ଆକ୍ରମଣକୁ ଜୋରଦାର କଲା ଋଷ। ଫୋନରେ ସ୍ଥିତି ନେଇ ଆଲୋଚନା କଲେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆମେରିକା ପ୍ରତିରକ୍ଷା ସଚିବ।

ଆକ୍ରମଣକୁ ଜୋରଦାର କଲା ଋଷ। ଫୋନରେ ସ୍ଥିତି ନେଇ ଆଲୋଚନା କଲେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆମେରିକା ପ୍ରତିରକ୍ଷା ସଚିବ।

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷ୍ ଆକ୍ରମଣକୁ ଜୋରଦାର କରିଛି । ରାତିସାରା ରୁଷ୍ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କହିଛନ୍ତି, ରୁଷ୍ ୟୁକ୍ରେନର ଦକ୍ଷିଣ ଅଂଶରେ ଏକ ବଡ଼ ହାଇଡ୍ରୋଇଲେକଟ୍ରିକ୍ ଡ୍ୟାମ୍ ଉଡ଼ାଇଦେବାକୁ ପ୍ରସ୍ତୁତ ହେଉଛି । ଋଷ ଡ୍ୟାମ୍ ଉଡ଼ାଇଦେଲେ ୟୁକ୍ରେନର ୮୦ଟି ସହର ଏବଂ ଗାଁ ବୁଡ଼ିଯିବ । ଋଷ ଶତାଧିକ ରକେଟ୍ ମାଡ଼ କରିବା ଦ୍ୱାରା ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାଦ୍ୱାରା ବିଦ୍ୟୁତ ସେବା ବ୍ୟାହାତ ହୋଇଛି ।

ତେବେ ୟୁକ୍ରେନ ମଧ୍ୟ ଋଷର ଅନେକ ରକେଟ୍କୁ ମାରି ଖସାଇ ଦେଇଥିବା ଜେଲେନସ୍କି ଦାବି କରିଛନ୍ତି । ସେପଟେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସେର୍ଗି ସୋଇଗୁ ଏବଂ ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ ୟୁକ୍ରେନ ସ୍ଥିତି ନେଇ ଫୋନ୍ ଯୋଗେ କଥା ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe