ଅଗଷ୍ଟ 23ରେ ରୁଷରେ ପୁଟିନଙ୍କ ବିଦ୍ରୋହୀ ୱାଗନର୍ ମୁଖ୍ୟଙ୍କ ମୃତ୍ୟୁ ଏବେ ସୁଦ୍ଧା ରହସ୍ୟ ହୋଇରହିଛି। ମସ୍କୋ ନିକଟରେ ତାଙ୍କ ବିମାନ କେମିତି ଦୁର୍ଘଟଣାଗ୍ରସ୍ତ ହେଲା , ଏହା ପଛରେ ରହସ୍ୟ କଣ ସେ ସବୁର ସମାଧାନ ପାଇଁ ବିମାନର ରେକର୍ଡର ଯାଞ୍ଚ କରାଯିବ । ବିବିସି ରିପୋର୍ଟ ଅନୁଯାୟୀ ଅନୁସନ୍ଧାନକାରୀମାନେ ଘଟଣାସ୍ଥଳରୁ 10 ଟି ମୃତଦେହ ଏବଂ ଫ୍ଲାଇଟ୍ ରେକର୍ଡର ଉଦ୍ଧାର କରିଛନ୍ତି। ଅନୁସନ୍ଧାନକାରୀ ଅଧିକାରୀ କହିଛନ୍ତି ଯେ ମଲିକ୍ୟୁଲାର-ଜେନେଟିକ ପରୀକ୍ଷା ମାଧ୍ୟମରେ ମୃତଦେହ ଚିହ୍ନଟ କରାଯିବ।
ଅନ୍ୟପକ୍ଷରେ, ପାଶ୍ଚାତ୍ୟ ଦେଶଗୁଡିକ ଆଶଙ୍କା କରୁଛନ୍ତି ଯେ ପ୍ରିଗୋଜିନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ ବରଂ ଏହା ଏକ ଷଡଯନ୍ତ୍ର। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ‘ତାଙ୍କ ମୃତ୍ଯୁ ସମ୍ପର୍କରେ ଯାହା ଶୁଣାଯାଉଛି ତାହା ସବୁ ଗୁଜବ ‘। ଅଲ ଜଜିରାଙ୍କ ଅନୁଯାୟୀ, ପ୍ରିଗୋଜିନଙ୍କ ମୃତ୍ୟୁକୁ ରୁଷ ଏବେ ସୁଦ୍ଧା ପୃଷ୍ଟି କରିନାହିଁ । ପେସ୍କୋଭ କହିଛନ୍ତି - ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ କିଛି କୁହାଯାଇପାରିବ ନାହିଁ।
ପ୍ରିଗୋଜିନ କହିଥିଲେ - ମୁଁ ମୃତ୍ୟୁକୁ ଭୟ କରେ ନାହିଁ |
ଏଥି ସହିତ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ପ୍ରିଗୋଗିନଙ୍କ ମୃତ୍ୟୁକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି- ମୁଁ ତାଙ୍କ ମୃତ୍ୟୁ ପୂର୍ବରୁ ପ୍ରିଗୋଜିନ୍ ଙ୍କୁ ଚେତାବନୀ ମଧ୍ୟ ଦେଇଥିଲି। ଯେତେବେଳେ ୱାଗନର୍ ଚିଫ୍ ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ମଧ୍ୟ ମୁଁ ତାଙ୍କୁ ଭାବିଚିନ୍ତି ନିଷ୍ପତ୍ତି ନେବାକୁ କହିଥିଲି।
ଏହି କଥାର ଉତ୍ତରରେ ପ୍ରିଗୋଜିନ କହିଥିଲେ ଯେ ସେ ମୃତ୍ୟୁକୁ ଭୟ କରନ୍ତିନାହିଁ । ଏହା ପରେ ଯେତେବେଳେ ସେ ଡିମିଟ୍ରି ଉଟ୍କିନ୍ (ୱାଗନର୍ଙ୍କ ସହ-ପ୍ରତିଷ୍ଠାତା ତଥା ପ୍ରିଗୋଜିନଙ୍କ ଘନିଷ୍ଠ ବନ୍ଧୁ)ଙ୍କ ସହ ମିଶି ମୋତେ ଦେଖାକରିବାକୁ ଆସିଥିଲେ, ମୁଁ ସେମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲି ।
ଲୁକାଶେଙ୍କୋ କହିଛନ୍ତି - ପୁଟିନ ଜଣେ ଶାନ୍ତ ବ୍ୟକ୍ତି, ସେ ଏପରି କରିପାରିବେ ନାହିଁପୁଟିନଙ୍କ ଉପରେ ପ୍ରିଗୋଜିନଙ୍କ ହତ୍ୟା ଅଭିଯୋଗକୁ ନେଇ ଲୁକାଶେଙ୍କୋ କହିଛନ୍ତି - ପୁଟିନ ଏପରି କରିପାରିବେ ନାହିଁ। ସେ ପ୍ରିଗୋଜିନଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେବେନାହିଁ | ମୁଁ ତାଙ୍କୁ ବହୁତ ଭଲଭାବରେ ଜାଣିଛି ସେ ବହୁତ ଶାନ୍ତ ଏବଂ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି | ଏଥିପାଇଁ ତାଙ୍କୁ ଦାୟୀ କରାଯାଇପାରିବ ନାହିଁ। ଲୁକାଶେଙ୍କୋ କହିଛନ୍ତି - ଯଦି ଆମେ ୱାଗନର୍ ଆର୍ମି ବିଷୟରେ କଥା ହେବା, ତା’ହେଲେ ତାଙ୍କର ଯୋଦ୍ଧାମାନେ ବେଲାରୁଷରେ ରହିବେ। ଆମର ଆବଶ୍ୟକତା ଅନୁସାରେ ଆମେ ତାଙ୍କୁ କାମରେ ନିଯୋଜିତ କରିବୁ ।