କନକ ବ୍ୟୁରୋ : ୟୁକ୍ରେନ ଦଖଲ କରିବାକୁ ଋଷ କୌଣସି ଉପାୟ ବି ଆପଣାଇପାରେ । ଦୀର୍ଘଦିନ ଧରି ଯୁଦ୍ଧ ପରେ ସମ୍ପୂର୍ଣ୍ଣ ୟୁକ୍ରେନକୁ ଦଖଲ କରିବାରେ ବିଫଳ ହେବା ପରେ ଏବେ ଋଷ ନୂଆ ଯୋଜନା ଆପଣାଇଛି । ଋଷ ୟୁକ୍ରେନର କିଛି ଅଂଶ ଦଖଲ କରିଥିବା ବେଳେ ଏବେ ବି କିଛି ଅଂଶ ଋଷ ପାଇଁ ଅଭେଦ୍ୟ ହୋଇ ରହିଛି । ଏହାକୁ ନଜରରେ ରଖି ଋଷ ୟୁକ୍ରେନରେ ଜୋର ଜବରସ୍ତ ନିର୍ବାଚନ କରାଉଛି । ଏହାଦ୍ୱାରା ନିର୍ବାଚନ କରାଉଥିବା ସହରଗୁଡିକୁ ନିଜର ବୋଲି ଦାବି କରିପାରିବ ଋଷ । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଚଳିତ ସପ୍ତାହ ଶେଷ ସୁଦ୍ଧା ୟୁକ୍ରେନର ଯେଉଁ ସହରଗୁଡିକୁ ଦଖଲ କରିଛି ସେହି ସହରଗୁଡିକରେ ନିର୍ବାଚନ କରାଉଛି ଋଷ   । ଏନେଇ ସ୍ଥାନେ ସ୍ଥାନେ ମତଦାନ କେନ୍ଦ୍ର ସ୍ଥାପିତ କରିଛି ଋଷ ।

Advertisment

ରିପୋର୍ଟ ମୁତାବକ ଏଥିରେ ଡୋନେଟସ୍କ, ଲୁହାନସ୍କ, ଖେରସାନ ଓ ଜାପୋରିଜିୟା କ୍ଷେତ୍ରରେ ଋଷ ନିର୍ବାନଚ କରାଉଛି । ଏଠାରେ ଶୁକ୍ରବାର ଦିନ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଛି । ଏହି ନିର୍ବାଚନ ରିବିବାର ଦିନ ଶେଷ ହେବ । ଋଷର ଏଭଳି ପଦକ୍ଷେପକୁ ପଶ୍ଚିମଦେଶଗୁଡିକ ନିନ୍ଦା କରିଥିଲେ ବି ଋଷ ଏହାକୁ ଅଣଦେଖା କରିଛି ।

ଋଷ ଅଧିକାରୀଙ୍କ ଲକ୍ଷ୍ୟ ରହିଛି ୟୁକ୍ରେନର ୮୦ ପ୍ରତିଶତ ଅଞ୍ଚଳରେ ନିର୍ବାଚନ କରାଇବା । ଜାପୋରିଜିୟା କ୍ଷେତ୍ରରେ ଋଷର ଦଖଲରେ ଥିବା ସହର ମୋଲିଟୋପୋଲର ୟୁକ୍ରେନ ମେୟର ଇବାନ ଫ୍ୟୁଡେଶେବ କହିଛନ୍ତି କି ସ୍ଥାନୀୟ ଲୋକଙ୍କୁ ନେଇ ଜୋର ଜବରଦସ୍ତ ମତଦାନ କରାଯାଉଛି । ଏଠାରେ ଋଷର ଲୋକମାନେ ବଜାର, ଦୋକାନ ଓ ଅନ୍ୟ ସାର୍ବଜନୀନ ସ୍ଥାନରେ ଲୋକଙ୍କୁ ଭୋଟ ଦେବାକୁ ପ୍ରେରିତ କରୁଛନ୍ତି । ଯେଉଁ ଲୋକମାନେ ଋଷର ନାଗରିକତା ପାଇଛନ୍ତି ଓ ଯେଉଁମାନଙ୍କ ନିକଟରେ ୟୁକ୍ରେନର ପାସପୋର୍ଟ ରହିଛି ସେମାନଙ୍କୁ ମଧ୍ୟ ଭୋଟ ଦେବାକୁ ବାଧ୍ୟ କରାଯାଉଛି ।