ମୋଦିଙ୍କୁ ଜୋରଦାର ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ

ମୋଦିଙ୍କୁ ଜୋରଦାର ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ

 ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି ।

‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭଲ କାମ କରୁଛନ୍ତି ବୋଲି ମଙ୍ଗଳବାର ସେ କହିଛନ୍ତି ।

ଭ୍ଲାଡିଭୋଷ୍ଟୋକରେ ଅଷ୍ଟମ ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମ୍ (EEF) ରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପୁଟିନ୍ ଏହା କହିଛନ୍ତି ଯେ ରୁଷ ତାହାର ନିଜସ୍ବ ନିର୍ମିତ କାର ବ୍ୟବହାର କରିବା ଉଚିତ। ଏହି ପ୍ରସଙ୍ଗରେ ଭାରତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଏକ ଉଦାହରଣ ସୃଷ୍ଟି କରିଛି ।

ପୁଟିନ କହିଛନ୍ତି ଭାରତକୁ ଅନୁସରଣ କରିବା ଉଚିତ । ତ୍ପୁଟିନ କହିଛନ୍ତି ପୂର୍ବରୁ ଆମ ଦେଶରେ କାର ତିଆରି ହେଉନଥିଲା କିନ୍ତୁ ବର୍ତ୍ତମାନ ଆମେ ଏହା ତିଆରି କରିବାକୁ ସକ୍ଷମ ଅଟୁ । ଏହା ସତ୍ୟ ଯେ ଆମ କାର ଗୁଡିକ  ଅଡି ଏବଂ ମର୍ସିଡିଜ୍ ତୁଳନାରେ ଦେଖିବାକୁ ଏତେ  ସୁଦୃଶ୍ୟ ନୁହନ୍ତି  କିନ୍ତୁ ଏହା ଏକ ମାପକାଠି ନୁହେଁ ।  ଆମେ ଆମର ସ୍ଵଦେଶ ନିର୍ମିତ  ଯାନ ବ୍ୟବହାର କରିବା ଉଚିତ୍ । ଏହି ବିଷୟରେ ଆମେ ଆମର ସହଯୋଗୀ ଦେଶ ଭାରତକୁ ଅନୁସରଣ କରିବା ଉଚିତ୍ । ସେମାନେ ନିଜେ ଦେଶରେ ଗାଡି ତିଆରି କରୁଛନ୍ତି ଏବଂ ବ୍ୟବହାର କରୁଛନ୍ତି ।  ସରକାରୀ ସ୍ଥରରେ କେଉଁ ଶ୍ରେଣୀର ଅଧିକାରୀ କେଉଁ କାର୍ ଚଲାଇ ପାରିବେ । ନିଜସ୍ବ ନିର୍ମିତ କାର ବ୍ୟବହାର କରିବାପାଇଁ ଆମେ ପ୍ରୋତ୍ସାହିତ କରିବା ଉଚିତ । ଏହି ବାବଦରେ ମୋଦିଙ୍କ ନୀତି ଅତି ଉତ୍ତମ ଅଟେ ।

ପୁଟିନ କହିଛନ୍ତି  IMEC କରିଡରରୁ ରୁଷିଆ ଉପକୃତ ହେବ

ପୁଟିନ କହିଛନ୍ତି ଯେ ପ୍ରସ୍ତାବିତ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର ରୁଷ ପାଇଁ କୌଣସି  କ୍ଷତି ଘଟାଇବ ନାହିଁ । ଏହାଦ୍ବାରା ରୁଷର ଲାଭ ହେବ। ଏହି କରିଡର ରୁଷର ଲଜିଷ୍ଟିକ୍ ବିକାଶରେ ସାହାଯ୍ୟ କରିବ  । ଦୀର୍ଘ ଦିନ ଧରି ଏହି ପ୍ରକଳ୍ପ ଉପରେ ଆଲୋଚନା ଚାଲିଥିବା ସେ କହିଛନ୍ତି। ଶେଷ ମୁହୂର୍ତ୍ତରେ ଆମେରିକା ଏହି ଚୁକ୍ତିରେ ଯୋଗ ଦେଇଛି । କିନ୍ତୁ ମୋ ମତରେ ଏହି ପ୍ରକଳ୍ପରୁ ଆମେରିକା ଅଧିକ ଲାଭ ପାଇବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe