ଋଷ୍ ପାର୍ଲାମେଣ୍ଟରେ ପାସ୍ ହେଲା ବିଲ୍, ଅସମ୍ମାନସୂଚକ ଅନଲାଇନ୍ ପୋଷ୍ଟ୍ କଲେ ଜେଲ୍ ଦଣ୍ଡ ସହ ଦେବାକୁ ପଡିବ ଜରିମାନା

ଋଷ୍ ପାର୍ଲାମେଣ୍ଟରେ ପାସ୍ ହେଲା ବିଲ୍, ଅସମ୍ମାନସୂଚକ ଅନଲାଇନ୍ ପୋଷ୍ଟ୍ କଲେ ଜେଲ୍ ଦଣ୍ଡ ସହ ଦେବାକୁ ପଡିବ ଜରିମାନା

source : Daily Express

ବୁଧବାର ଦିନ ରୁଷୀୟ ପାର୍ଲାମେଣ୍ଟ୍ ପାସ୍ କରିଛି ଆଇନ୍ । ଦେଶ, ସମାଜ, ସରକାର ବା ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସମେତ କୌଣସି ସରକାରୀ କର୍ମଚାରୀଙ୍କୁ ଅସମ୍ମାନ ହେବା ପରି ଅନଲାଇନ୍ ପୋଷ୍ଟ୍ କରୁଥିବା ଲୋକଙ୍କୁ ଏହି ଆଇନ୍ ବଳରେ ଜରିମାନା ଓ ଜେଲ୍ ଦଣ୍ଡ ଦିଆଯାଇପାରିବ। ଅନଲାଇନ୍ ବ୍ୟବହାରକାରୀମାନଙ୍କ ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୧, ୦୬, ୩୧୫ଟଙ୍କା ଜରିମାନା ରଖାଯାଇଥିବା ବେଳେ ଥରକୁ ଥର ଏଭଳି ପୋଷ୍ଟ୍ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଏହାର ଦୁଇଗୁଣା ଜରିମାନା ପଡ଼ିବ।

ରୁଷୀୟ ପାର୍ଲାମେଣ୍ଟ୍ ସମ୍ବନ୍ଧରେ ବିଦ୍ରୂପ କରିବା ‘ପୁତିନ୍ ଜଣେ ଜାରଜ’ ଭଳି ଅସମ୍ମାନସୂଚକ ମନ୍ତବ୍ୟ ଦେଉଥିବା ଲୋକେ ବିଚାରର ସମ୍ମୁଖୀନ ହେବେ ବୋଲି ମସ୍କୋସ୍ଥିତ ‘ସୋଭା ସେଣ୍ଟର୍’ର ମୁଖ୍ୟ ଆଲେକ୍ଜାଣ୍ଡାର୍ ବେରଖୋଭସ୍କି କହିବା ପରେ ଏହି ନୂଆ ଆଇନ ପ୍ରତି ଲୋକେ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ଏହି ଆଇନରେ ଥିବା କେତେକ ଅସ୍ପଷ୍ଟ ଅର୍ଥ ଶବ୍ଦ ସଂକ୍ରାନ୍ତରେ ମଧ୍ୟ ଅନେକ ବ୍ୟକ୍ତି ଚିନ୍ତା ପ୍ରକଟ କରିଛନ୍ତି। ‘ମିଥ୍ୟା’ ବୋଲି ବିବେଚନା କରାଯାଉଥିବା କୌଣସି ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ୱେବସାଇଟକୁ ମଧ୍ୟ ରୁଷୀୟ ସରକାରୀ ଅଧିକାରୀମାନେ ବ୍ଲକ୍ କରିବା ପାଇଁ ଏହି ଆଇନରେ ବ୍ୟବସ୍ଥା ରହିଛି। ଦକ୍ଷିଣପନ୍ଥୀ ଏହି ଆଇନ୍ ଉପରେ ସେନସର୍ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe