ବାଇଡେନଙ୍କ ୟୁକ୍ରେନ ଗସ୍ତକୁ ନେଇ ଚିହିଁକି ଉଠିଲା ରୁଷିଆ । ଦେଶବାସୀଙ୍କୁ ସମ୍ବୋଧନ କରି ଆମେରିକା ଉପରେ ବର୍ଷିଲେ ପୁଟିନ୍

181

କନକ ବ୍ୟୁରୋ: ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ହଠାତ୍ ୟୁକ୍ରେନ ଗସ୍ତ ଦେଖିଛି ସାରା ବିଶ୍ୱ । ଯୁଦ୍ଧ ଭିତରେ ବାଇଡେନଙ୍କ ୟୁକ୍ରେନ ଯିବା ଆଉ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସମର୍ଥନ ଜଣାଇବା ଅନ୍ତର୍ଜାତୀୟସ୍ତରରେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ବାଇଡେନଙ୍କ ୟୁକ୍ରେନ୍ ଗସ୍ତର ଗୋଟିଏ ଦିନ ପରେ ଆଜି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ୩ ଦିନରେ ୟୁକ୍ରେନ ରୁଷିଆ ଯୁଦ୍ଧକୁ ଏକ ବର୍ଷ ପୂରଣ ହେବାକୁ ଥିବାବେଳେ କ୍ରେମନିଲରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପୁଟିନ୍ । ଏଥିରେ ପୁଟିନ୍ କହିଛନ୍ତି – ଯୁଦ୍ଧକୁ ଏଡାଇ ପାଇଁ ଆରମ୍ଭରୁ ଅନେକ ରଣନୀତି ଆପଣାଇଛି ରୁଷିଆ । ହେଲେ ନାଟୋ ଓ ଆମେରିକା ଏହାକୁ ସଫଳ ହେବାକୁ ଦେଲେ ନାହିଁ । ଆମେ ଏବେ ବି ଆଲୋଚନା ଚାହୁଁଛୁ । ହେଲେ ଆମ ସର୍ତ୍ତ ସେମାନଙ୍କୁ ମଞ୍ଜୁର ନାହିଁ ବୋଲି ପୁଟିନ୍ କହିଛନ୍ତି ।

ବାଇଡେନଙ୍କ ୟୁକ୍ରେନ୍ ଗସ୍ତ, ଚିହିଁକି ଉଠିଲା ରୁଷ

  • ଆମେରିକା ରାଷ୍ଟ୍ରପତିଙ୍କ ୟୁକ୍ରେନ୍ ଗସ୍ତକୁ ନେଇ ଚିହିଁକି ଉଠିଲା ରୁଷିଆ
  • ଦିନକ ପରେ କ୍ରେମଲିନରେ ଜବାବ ରଖିଲେ ରୁଷିଆ ରାଷ୍ଟ୍ରପତି
  • ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ପୁଟିନ୍
  • ରୁଷ ସଂସଦକୁ ସମ୍ବୋଧନ କରି ଆମେରିକା ଉପରେ ବର୍ଷିଲେ
  • ପୁଟିନ୍ କହିଲେ, ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରୁଷ ଆଗ୍ରହି
  • ବାଧକ ସାଜୁଛି ଆମେରିକା ଓ ପାଶ୍ଚାତ୍ୟଦେଶ
  • ଆଲୋଚନା ପାଇଁ ରୁଷିଆ ଚାହିଁଲେ ବି ଏହାକୁ ଅଣଦେଖା କରାଯାଉଛି
  • ଆମେରିକା ସବୁବେଳେ ରୁଷିଆକୁ ଅଣଦେଖା କରୁଛି
  • ୟୁକ୍ରେନକୁ ଟଙ୍କା ଦେଇ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି ଆମେରିକା
  • ଜି-୭ ସଙ୍ଗଠନ ବି ଯୁଦ୍ଧ ପାଇଁ ଟଙ୍କା ପଠାଉଛି
  • ଆମର ଯୁଦ୍ଧର ୟୁକ୍ରେନ ଲୋକଙ୍କ ସହ ନୁହେଁ
  • ୟୁକ୍ରେନ ନାଗରିକ ସେଠାକାର ସରକାରଙ୍କ ବନ୍ଧକ
  • ବିଶ୍ୱ ଭଲଭାବେ ଜାଣିବା ଉଚିତ୍ ଯୁଦ୍ଧରେ ରୁଷିଆକୁ ହରାଇବା ଅସମ୍ଭବ