ମହାକାଶରୁ କେମିତି ଭୋଟ ଦେଲେ ଦୁଇ ଅନ୍ତରୀକ୍ଷ ଯାତ୍ରୀ ? ପଢନ୍ତୁ ପୂରା ଖବର

70

କନକ ବ୍ୟୁରୋ : ଋଶରେ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ୩ ଦିନିଆ ସଂସଦ ନିର୍ବାଚନ ପାଇଁ ଆଜି ଭୋଟ ଦାନର ଶେଷ ତାରିଖ । ହେଲେ ସବୁଠାରୁ ବଡକଥା ପ୍ରଥମଥର ପାଇଁ ଦୁଇଜଣ ମହାକାଶଚାରୀ ମହାକାଶରେ ଥାଇ ବି ଭୋଟ ପ୍ରଦାନ କରିଛନ୍ତି । ସେ ମହାକାଶରୁ ନିଜ ପଶନ୍ଦର ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଇଛନ୍ତି । ମହାକାଶରେ ଥାଇ ମତଦାନ କରିଥିବା ଏହି ଦୁଇଜଣ ମହାକାଶଚାରୀ ହେଉଛନ୍ତି ଓଲେଗ ନୋବିସ୍ତକି ଓ ୟୋତ୍ର ଦୁବେବ । ଏହି ଦୁଇଜଣ ଶୁକ୍ରବାର ଦିନ ଅନଲାଇନ ଭୋଟିଂରେ ଭାଗ ନେଇଥିଲେ । ଏନେଇ ଅନ୍ତରୀକ୍ଷ ଏଜେନ୍ସି Roscosmos  ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି ।

ମହାକାଶଚାରୀ ଓଲେଗ ନୋବିସ୍ତକି କହିଛନ୍ତି କି ମହାକାଶରେ ତାଙ୍କ ପାଖରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ପାଇଁ ବ୍ୟାଲେଟ ପେପର ମହଜୁଦ ରହିଛି । ତେଣୁ ଏହାମାଧ୍ୟମରେ ଆମେ ବି ଆମର ମତଦାନ କରିପାରିଛୁ । କହିରଖୁ କି ସଂସଦୀୟ ନିର୍ବାଚନରେ ଋଷ ଲୋକଙ୍କ ଅର୍ଥ ବ୍ୟବସ୍ଥା, ଅସହଯୋଗ ଉପରେ କାର୍ଯ୍ୟାନୁଷ୍ଟାନ ଓ କରୋନା ମହାମାରୀ ପରିଚାଳନାରେ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପକ୍ଷ ରଖିବାକୁ ଏହା ଏକ ମଂଚ ପ୍ରସ୍ତୁତ କରିପାରେ । ଆଗକୁ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ସଂସଦୀୟ ନିର୍ବାଚନ ଆମେରିକା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି ।

ନିର୍ବାଚନର ପ୍ରଥମ ଦିନରେ ଋଷ ରାଷ୍ଟ୍ରପତି ପୁତିନ ଭୋଟ ଦେଇଥିଲେ । ଜେଲରେ ବନ୍ଦ ଥିବା ପୁତିନଙ୍କ ମୁଖ୍ୟ ବିରୋଧୀ ନବେଲନୀ ବି ନିଜ ପକ୍ଷରୁ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି । ନବେଲନୀଙ୍କ ସହଯୋଗୀମାନେ ‘ସ୍ମାର୍ଟ ଭୋଟିଂ ’ ନାମରେ ଏକ ଆପ୍ ବି ବିକଶିତ କରିଛନ୍ତି । ମତଦାନ ପୂର୍ବରୁ ଗୁରୁବାର ଦିନ ଆପେଲ ଓ ଗୁଗୁଲ ପ୍ଲେ ଷ୍ଟେରରୁ ଏହି ଆପକୁ ହଟାଇ ଦିଆଯାଇଛି । ଏହାସହ ଋଷ କମ୍ୟୁନିଷ୍ଟ ପାର୍ଟି ବି ଗତଥର ତୁଳନାରେ ଏଥର ୧୯ ପ୍ରତିଶତ ଅଧିକ ଭୋଟ ପାଇବ ବୋଲି ଆଶା କରିଛି ।