କନକ ବ୍ୟୁରୋ: ୟୁକ୍ରେନକୁ ସାମରିକ ସହାୟତା ଯୋଗାଇଲେ ଆମେରିକା ଓ ପଶ୍ଚିମ ଦେଶ ଉପରେ ରୁଷ ପରମାଣୁ ଆକ୍ରମଣ କରିବାକୁ ପଛାଇବନି ବୋଲି କହିଲେ ରାଷ୍ଟ୍ରପତି ପୁଟିନ । ସୋସିଆଲ ମିଡିଆ ପୋଷ୍ଟ କରି ଚିନ୍ତା ପ୍ରକାଶ କଲେ ବିଭିନ୍ନ ଦେଶର ନାଗରିକ । ପରମାଣୁ ଆକ୍ରମଣ ଧମକ ଦେଲେ ରୁଷ ରାଷ୍ଟ୍ରପତି । ପଶ୍ଚିମଦେଶମାନଙ୍କୁ ଧମକ ଦେଇ ପୁଟିନ କହିଛନ୍ତି ପରମାଣୁ ଯୁଦ୍ଧ ପାଇଁ ଏବେ ପ୍ରସ୍ତୁତ ରୁଷ । ଏଥିସହ ଆମେରିକାକୁ ଧମକ ଦେଇ ପୁଟିନ କହିଛନ୍ତି ଯଦି ୟୁକ୍ରେନକୁ ଅଧିକ ସେନା ପଠାଏ ଆମେରିକା ତେବେ ଏହାର ପରିଣାମ ମଧ୍ୟ ଭୟଙ୍କର ହେବ । ଅନ୍ୟପଟେ ଚର୍ଚ୍ଚା ହେଉଛି ମାର୍ଚ୍ଚ ୧୭ ସୁଦ୍ଧା ରୁଷରେ ନିର୍ବାଚନ ହେବ । ଏହା ପରେ ନିଜ ପ୍ରତିରକ୍ଷାକୁ ଅଧିକ ମଜବୁତ କରିବାକୁ ପୁଟିନ କିଛି ବଡ ଘୋଷଣା କରିପାରନ୍ତି । ତେବେ ପୁଟିନଙ୍କ ଧମକ ପରେ ବିଶ୍ୱ ଛାନିଆ ହୋଇପଡିଛି । ସୋସିଆଲ ମିଡିଆରେ ବିିଭନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।
ପୁଟିନଙ୍କ ପରମାଣୁ ଆକ୍ରମଣ ଧମକରେ ଛାନିଆ ବିଶ୍ୱ ।
/kanak/media/post_attachments/wp-content/uploads/2024/03/36-6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)