଏମଟିୟୁ ଫ୍ରିଡ୍ରିଶଫେନ୍ ଦ୍ୱାରା ନିର୍ମିତ ଭି-୧୨ ଟ୍ୱିନ୍ ଟର୍ବୋ ଡିଜେଲ ଇଞ୍ଜିନ ରହିଛି
ଏହାର ଉଚ୍ଚତା ୨.୬୪ ମିଟର୍
ମିଲିଟାରୀ ଲୋଡ୍ କ୍ଲାସିଫିକେସନ୍ ଅନୁସାରେ ଏହାର ଓଜନ ଏମଏଲସି-୮୦
ଏହାର ବେଗ କିଲୋମିଟର ପିଛା ୭୦
ଏହାର ରେଞ୍ଜ ୪୫୦ କିଲୋମିଟର ରହିଛି

ଚ୍ୟାଲେଞ୍ଜର-୨ ଟ୍ୟାଙ୍କ

ଏଫଭି୪୦୩୪ ଚ୍ୟାଲେଞ୍ଜର-୨ ହେଉଛି ତୃତୀୟ ଜେନେରେସନ୍ ଯୁଦ୍ଧ ଟ୍ୟାଙ୍କ
ଏହାକୁ ବ୍ରିଟିଶ ସେନାର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ବୋଲି କୁହାଯାଏ
ଏହା ୟୁକେ ଓ ଓମାନର ସେନାରେ ନିୟୋଜିତ ରହିଛି
ଏହାର ନିର୍ମାଣ ବ୍ରିଟିଶ କମ୍ପାନୀ ଭିକର୍ସ ଡିଫେନ୍ସ ସିଷ୍ଟମ ଦ୍ୱାରା କରାଯାଇଥିଲା
ବର୍ତମାନ ଏହା ବିଏଓ ସିଷ୍ଟମ ଲ୍ୟାଣ୍ଡ ଆଣ୍ଡ ଆର୍ମାମେଣ୍ଟ ନାମରେ ପରିଚିତ
ଏହାର ଉଚ୍ଚତା ୨.୪୯ ମିଟର
ଏଥିରେ ୪ଜଣ କ୍ରିଉ ସଦସ୍ୟ ରହିଥାନ୍ତି
ଅନରୋଡରେ ଏହାର ବେଗ ଘଣ୍ଟାପ୍ରତି ୩୭ ମାଇଲ୍ ରହିଥାଏ
ଅଫ୍ ରୋଡରେ ଏହାର ବେଗ ଘଣ୍ଟାପ୍ରତି ୨୫ ମାଇଲ ରହିଥାଏ

ସେପଟେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବଡ଼ ଯୁଦ୍ଧ ଘୋଷଣା କରିପାରନ୍ତି । ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ରୁଷ୍ ତା’ର ସେନାର ଶକ୍ତିରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ୨୦୨୩ରୁ ୨୦୨୬ ମଧ୍ୟରେ ସେନାର ଢାଞ୍ଚାରେ ପରିବର୍ତ୍ତନ କରିବେ । ରୁଷ୍ ତା’ର ସେନାରେ ଅଧିକ ସେନାଙ୍କୁ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଛି । ଏହାରି ଭିତରେ ନୌସେନା, ଏୟାରସ୍ପେସ ଓ ସାମରିକ ମିଜାଇଲ ଶକ୍ତିକୁ ଲଡ଼ୁଆ କ୍ଷମତା ଓ ଅଧିକ ମଜଭୁତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେନାକୁ ମଜଭୁତ କରିବା ପାଇଁ ପୁଟିନଙ୍କ ଏହି ଯୋଜନା ଆଗକୁ ବଡ଼ ଯୁଦ୍ଧର ଇସାରା ଦେଉଥିବା କୁହାଯାଉଛି ।

ପୁଟିନ୍ କରିପାରନ୍ତି ବଡ଼ ଘୋଷଣା

- ରାଷ୍ଟ୍ରପତି ପୁଟିନଙ୍କ ବଡ଼ ୱାର୍ ପ୍ଲାନ୍
- ଯୁଦ୍ଧ ଭିତରେ କରିପାରନ୍ତି ବଡ଼ ଘୋଷଣା
- ପଶ୍ଚିମ ଦେଶଗୁଡ଼ିକ ପାଇଁ ଅଡୁଆ ବଢାଇଲେଣି ପୁଟିନ୍
- ୨୦୨୩ରେ ରୁଷ୍ କରିବ ସବୁଠୁ ବଡ଼ ସେନା ଭର୍ତ୍ତି ଅଭିଯାନ
- ୧୫ ଲକ୍ଷ ସୈନିକ ନିଯୁକ୍ତି ନେଇ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ୍
- ୟୁକେନର ଗୋଟିଏ ପରେ ଗୋଟିଏ ସହର କବଜା କରୁଛି ରୁଷ୍
- ବେଲାରୁଷ୍-ୟୁକ୍ରେନ୍ ସୀମାରେ ସୈନ୍ୟ ସଂଖ୍ୟା ବଢାଇଛି ରୁଷ୍