ରୁଷରେ ଗୃହପାଳିତ ପଶୁଙ୍କ ଟିକାକରଣ । କାର୍ନିଭାକ୍ କୋଭ୍ ଟିକାର ୧୭ ହଜାର ଡୋଜ୍ ପ୍ରସ୍ତୁତ କଲା ରୁଷ୍ ସଂସ୍ଥା ।

130

କନକ ବ୍ୟୁରୋ: କରୋନା ବିରୋଧୀ ମୁକାବିଲାରେ ଏବେ ମୁଖ୍ୟ ଅସ୍ତ୍ର ପାଲଟିଛି ଟିକା । ତେଣୁ ଟିକାକରଣ ଉପରେ ସାରା ବିଶ୍ୱରେ ଜୋର ଦିଆଯାଉଛି । ଭାରତ ସମେତ ପ୍ରାୟ ଅଧିକାଂଶ ଦେଶରେ ଟିକାକରଣ ଆଗେଇ ଚାଲିଛି । ତେବେ ଅନେକ ଦେଶରେ ଟିକାର ଅଭାବ କଥା ସାମନାକୁ ଆସୁଛି । ଏସବୁ ଭିତରେ ରୁଷରୁ ଏକ ନୂଆ ଖବର ଆସିଛି । ରୁଷରେ ଗୃହପାଳିତ ପଶୁଙ୍କ ଟିକାକରଣ ଆରମ୍ଭ ହୋଇଛି । କୁକୁର ଓ ବିଲେଇ ପରି ପୋଷା ଜୀବଙ୍କୁ ରୁଷରେ ଟିକାକରଣ କରାଯାଉଛି । ରୁଷରେ ପୋଷା ଜୀବଙ୍କୁ ଦିଆଯାଉଥିବା ଏହି ଟିକାର ନାଁ ରଖାଯାଇଛି କାରନିଭାକ କୋଭ୍ । ରୁଷ୍ ରାଜଧାନୀ ମସ୍କୋ ସମେତ ଦେଶର ବିଭିନ୍ନ ଅଂଚଳରେ ଏହି ଟିକା ପୋଷା ଜୀବଙ୍କୁ ଦିଆଯାଉଛି । ଦେଶର ଅଧିକାରୀଙ୍କ କହିବା ଅନୁସାରେ ଏଯାଏଁ ୧୭ ହଜାର କାର୍ନିଭାକ୍ କୋଭ୍ ଟିକା ପ୍ରସ୍ତୁତ ହୋଇଛି ଏବଂ ରଷିଆର ବିଭିନ୍ନ ଅଂଚଳରେ ଏହି ଟିକା ଦିଆଯାଉଛି । ତେବେ ପୋଷା ପ୍ରାଣୀଙ୍କୁ ରୁଷର ଏଭଳି ଟିକାକରଣର ଖବର ଆସିବା ପରେ ପୋଲାଣ୍ଡ, ଥାଇଲାଣ୍ଡ, ଜର୍ମାନୀ, କାଜାକିସ୍ତାନ, ଦକ୍ଷିଣ କୋରିଆ ଭଳି ଦେଶ ଏହି ଟିକା କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।