ଭାରତଠାରୁ ଅତିରିକ୍ତ ମେଡିକାଲ ସହାୟତା ମାଗିଲା ରୁଷ: କଟକଣା ପାଇଁ ଦେଶରେ ମିଳୁନି ଆବଶ୍ୟକୀୟ ମେଡିକାଲ ଉପକରଣ

345

କନକ ବ୍ୟୁରୋ: ଭାରତ ଠାରୁ ଅତ୍ୟଧିକ ମେଡିକାଲ ସହାୟତା ଲୋଡିଲା ରୁଷିଆ । ୟୁକ୍ରେନ ବିରୋଧରେ ଆକ୍ରମଣ ପରଠାରୁ ଔଷଧ ଓ ଅନ୍ୟ ମେଡିକାଲ ସାମଗ୍ରୀର ଅଭାବ ଏବେ ରାଷ୍ଟ୍ରପତି ପୁଟିନ୍ଙ୍କ ଚିନ୍ତାର କାରଣ ହୋଇଛି । ସେପଟେ ପାଶ୍ଚାତ୍ୟ ଦେଶର କଟକଣା ପାଇଁ ୟୁରୋପରୁ ଔଷଧ ଓ ଆବଶ୍ୟକ ମେଡିକାଲ ଉପକରଣ ବି ରୁଷିଆକୁ ରପ୍ତାନୀ ହୋଇ ପାରୁନାହିଁ ।

ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ମେଡିକାଲ୍ ସହାୟତା ଲୋଡିଛନ୍ତି ପୁଟିନ୍ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆସନ୍ତା ଏପ୍ରିଲ-୨୨ ତାରିଖରେ ରୁଷିଆ ଭାରତ ମଧ୍ୟରେ ଭର୍ଚୁଆଲ ମିଟିଂ ହେବାର ଅଛି । ଏହି ମିଟିଂରେ ଭାରତ ଠାରୁ ମେଡିକାଲ ଉପକରଣ ଓ ଜରୁରୀ ଔଷଧର ଆମଦାନୀ ନେଇ ଆଲୋଚନା କରିପାରେ ରୁଷିଆ । ଏନେଇ ରୁଷିଆ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି ।