କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷ୍ ଆକ୍ରମଣକୁ ଜୋରଦାର କରିଛି । ରାତିସାରା ରୁଷ୍ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କହିଛନ୍ତି, ରୁଷ୍ ୟୁକ୍ରେନର ଦକ୍ଷିଣ ଅଂଶରେ ଏକ ବଡ଼ ହାଇଡ୍ରୋଇଲେକଟ୍ରିକ୍ ଡ୍ୟାମ୍ ଉଡ଼ାଇଦେବାକୁ ପ୍ରସ୍ତୁତ ହେଉଛି । ଋଷ ଡ୍ୟାମ୍ ଉଡ଼ାଇଦେଲେ ୟୁକ୍ରେନର ୮୦ଟି ସହର ଏବଂ ଗାଁ ବୁଡ଼ିଯିବ । ଋଷ ଶତାଧିକ ରକେଟ୍ ମାଡ଼ କରିବା ଦ୍ୱାରା ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାଦ୍ୱାରା ବିଦ୍ୟୁତ ସେବା ବ୍ୟାହାତ ହୋଇଛି ।
ତେବେ ୟୁକ୍ରେନ ମଧ୍ୟ ଋଷର ଅନେକ ରକେଟ୍କୁ ମାରି ଖସାଇ ଦେଇଥିବା ଜେଲେନସ୍କି ଦାବି କରିଛନ୍ତି । ସେପଟେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସେର୍ଗି ସୋଇଗୁ ଏବଂ ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ ୟୁକ୍ରେନ ସ୍ଥିତି ନେଇ ଫୋନ୍ ଯୋଗେ କଥା ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/gggg.jpg)