ୟୁକ୍ରେନ ଉପରେ ପୁଣି ଘମାଘୋଟ ଆକ୍ରମଣ କରୁଛି ରୁଷ: ରାଜଧାନୀ କିଭ ସମେତ ବିଭିନ୍ନ ସ୍ଥାନରେ ମିସାଇଲ ସହ ବୋମାମାଡ

121

କନକ ବ୍ୟୁରୋ: ପୁଣି ଥରେ ୟୁକ୍ରେନ ଉପରେ ବୋମା ବର୍ଷଣ କରୁଛି ରୁଷ । ରାଜଧାନୀ କିଭ ସମେତ ବିଭିନ୍ନ ସହରରେ କ୍ରେମଲିନ ଘନ ଘନ ମିସାଇଲ ଓ ବୋମାରେ ଆକ୍ରମଣ କରୁଥିବା ଜଣାପଡିଛି । ୨୪ ଘଂଟା ଭିତରେ ୟୁକ୍ରେନ ଉପରେ ରୁଷ ୫୦ଟି ମିସାଇଲ ଆକ୍ରମଣ କରିବା ସହ ବିଭିନ୍ନ ସ୍ଥାନରେ ୧୦ଟି ବଡ ଧରଣର ବିସ୍ଫୋରଣ ଘଟିଛି । ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ପୂର୍ବ ଓ ଦକ୍ଷିଶ ୟୁକ୍ରେନ । କ୍ରିିମିୟା ବ୍ରିଜ ଧ୍ୱଂସ ହେବା ପରେ ରକ୍ତମୁଖା ହୋଇଉଠିଛି ରୁଷ । ପୂର୍ବରୁ ଦୁଇଥର ବଡ ଧରଣର ଆକ୍ରମଣ କରିବା ପରେ ସୋମବାର ସକାଳୁ ୩ୟ ଥର ପାଇଁ ଏହି ଆକ୍ରମଣ କରିଛି । ସବୁଠୁ ଚିନ୍ତାରବିଷୟ ହେଉଛି କି ଯୁଦ୍ଧ ଭିତରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବା ନେଇ ବାରମ୍ବାର ଧମକ ଦେଇ ଆସୁଛନ୍ତି ରଷ ରାଷ୍ଟ୍ରପତି ପୁଟିନ । ଏମିତି କି ପରମାଣୁ ଆକ୍ରମଣ ପାଇଁ ଦୁଇଥର ସମରଭ୍ୟାସ ମଧ୍ୟ କରିସାରିଲେଣି । ସେପଟେ ୟୁକ୍ରେନ ଡାର୍ଟି ବୋମା ପ୍ରୟୋଗ କରୁଥିବା ଅଭିଯୋଗ ଆଣି ପରମାଣୁ ଆକ୍ରମର ପାଇଁ ରୁଷ ଜାଲ ବିଝାଉଥିବା ଅଭିଯୋଗ କରୁଛି ଆମେରିକା ସମେତ ପଶ୍ଚିମ ଦେଶ ।