କନକ ବ୍ୟୁରୋ : ୟୁକ୍ରେନର ରାଜଧାନୀ କିଭରେ ଋଷର ଡ୍ରୋନ ଆକ୍ରମଣ ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ଜଣେ ଗର୍ଭବତୀ ମହିଳା ଥିବା ସୂଚନା ମିଳିଛି । ଏହି ମହିଳା ଜଣକ ୬ ମାସର ଗର୍ଭବତୀ ଥିବା ବେଳେ, ମା’ ହେବା ପୂର୍ବରୁ ଆଖି ବୁଜିଛନ୍ତି ।

Advertisment

ଋଷର ଏହି ଡ୍ରୋନ ଆକ୍ରମଣ ଏକ ଆପାର୍ଟମେଣ୍ଟ ଉପରେ ହୋଇଥିଲା । ଯେଉଁଥିରେ ଭିକ୍ଟୋରିଆ ଜାମଚେକୋଙ୍କ ମୃତ୍ୟୁ ହୋଇଛି । ଭିକ୍ଟୋରିଆ ୬ ମାସର ଗର୍ଭବତୀ ହୋଇଥିବା ବେଳେ ପ୍ରଥମଥର ପାଇଁ ମା’ ହୋଇଥାନ୍ତେ । କିନ୍ତୁ ଡ୍ରୋନ ଆକ୍ରମଣରେ ସେ ଜୀବନ ହାରିଛନ୍ତି । ନିଜ ସ୍ୱାମୀଙ୍କ ହାତରେ ତାଙ୍କ ମୃତ ଶରୀର ଥିବାର ଦେଖିବାକୁ ମିଳିଛି । ଆଉ ଏହି ଡ୍ରୋନ ଆକ୍ରମଣରେ ଭିକ୍ଟୋରିଆଙ୍କ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଭାବୁକ ହୋଇଛନ୍ତି ୟୁଜର୍ସ ।

ଅନ୍ୟପଟେ ଏଭଳି ଆକ୍ରମଣକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଋଷର ଏଭଳି ଆକ୍ରମଣରେ ଦେଶ ମୁଣ୍ଡ ନୁଆଁଇବ ନାହିଁ । ଶତ୍ରୁ ଆମ ଉପରେ ଆକ୍ରମଣ କରିବେ କିନ୍ତୁ ଆମର ମନୋବଳକୁ ଭାଙ୍ଗି ପାରିବେ ନାହିଁ । ଯେଉଁମାନେ ଆମ ଉପରେ ଆକ୍ରମଣ କରୁଛନ୍ତି ସେମାନଙ୍କୁ ଭବିଷ୍ୟତ ପିଢୀ କେବେ କ୍ଷମା ଦେବ ନାହିଁ ।